ସାଧୁବାଣି – ଆଖି ଡେଇଁଲେ ପ୍ରକୁତରେ କେଉଁ ସୂଚନା ମିଳେ ? କଣ ରହିଛି ଏହାର ସଂକେତ ଏବେ ଜାଣି ରଖିଲେ ଖୁସି ରେ ନାଚିବେ

ଆମେ ପ୍ରତିଦିନ ଏପରି ଅନେକ କାର୍ଯ୍ୟ କରିଥାଉ ମାତ୍ର ଆମେ ଜାଣି ନଥାଉ ଏହାକୁ କରିବା ଫଳରେ ଆମର ମଙ୍ଗଳ ହେଉଛି ଅବା ଅମଙ୍ଗଳ।ତେବେ ଆମେ ବର୍ତ୍ତମାନ ସେହିପରି କିଛି କାର୍ଯ୍ୟ ସଂପର୍କରେ ଆଲୋଚନା କରିବା।ଯଦି କୌଣସି ବ୍ୟକ୍ତି ଏଣେତେଣେ ଛେପ ପକାଇ ଥାଏ ତେବେ ସେହି ବ୍ୟକ୍ତିର ମାନସମ୍ମାନ ନଷ୍ଟ ହୋଇଯାଇଥାଏ।ସେଥିପାଇଁ ଉପଯୁକ୍ତ ଜାଗାରେ ଛେପ ପକାଇବାକୁ ଚେଷ୍ଟା କରନ୍ତୁ।ଏହା ସହିତ ଯଦି କୌଣସି ବ୍ୟକ୍ତି ଖାଦ୍ୟ ଖାଇବା ପରେ ଅଇଁଠା ବାସନ ଛାଡ଼ି ଚାଲି ଯାଇଥାଏ ତେବେ ସେହି ବ୍ୟକ୍ତି କେବେ ମଧ୍ୟ ସଫଳତା ପାଇ ପାରେ ନାହିଁ।

ଯେଉଁମାନେ ସୂର୍ଯ୍ୟ ଅସ୍ତ ସମୟରେ ଖାଦ୍ୟ ଖାଇଥାନ୍ତି ଅଥବା ସୋଇଥାନ୍ତି ସେମାନଙ୍କ ଜୀବନରେ ଅନେକ ଦୁଃଖକଷ୍ଟ ଲାଗି ରହିଥାଏ।ଏହା ସହିତ ସେମାନେ ଅନେକ ପ୍ରକାରର ଦାରିଦ୍ର୍ୟତା ଦେଇ ଅତିକ୍ରମ କରିଥାନ୍ତି।ଯଦି କୌଣସି ବ୍ୟକ୍ତି ନିଜର ନଖକୁ ସର୍ବଦା ନିଜର ଦାନ୍ତ ଦ୍ଵାରା ଛିଡାଇ ଥାଏ ତେବେ ସେହି ବ୍ୟକ୍ତି ଦାରିଦ୍ର୍ୟତାର ଶିକାର ହୋଇଥାଏ।

ଏହା ସହିତ ଯେଉଁ ବ୍ୟକ୍ତିମାନେ ଅମାବାସ୍ୟା ଦିନ ମଦ ଓ ମାଂସର ସେବନ କରିଥାନ୍ତି ସେମାନେ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।ଏହା ସହିତ ଯେଉଁ ବ୍ୟକ୍ତିମାନେ ନିଜର ଘରକୁ ଆସିଥିବା ଅତିଥି ମାନଙ୍କୁ ପାଣି ପିଇବା ପାଇଁ ଦେଇଥାନ୍ତି ସେମାନଙ୍କର ଜୀବନରେ ରାହୁ ଗ୍ରହର ପ୍ରଭାବ ପଡ଼ି ନଥାଏ।

ଏହା ସହିତ ଯେଉଁ ବ୍ୟକ୍ତିମାନେ ଅମାବାସ୍ୟା,ପୂର୍ଣ୍ଣିମା,ଏକାଦଶୀ ବା ସୋମବାର, ଗୁରୁବାର ଓ ଶନିବାର ଦିନ ଚୁଟି କାଟି ଥାଆନ୍ତି ସେମାନଙ୍କୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।ଏହା ସହିତ ଖାଦ୍ୟରୁ ଚୁଟି ବାହାରିବା ଏକ ବହୁତ ବଡ଼ ଅଶୁଭ ସଂକେତ ଦେଇଥାଏ।ତେବେ ଏହା ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ହୋଇପାରେ।

ଯଦି ଆପଣ ଠାକୁର ପୂଜା କରିବା ସମୟରେ ଚୁଟି ନ ବାନ୍ଧି ଥାଆନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ବହୁତ ବଡ଼ ଅଶୁଭ ସଂକେତ ହୋଇପାରେ ସେଥିପାଇଁ ଆପଣ ନିଜର ଚୁଟି ବାନ୍ଧି ରଖିବା ଆବଶ୍ୟକ।ଯେଉଁ ବ୍ୟକ୍ତିମାନେ ନିଜର ଘରେ ଲାଗି ଥିବା ଗଛକୁ ସକାଳେ ଓ ସନ୍ଧ୍ୟାରେ ଜଳ ଅର୍ପଣ କରିଥାନ୍ତି ସେମାନେ ସମସ୍ତ ପ୍ରକାରର ଦୁଃଖ ଓ କଷ୍ଟରୁ ମୁକ୍ତି ପାଇଥାନ୍ତି ଏହା ସହିତ ସେମାନଙ୍କୁ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା କରିବା ପାଇଁ ଶକ୍ତି ମିଳିଥାଏ।

ଏହା ସହିତ ସେମାନଙ୍କର ମାନସିକ ଚିନ୍ତା ମଧ୍ୟ ଦୂର ହୋଇଥାଏ।ସେମାନେ ନିଜର ଜୀବନକୁ ନିଜେ ସୁଖମୟ କରି ଥାଆନ୍ତି।ଏହା ସହିତ ଯେଉଁ ବ୍ୟକ୍ତିମାନଙ୍କର ଘରେ ଚପଲ ଅସଜଡ଼ା ହୋଇ ପଡ଼ିଥାଏ ସେମାନଙ୍କର ସର୍ବଦା ଶତ୍ରୁ ବୃଦ୍ଧି ହୋଇଥାଏ।ଏହା ସହିତ ଯେଉଁ ବ୍ୟକ୍ତିମାନେ ସକାଳୁ ଉଠିବା ପରେ ନିଜର ଶେଜକୁ ଅସଜଡ଼ା କରି ପକାଇ ଦେଇଥାନ୍ତି ସେମାନଙ୍କର ଅନେକ ପ୍ରକାରର ଅସୁବିଧା ସୃଷ୍ଟି ହୋଇଥାଏ।

ଯେଉଁମାନେ ପ୍ରତି କଥାରେ ମିଛ କହିଥାନ୍ତି ସେମାନଙ୍କର ଅନ୍ତର ନିହିତ ଶକ୍ତି ନଷ୍ଟ ହୋଇଥାଏ ଏହା ସହିତ ସେମାନଙ୍କର ମାନସମ୍ମାନ ହ୍ରାସ ପାଇଥାଏ।ଏହା ସହିତ ଯେଉଁମାନେ ସର୍ବଦା ଔଷଧର ସେବନ କରିଥାନ୍ତି ସେମାନଙ୍କର ସ୍ଵାସ୍ଥ୍ୟ ଗତ ସମସ୍ୟା ଅଧିକ ମାତ୍ରାରେ ଦେଖାଯାଇଥାଏ।ତେଣୁ ଏହି ସବୁ ଜିନିଷକୁ ନ କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *