ଭକ୍ତ ଓ ଭଗବାନଙ୍କର ମିଳନକୁ ଏହି ଦୁନିଆର କୌଣସି ବ୍ୟକ୍ତି ଅଟକାଇ ପାରିବେ ନାହିଁ।ଠିକ ସେହିପରି ଜଣେ ଭକ୍ତ ଥିଲେ ଦାସିଆ ବାଉରୀ।ସେ ନିଜର ଭକ୍ତି ମାଧ୍ୟମରେ ସ୍ଵୟଂ ମହାପ୍ରଭୁ ଜଗନ୍ନାଥଙ୍କୁ ଟାଣି ଆଣିଥିଲେ ନିଜ ପାଖକୁ।ପୁରୀ ଠାରୁ ଚାରି ମାଇଲ ଦୂରରେ ଅବସ୍ଥିତ ଥିବା ବାଲିସାହି ଗ୍ରାମର ଏକ ନୀଚ୍ଚ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଦାସିଆ ବାଉରୀ।ସେ ଯୌବନ ଅବସ୍ଥାରେ ପଦାର୍ପଣ କରିବା ପରେ ତାଙ୍କର ବିବାହ ଏହା ଧାର୍ମିକ ପରାୟଣ ମହିଳାଙ୍କ ସହିତ ହୋଇ ଯାଇଥିଲା।
ଏହାପରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅନେକ ପ୍ରୟାସ କରିଥିଲେ କିନ୍ତୁ ସେ ସବୁଥିରେ ବିଫଳ ହୋଇଥିଲେ।ସେହି ସମୟରେ ନୀଚ୍ଚ ଜାତିର ଲୋକ ମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶର ଅନୁମତି ନଥିଲା।ସେଥିପାଇଁ ସେ ନିଜର ପ୍ରଭୁଙ୍କୁ ଦର୍ଶନ କରି ପାରୁ ନଥିଲେ।ତେବେ ଥରେ ଦାସିଆ ବାଉରୀ ଲୁଗା ବେପାର କରିବାକୁ ଯାଇଥାନ୍ତି।
ସେ ଜଣେ ବ୍ରାହ୍ମଣଙ୍କୁ ଏକ ଲୁଗା ବିକ୍ରି କରିଥିଲେ।ଏହାପରେ ତାଙ୍କର ନଜର ତାଙ୍କ ବଗିଚାରେ ଏକ ନଡ଼ିଆ ଗଛ ଉପରେ ପଡ଼ିଲା।ସେହି ଗଛରେ ଏକ ବହୁତ ଭଲ ନଡ଼ିଆ ହୋଇଥିଲା।ଏହାପରେ ଦାସିଆ ବାଉରୀ ସେହି ନଡ଼ିଆକୁ ବ୍ରାହ୍ମଣଙ୍କୁ ମାଗିଲେ ଓ କହିଲେ ଏହି ନଡ଼ିଆ ମତେ ଦିଅନ୍ତୁ ଓ ଆପଣ ଏହା ବଦଳରେ ଆପଣ ଶାଢ଼ୀର କିଛି ଟଙ୍କା କାଟି ଦିଅନ୍ତୁ।
ଏହାପରେ ଦାସିଆ ବାଉରୀର ନଡ଼ିଆ ପ୍ରତି ଥିବା ଆଗ୍ରହ ଦେଖି ବ୍ରାହ୍ମଣ ଜଣକ ସେହି ନଡ଼ିଆର ମୂଲ୍ୟ ବଢାଇ ଦେଲେ।ଫଳରେ ସେ ବାଧ୍ୟ ହୋଇ ଶାଢ଼ୀ ବଦଳରେ ସେହି ନଡ଼ିଆଟିକୁ ନେଇ ଚାଲି ଆସିଥିଲେ।ଏହାପରେ ସେ ଥରେ ତାଙ୍କ ଘର ପାଖର ଜଣେ ବ୍ରାହ୍ମଣଙ୍କୁ ଶ୍ରୀ ମନ୍ଦିର ଯାଉଥିବାର ଦେଖିଲେ।ଏହାପରେ ସେ ସେହି ନଡ଼ିଆକୁ ଆଣି ତାଙ୍କୁ ଦେଲେ।
କହିଲେ କି ଆପଣ ମନ୍ଦିରରେ ମହା ପ୍ରଭୁଙ୍କୁ ଦେଖା କରିବେ ଓ ଆପଣ ନିଜର ଯାହା ଭୋଗ କରିବା କଥା ଆପଣ କରିବେ ଏହାପରେ ଆପଣ ଅରୁଣ ସ୍ତମ୍ବ ନିକଟରେ ଛିଡା ହୋଇ ଏହି ନଡ଼ିଆକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଢାଇ ଦେବେ ଯଦି ମହାପ୍ରଭୁ ନିଜେ ଏହି ନଡ଼ିଆ ନିଅନ୍ତି ତେବେ ଆପଣ ଦେବେ ନଚେତ ଆପଣ ସେହି ନଡ଼ିଆ ଆଣି ମତେ ଫେରାଇ ଦେବେ।
ଏହାପରେ ବ୍ରାହ୍ମଣ ଜଣଙ୍କ ଦାସିଆ ବାଉରୀର ଏଭଳି ଭକ୍ତି ଦେଖି ତାଙ୍କ ଠାରୁ ସେହି ନଡ଼ିଆ ନେଇଥିଲେ ଓ ସେ ଯେପରି କହିଥିଲେ ସେହି ବ୍ରାହ୍ମଣ ଜଣଙ୍କ ସେପରି କରିଥିଲେ।ଫଳରେ ସେ ଦେଖିଲେ ତାଙ୍କ ହାତରୁ ସେହି ନଡ଼ିଆ ଅଦୃଶ୍ୟ ହୋଇଗଲା।
ଏହାପରେ ଏହି ଘଟଣାଟି ଚାରିଆଡ଼େ ପ୍ରଚାର ହୋଇ ଗଲା। ଠିକ ଏହିପରି ଦାସିଆ ବାଉରୀ ନିଜେ ମହାପ୍ରଭୁଙ୍କୁ ନିଜ ହାତରେ ଆମ୍ବ ନେଇ ଅରୁଣ ସ୍ତମ୍ଭ ପାଖରେ ବଢାଇ ଥିଲେ।ଫଳରେ ସେହି ସମସ୍ତ ଆମ୍ବ ଅଦୃଶ୍ୟ ହୋଇଗଲା।କିଛି ସମୟ ପରେ ବ୍ରାହ୍ମଣମାନେ ଦେଖିଲେ କି ମହାପ୍ରଭୁଙ୍କ ପାଖରେ ଆମ୍ବ ଟାକୁଆ ଗଦା ହୋଇଛି।ଏହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ସମସ୍ତେ ଭକ୍ତ ଦାସିଆ ବାଉରୀଙ୍କୁ ପ୍ରଣାମ କରିଥିଲେ ଓ ଜାଣିଥିଲେ କି ସେ ହେଉଛନ୍ତି ଜଗନ୍ନାଥଙ୍କର ଜଣେ ମହାନ ଭକ୍ତ।