ଆଜି Sankranti ପରେ ଏହି ଚାରି ରାଶିର ଆସିଲା ଖରାପ ସମୟ,ସତର୍କ ହେଇଯାନ୍ତୁ ଓ କରନ୍ତୁ ଏହି ଉପାୟ ,ବିପଦ ଟଳି ଯିବ ନଚେତ..

Spread the love

ସାଙ୍ଗମାନେ ଆପଣ ମାନେ ତ ଜାଣିଛନ୍ତି ଯେ ରାଶି ଚକ୍ରରେ ସମୁଦାୟ ବାର ଗୋଟି ରାଶି ରହିଛି।ଏମାନଙ୍କର ରାଶିଫଳ ବାରୋଟି ଗ୍ରହ ମାନଙ୍କର ପରିଚାଳନାରୁ ନିର୍ଦ୍ଧାରିତ ହୋଇଥାଏ। ଗ୍ରହ ମାନଙ୍କର ସିଧା ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡିଥାଏ।ପ୍ରତି ବ୍ୟକ୍ତି ମାନଙ୍କର କୁଣ୍ଡଳୀ ଏହି ରାଶି ମାନଙ୍କ ସହିତ ଜଡିତ ହୋଇ ରହିଥାଏ।ଏହି ଗ୍ରହ ମାନଙ୍କର ଚଳନ ରାଶି ମାନଙ୍କ ଉପରେ ଭଲ ବା ଖରାପ ପ୍ରଭାବ ପକାଇଥାଏ।

ପ୍ରତିଦିନ ଗ୍ରହ ମାନଙ୍କରେ କିଛି ନା କିଛି ପରିବର୍ତ୍ତନ ଘଟୁଛି।ସେହିପରି ଆଜିଠାରୁ ଚାରିଟି ଗ୍ରହ ମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ୁଚି।ଏହି ରାଶିର ବ୍ୟକ୍ତି ମାନଙ୍କୁ ସାବଧାନ ସହିତ ଚଳିବାକୁ ପଡ଼ିବ।ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ।

ମିଥୁନ ରାଶି:- ଆପଣଙ୍କର ଲୋକପ୍ରିୟତା ହ୍ରାସ ପାଇବ ଓ ନିଜର ଆସ୍ଥା ହରାଇବେ।ଅର୍ଥ ଅଭାବ ଅନୁଭବ କରିପାରନ୍ତି।ଆକସ୍ମିକ କୌଣସି କଳହରେ ପଡିପାରନ୍ତି।ପାଇଥିବା ଦ୍ରବ୍ୟ ହରାଇ ବସିବେ।କୌଣସି ଏକ ବଡ ଯୋଜନାରେ ପରିବର୍ତନ କରିବେ।ପରିବାରରେ ସମସ୍ୟା ଉପୁଜିବ।ଖର୍ଚ୍ଚ ବଢିବାରୁ ବିଚଳିତ ରହିବେ।କୌଣସି ଆତ୍ମୀୟତାଙ୍କ ଦ୍ଵାରା ଅସୁବିଧାରେ ପଡିପାରନ୍ତି।ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗାଈକୁ ସବୁଜ ଘାସ ବା ଅନ୍ୟ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

କର୍କଟ ରାଶି:- ଆପଣ ମାନଙ୍କର ମାନସିକ ଅଶାନ୍ତି ବଢିପାରେ। ଦୁରବନ୍ଧୁଙ୍କ ଦ୍ବାରା ଅପମାନିତ ହୋଇପାରନ୍ତି।ଅଯଥା କାମରେ ଟଙ୍କା ବିନିଯୋଗ କରିବେ।କୌଣସି ଜାଗାରୁ ଅପମାନିତ ହୋଇପାରନ୍ତି।ଅବାଞ୍ଛିତ ପରିସ୍ଥିତିରେ ପଡ଼ିଜିବେ।ଶାରିରୀକ କଷ୍ଟ ଭୋଗିବେ।ଆପଣଙ୍କ ପାଇଁ ପରିବାରରେ କଳହ ସୃଷ୍ଟି ହୋଇପାରେ।ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗରିବ ଲୋକଙ୍କୁ ଅନ୍ନ ଅଥବା ଅନ୍ୟ କିଛି ସାହାଯ୍ୟ କରନ୍ତୁ।

ମୀନ ରାଶି:- ଆପଣ ମାନଙ୍କୁ ଅର୍ଥ ଅଭାବର ଆଭାସ ମିଳିବ।ନିଜର ପରିବେଶରେ ପରିବର୍ତନ ହେବ।ମାନ ସମ୍ମାନରେ ହାନି ଘଟିବ।ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହିଁ।ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ।ଉପରିସ୍ଥ କର୍ତ୍ତୃପକ୍ଷଙ୍କ ଚାପ ବଢିଯିବ।

ଆଳସ୍ୟ ଅନୁଭବ କରିବେ।ହଠାତ ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି।ତେଣୁ ସର୍ବଦା ସାବଧାନ ରହିବେ।ମାନସିକ ଉଦବେଗ ବଢିଯିବ।କାର୍ଯ୍ୟରେ ଅବନ୍ନତି ଘଟିବ।ଆପଣ ମାନଙ୍କ ପାଇଁ ପ୍ରତିକାର ହେଉଛି ପ୍ରତି ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ହନୁମାନଙ୍କ ଚରଣରେ ଯାଇ ମୁଣ୍ଡିଆ ମାରନ୍ତୁ।

ବିଛା ରାଶି:- ଆପଣ ମାନଙ୍କର ଭୟଭୀତ ମଧ୍ୟରେ ସମୟ ଅତିବାହିତ ହେବ।ବହୁତ ଦିନର ଅନୁସନ୍ଧାନରେ ବିଫଳ ହେବେ।ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ।ମାନସିକ ଚାପ ବଢିପାରେ।ଅନିଶ୍ଚିତତା ଭିତରେ ସମୟ କଟିପାରେ।ଗୃହରେ କ୍ଳେଶ ଦେଖା ଦେଇପାରେ।ଅଭାବ ଅନଟନରେ ଦିନ କଟିପାରେ। ବିଶ୍ଵାସ ଘାତକତାର ଶିକାର ହୋଇପାରନ୍ତି।ନିଜର ଦେହ ଉପରେ କଷ୍ଟ ରହିଛି।ସତର୍କ ରୁହନ୍ତୁ ଓ ଶାରିରୀକ କଷ୍ଟ ଅନୁଭବ କରନ୍ତୁ।ଆପଣ ମାନଙ୍କ ପାଇଁ ପ୍ରତିକାର ହେଉଛି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ।ବସ୍ତ୍ର ଦାନ କରନ୍ତୁ।ସାଙ୍ଗମାନେ ଏହା ଥିଲା ସେହି ଚାରୋଟି ରାଶି ଯେଉଁ ମାନଙ୍କର ଆଗକୁ ସାବଧାନ ସହିତ ଚଳିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *