Sabadhan ଆଜି ମଧ୍ୟ ଏହି Traffic ଛକ ରେ ବାଟ ଜଗିଥାଏ ଏହି ଭୟାନକ,ଥରେ ପଢିଲେ ଡରିଯିବେ ଆପଣ,ସାହସୀ ନ ହେଇଥିଲେ ଦୁରେଇ ରୁହନ୍ତୁ ଆପଣ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ଭୁତ ଘଟଣା ବିଷୟରେ ଜାଣିବା।ତେବେ ଏହାକୁ ନେଇ ଆମେ କୌଣସି ପ୍ରକାର ବିଶ୍ୱାସ କରୁ ନାହୁଁ,ଆମେ ଏହାକୁ କେବଳ ସଂଗ୍ରହ କରିଛୁ ଓ ଆମେ ଏ ବିଷୟରେ କୌଣସି ପ୍ରକାର ସତ ବୋଲି ଦାବି କରୁନାହୁଁ ଅପଣାକୁ ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ପାଇବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ମୋର ଜଣେ ବନ୍ଧୁଙ୍କୁ ସେଦିନ ରାତିରେ ଟ୍ରକ ନେଇ ଯିବାର ଥିଲା।ତେଣୁ ମୁଁ ମୋର ଅନ୍ୟ ଏକ ସାଙ୍ଗ ରମେଶକୁ ଫୋନ କରି କହିଲି ଠିକ ଟାଇମରେ ଗୋଡାଉନରେ ପହଞ୍ଚିଯିବା ପାଇଁ।

କାରଣ ସେଦିନ ରାତିରେ ଆମକୁ ଅନେକ ଦୂର ଯିବାର ଥିଲା।ତେଣୁ ଆମକୁ ସମୟ ପୂର୍ବରୁ ବାହାରିଯିବାକୁ ପଡ଼ିବ।କିନ୍ତୁ ଯେତେବେଳେ ତା ସହିତ କଥା ହେଲି ଜଣା ପଡିଲାଯେ ସେ ମାଲିକ ସହିତ ବସି ହୋଟେଲରେ ଖାଦ୍ୟ ଖାଉଛି।ଏହାପରେ ମାଲିକ ମତେ ରାତିରେ ଗୋଡାଉନରେ ଆସିବାକୁ କହିଲେ।ଏହାପରେ ମୁଁ ଯେତେବେଳେ ସେଠାରେ ପହଞ୍ଚିଲି ଟ୍ରକ ଲୋଡିଙ୍ଗ ହୋଇ ସାରିଥିଲା।

ଏହାପରେ ଆମେ ଦୁହେଁ ଟ୍ରକରେ ବସି ସେଠାରୁ ବାହାରିଗଲୁ।ଏହାପରେ କିଛି ବାଟ ଗଲାପରେ ଆମେ ହାଇୱେରୁ ସର୍ଟକର୍ଟ ନେଇଗଲୁ।ଏପରି କିଛି ବାଟ ଗଲା ପରେ ସାଙ୍ଗଟି କହିଲା ଏକ ଖୁଣ୍ଟୁଣୀ ଯିବା ପାଇଁ।କାରଣ ସେହି ସ୍ଥାନଟି ସମ୍ପୂର୍ଣ୍ଣ ସୁନସାନ ଏବଂ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ।ଏହି ସମୟରେ ସେଠାରେ ଟ୍ରକ ଅଟକାଇବା ଜମା ମଧ୍ୟ ଠିକ ହେବ ନାହିଁ।

ଏଥିପାଇଁ ସେଠାରେ ଗାଡି ରୋକିବା ଠିକ ହେବ ନାହିଁ।ମୁଁ ଆଗରେ ଏକ ଛକ ଜାଗା ଦେଖି ଟ୍ରକ ଅଟକାଇଲି।ଏହାପରେ ରମେଶ ସଙ୍ଗେ ସଙ୍ଗେ ଟ୍ରକରୁ ଓହ୍ଲାଇ ପରିସ୍ରା କରିବାକୁ ଗଲା।ଏହାପରେ ଆମେ ଆଗକୁ ବଢ଼ିଲୁ।କିନ୍ତୁ ରମେଶର ହସ ହସ ଚେହେରା ମୁହଁରୁ ଗାୟବ ହୋଇଗଲା।ରମେଶ ତାହାର ସାଇଡରେ ଥିବା ମିରରକୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥାଏ।

ମୁଁ ପଚାରିଲି କଣ ହେଲା?କିନ୍ତୁ ସେ ଶୁଣୁ ନଥିଲା।ଏହାପରେ ଯେତେବେଳେ ବଡ଼ ପାଟିରେ କହିଲି ସେ ମୋ ଆଡେ ଦେଖିଲା ତାର ଶରୀର ଝାଳରେ ବୁଡି ଯାଇଥିଲା।ମୁଁ କିଛି ବୁଝି ପାରୁ ନଥାଏ।ସେ ଥର ଥର କଣ୍ଠରେ ସାଇଡ ମିରର ଦେଖିବାକୁ କହିଲା।କିନ୍ତୁ ମତେ ସେଠାରେ କିଛି ଦେଖା ଗଲା ନାହିଁ।ରମେଶ କହିଲା ମତେ ବାରମ୍ବାର ଏକ ମହିଳାର ଭୟଙ୍କର ଚେହେରା ଦେଖାଯାଉଛି।

ସେହି ସମୟରେ ଏକ ଶରୀର ଗାଡ଼ିରେ ବାଡେଇ ହେବାପରି ଲାଗିଲା।ଏହା ପରେ ମୁଁ ରାସ୍ତା ଉପରକୁ ଆସିଲି।କିନ୍ତୁ ସେଠାରେ କେହି ବି ନଥିବାରୁ ମତେ ଟିକେ ସାନ୍ତ୍ୱନା ମିଳିଲା।କିନ୍ତୁ ମନରେ ସନ୍ଦେହ ଜାତ ହେଲା।ସେତେବେଳେ ମତେ ଏପରି ଅନୁଭବ ହେଉଥାଏ ଯେପରି କେହି ଜଣେ ମୋ ଚାରି ପାଖରେ ଘୁରୁଛି।ମୁଁ ଆଖ ପାଖ ଦେଖିବା ବେଳେ ହଠାତ ରମେଶ କହିଲା ଜଲଦି ଆସ ନାହଲେ ସେ ଡାହାଣୀ ଆମକୁ ମରିଦେଵ।

ଏହାପରେ ଆମେ ଗାଡି ଅନେକ ଜୋରରେ ନେଇ ସେଠାରୁ ଆସିଲୁ।ଏବଂ ତା ପରଦିନ ଏକ ତାନ୍ତ୍ରିକଙ୍କୁ ଦେଖାକଲୁ।ସେ କହିଲା ତୁମେ ପୂର୍ବ ରାତ୍ରରେ ଯେଉଁ ଛକ ଉପରେ ପରିସ୍ରା କଲ କିଛି ଠିକ କଲ ନାହିଁ।ସେହି ସ୍ଥାନରେ ଏକ ମହିଳାଙ୍କୁ ମାରି ପୋତିଦିଆ ଯାଇଥିଲା।ସେବେଠାରୁ ଆଜି ପର୍ଯ୍ୟନ୍ତ ସେହି ମହିଲର ଆତ୍ମା ସେହିଠାରେ ବୁଲିଥାଏ।

Leave a Reply

Your email address will not be published. Required fields are marked *