ଜୀବନରେ ମିଳୁଥିବା କିଛି ସଂକେତ ଯାହା ଆପଣଙ୍କ ଜୀବନରେ ବଡ ପରିବର୍ତନ ଆଣିଥାଏ – ଚଢେଇ ମୁଣ୍ଡରେ ମଳତ୍ୟାଗ କଲେ କଣ ସୂଚନା ମିଳେ ଜାଣିରଖନ୍ତୁ

Spread the love

ତେବେ ଆମ ଜୀବନରେ ପ୍ରତିଦିନ ଅନେକ ଘଟଣା ଘଟିଥାଏ।ତେବେ ଏହା ବ୍ୟତୀତ ଆମେ ପ୍ରତିଦିନ ଅନେକ ପ୍ରକାରର ନୂତନ ଅବସ୍ଥାରେ ରହୁ।ତେବେ ଆମ ଜୀବନରେ ଘଟୁଥିବା କିଛି ଘଟଣାର କିଛି ନିର୍ଦ୍ଧିଷ୍ଟ ମହତ୍ତ୍ଵ ରହିଥାଏ।ଯଦି ଆମ ଘରେ କେବେ କେବେ ଅଧିକ ନାଲି ପିମ୍ପୁଡ଼ି ହୋଇ ଯାଇଛନ୍ତି ତେବେ ଏହା ଅର୍ଥ ହାନି ଓ ରୋଗର ସୂଚନା ଦେଇଥାଏ।ସେଥିପାଇଁ ଆପଣ ଯଦି କେବେ ଘରେ ନାଲି ପିମ୍ପୁଡ଼ି ହେବାର ଦେଖୁଛନ୍ତି ତେବେ ଆପଣ ସତର୍କ ରହିବ ସଙ୍ଗେସଙ୍ଗେ ନିଜର ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ରଖିବା ଆବଶ୍ୟକ।

ଏହା ସହିତ ଆପଣ ଯଦି ପିମ୍ପୁଡ଼ି ମନ୍ଦରେ ଅଳ୍ପ ଚିନି କିମ୍ବା ଗୁଡ଼ ପକାଇ ଦେବେ ତେବେ ଆପଣଙ୍କୁ ଏହା ଅନେକ ଉପକାର ଦେଇଥାଏ।ଯେପରିକି ଏହା ଆପଣଙ୍କୁ ଧନ ଜନିତ ସମସ୍ତ ସମସ୍ୟାରୁ ମୁକ୍ତ କରିଥାଏ।ଏହା ସହିତ ଏହା ଆପଣଙ୍କୁ ଆସୁଥିବା ସମସ୍ତ ସମସ୍ୟାରୁ ରକ୍ଷା କରିବାରେ ସହାୟକ ହୋଇଥାଏ।ଏହା ସହିତ ଆପଣ ଯେତେବେଳେ କୌଣସି କାର୍ଯ୍ୟ କରିବାକୁ ବାହାରିଥାନ୍ତି ଯଦି ସେହି ସମୟରେ କୌଣସି ଗାଈ ରଡ଼ି ଛାଡ଼ି ଥାଆନ୍ତି ଅଥବା କୌଣସି ବିବାହିତ ମହିଳା ଆପଣଙ୍କୁ ବିଦାୟ ଦିଅନ୍ତି ତେବେ ଆପଣ ନିଜର କାର୍ଯ୍ୟରେ ସଫଳ ହୋଇଥାନ୍ତି

ଯଦି ଆପଣଙ୍କର ଘରର ଛାତ ଉପରେ ଅଥବା ଆପଣଙ୍କ ଚାଳ ଉପରେ କୌଣସି ପକ୍ଷୀ କ୍ଷତ ଅବସ୍ଥାରେ ପଡ଼ିଥାଏ ବା କୌଣସି ମୃତ ପକ୍ଷୀ ପଡ଼ିଥାଏ ତେବେ ଏହା ଆଗକୁ ଆସୁଥିବା ମହାନ ସଙ୍କଟର ସୂଚନା ଦେଇଥାଏ ସେଥିପାଇଁ ଆପଣ ସବୁବେଳେ ସତର୍କ ରହିବା ଆବଶ୍ୟକ।

ଏହା ସହିତ ଆପଣଙ୍କ ଘର ପାଖରେ ବା ଆପଣଙ୍କ ଘରେ ଯଦି ବାରମ୍ବାର କ୍ଷୀର ଢାଳି ହେଉଥାଏ ତେବେ ଏହା ଆପଣଙ୍କ ଘରେ କଳି ଉତ୍ପନ୍ନ ହେବାର ସୂଚନା ଦେଇଥାଏ।ସେଥିପାଇଁ ଆପଣ ଘରେ ଯେପରି ଝଗଡ଼ା ନହୁଏ ସେଥିପାଇଁ ସତର୍କ ରୁହନ୍ତୁ।ଯଦି ଆପଣଙ୍କ ଘରୁ ବିଛା ବାହାରି ଯାଇଥାଏ ତେବେ ଏହା ଆର୍ଥିକ ସଙ୍କଟର ସୂଚନା ଦେଇଥାଏ।

ଏହା ସହିତ ଯଦି ଆପଣ ନିଜର ବାଡ଼ିରେ କୌଣସି ଗାଈ ଅଥବା ପଶୁ ଚରୁ ଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ଦେଇଥାଏ।ଯଦି ଆପଣ ସକାଳୁ ଉଠିବା ପରେ ଦହି କିମ୍ବା କ୍ଷୀର ଅଥବା ନଡ଼ିଆ ଦେଖନ୍ତି ତେବେ ଏହା ଶୁଭଫଳ ମିଳିବାର ସଂକେତ ଦେଇଥାଏ।ଏହା ସହିତ ଆପଣ ଯଦି ସକାଳୁ କୌଣସି ସ୍ଥାନକୁ ଯିବା ବାଟରେ ଆଖୁ ଦେଖନ୍ତି ତେବେ ଏହା ଆପଣଙ୍କୁ ଧନ ପ୍ରାପ୍ତି ହେବାର ସୂଚନା ଦେଇଥାଏ।

ଆପଣ ସକାଳୁ ଉଠିବା ପରେ ଯଦି ମନ୍ଦିରର ଘଣ୍ଟି ଶବ୍ଦ ଶୁଣନ୍ତି ତେବେ ଏହା ଶୁଭ ସଙ୍କେତ ଦେଇଥାଏ।ଆପଣ ଯଦି ଝିଣ୍ଟିକା ଦେଖନ୍ତି ତେବେ ଏହା ଆପଣଙ୍କୁ ଆପଣଙ୍କର ଖରାପ ସମୟ ଶେଷ ହେବାର ସଂକେତ ଦେଇଥାଏ।ଯଦି ଆପଣ ପୋଷକ ପିନ୍ଧିବା ସମୟରେ ଆପଣଙ୍କ ପକେଟରୁ ଟଙ୍କା ଗଳି ପଡ଼ିଥାଏ ତେବେ ଏହା ଆପଣଙ୍କୁ ଅର୍ଥ ପ୍ରାପ୍ତିର ସୂଚନା ଦେଇଥାଏ।ଏହା ସହିତ ଯଦି ଆପଣଙ୍କ ମୁଣ୍ଡ ଉପରେ କୌଣସି ପକ୍ଷୀ ମଳତ୍ୟାଗ କରେ ତେବେ ଆପଣ ଜାଣିବେ ଯେ ଆପଣଙ୍କର ଦାରିଦ୍ର୍ୟତା ସେହି ଦିନଠାରୁ ସମାପ୍ତ ହୋଇଯିବ।

Leave a Reply

Your email address will not be published. Required fields are marked *