ମୁକେଶ ଆମ୍ବନୀଙ୍କ କେତେ ଟଙ୍କା ଦିୟନ୍ତି ଆୟକର – ଏତେ ଟଙ୍କା ଦିୟନ୍ତି ଆପଣ କେବେ ବିଶ୍ୱାସ କରି ପାରିବେ ନାହିଁ

Spread the love

ତେବେ ଟଙ୍କା ରୋଜଗାର କରିବା ସମସ୍ତଙ୍କୁ ଭଲ ଲାଗିଥାଏ କିନ୍ତୁ ଆପଣ ଏହା ଜାଣିଛନ୍ତି କି ଆମ ଦେଶରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଏତେ ଟଙ୍କା ରୋଜଗାର କରି ଦେଇଛନ୍ତି କି ସେମାନେ ଚାହିଁଲେ ମଧ୍ୟ ସେହି ସମସ୍ତ ଟଙ୍କାକୁ ଖର୍ଚ୍ଚ କରି ପାରିବେ ନାହିଁ।ତେବେ ଆମେ ସମସ୍ତେ ଭାରତର ସବୁଠାରୁ ଅଧିକ ଧନୀ ମୁକେଶ ଆମ୍ବନୀଙ୍କୁ ବହୁତ ଭଲ ଭାବରେ ଜାଣୁ।ତାଙ୍କର ସମସ୍ତ ସମ୍ପତ୍ତି ପ୍ରାୟ ୬୪୦୦ କୋଟି ଡଲାରରୁ ମଧ୍ୟ ଅଧିକ।ଏହି ମହାମାରୀ ସମୟରେ ସମସ୍ତେ ଚିନ୍ତିତ ଥିବା ସମୟରେ ସେ ବର୍ତ୍ତମାନ ଅଧିକ ଟଙ୍କା ରୋଜଗାର କରୁଛନ୍ତି।

ମୁକେଶ ଅମ୍ବାନୀ ଗୋଟିଏ ଦିନରେ ପ୍ରାୟ ୩୪ କୋଟି ଟଙ୍କା କମାଇ ଥାନ୍ତି।ଅର୍ଥାତ ଏକ ଘଣ୍ଟାରେ ପ୍ରାୟ ଏକ କୋଟି ଚାଳିଶ ଲକ୍ଷ ଟଙ୍କା ଓ ପ୍ରାୟ ଏକ ମିନିଟରେ ସେ ଦୁଇଲକ୍ଷ ଚାଳିଶ ହଜାର ଟଙ୍କା କମାଇ ଥାଆନ୍ତି।ଯଦି ଏକ ସେକେଣ୍ଡର ହିସାବ କରାଯାଏ ତେବେ ସେ ତିନି ହଜାର ନସହ ଟଙ୍କା କମାଇ ଥାଆନ୍ତି।ତେବେ ଆମେ ଯଦି ମୁକେଶ ଅମ୍ବାନୀଙ୍କ ସମସ୍ତ ସମ୍ପତ୍ତିକୁ ଦୁଇ ହଜାର ଟଙ୍କିଆ ନୋଟ କରି ଏକ ସ୍ଥାନରେ ଗଦା କରିବା ତେବେ ଏହାର ଉଚ୍ଚତା ମାଉଣ୍ଟ ଏଭରେଷ୍ଟ ଠାରୁ ମଧ୍ୟ ଅଧିକ ଉଚ୍ଚ ହୋଇଯିବ।

ତେବେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ଏକ ବର୍ଷରେ ପ୍ରାୟ ନଅ ହଜାର ଟଙ୍କା ସରକାରଙ୍କୁ ଆୟକର ଦେଇଥାନ୍ତି।ଯାହା ଏକ ରେକର୍ଡ।ଏତେ ଅଧିକ ଟଙ୍କା ସରକାରଙ୍କୁ କେହି ମଧ୍ୟ ଆୟକର ଦେଇ ନଥାନ୍ତି।ଆମ ଦେଶରେ ଏପରି ଅନେକ ରାଜ୍ୟ ଅଛି ଯାହାର ଜି ଡି ପି ୮୦ ହଜାର କୋଟିରୁ ମଧ୍ୟ କମ।ତେବେ ଯଦି ମୁକେଶ ଅମ୍ବାନୀଙ୍କ ସମସ୍ତ କରକୁ ମିଶାଇ ଦିଆ ଯାଏ ତେବେ ଏହା ଦେଖାଯିବ ଯେ ତାହା ଏହି ସମସ୍ତ ରାଜ୍ୟର ବାର୍ଷିକ ରୋଜଗାର ଠାରୁ ମଧ୍ୟ ବହୁତ ଅଧିକ।

ତେବେ ଏଥିରୁ ଆମେ ଅନୁମାନ କରି ପାରୁଥିବା ସେ ଯେତେ ଅଧିକ ଟଙ୍କା ରୋଜଗାର କରିଥାନ୍ତି।ତେବେ ମୁକେଶ ଅମ୍ବାନୀ ନିଜର ଅନେକ ଟଙ୍କା ବାହାର ଦେଶରେ ମଧ୍ୟ ନିବେଶ କରୁଛନ୍ତି।ଏହା ସହିତ ସେ ଅନେକ କମ୍ପାନୀ ମଧ୍ୟ କିଣିବାରେ ଲାଗିଛନ୍ତି ଯାହା ତାଙ୍କର ରୋଜଗାରକୁ ଅଧିକ ବଢାଇ ଦେଉଛନ୍ତି।ତେବେ ଏହା ଶୁଣା ଯାଉଛି କି ମୁକେଶ ଅମ୍ବାନୀ ଆଗକୁ ଟିକଟକ ଆପକୁ ମଧ୍ୟ କିଣି ପାରନ୍ତି।

ସେଥିପାଇଁ ସେ ଡ଼ିସେମ୍ବର ମାସରେ ଟିକ ଟକ କମ୍ପାନୀର ମାଲିକଙ୍କ ସହିତ କଥା ମଧ୍ୟ ହେବାର ଯୋଜନା ରହିଛି।ତେବେ ସେ ଯଦି ଏପରି କରନ୍ତି ତେବେ ତାଙ୍କର କମ୍ପାନୀ ଆହୁରି ଅଧିକ ବଡ଼ ହୋଇଯିବ।ତେବେ ଆପଣ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହେବେ ଯେପରି ବ୍ୟାଙ୍କ ମାନଙ୍କରେ ମ୍ୟାନେଜର ରହିଥାନ୍ତି ସେହିପରି ତାଙ୍କର ଟଙ୍କାକୁ ହିସାବରେ ରଖିବା ପାଇଁ ତାଙ୍କର ନିଜସ୍ୱ ଅନେକ ଲୋକ ରହିଛନ୍ତି।

ତେବେ ସେ ନିଜର ଆୟକୁ କେବେ ମଧ୍ୟ ଲୁଚାନ୍ତି ନାହିଁ ଏହା ସହିତ ସେ ସଠିକ ସମୟରେ ନିଜର ସମସ୍ତ କର ପୈଠ କରିଥାନ୍ତି।ତେବେ ଦୁନିଆର ସବୁଠାରୁ ଅଧିକ ମୂଲ୍ୟର ଘର ହେଉଛି ମୁକେଶ ଆମ୍ବନୀଙ୍କର ଘର।ଏହି ଘରର ମୂଲ୍ୟ ପ୍ରାୟ ୧୪ ହଜାର କୋଟି ଟଙ୍କା।ତେବେ ସେ ନିଜର ସମସ୍ତ ଟଙ୍କାକୁ ବିଭିନ୍ନ ଜାଗାରେ ବିନିଯୋଗ କରି ଅନେକ ଟଙ୍କା କମାଇ ଥାଆନ୍ତି।

Leave a Reply

Your email address will not be published. Required fields are marked *