ପରସ୍ପରକୁ ବିବାହ କଲେ ଦୁଇ ଭଉଣୀ କାରଣ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ ଓ କହିବେ…

Spread the love

ବିବାହ ଏକ ପବିତ୍ର ବନ୍ଧନ ଅଟେ।ଯାହା ଦୁଇଟି ମନର ମିଳନ କରିଥାଏ।ଏହା ସହିତ ଏହା ଦୁଇଟି ଆତ୍ମାର ମଧ୍ୟ ମିଳନ।ଏହା ସାଧାରଣତଃ ଏକ ପୁଅ ଓ ଏକ ଝିଅ ମଧ୍ୟରେ ହୋଇଥାଏ।କିନ୍ତୁ ଆପଣ କେବେ ଏପରି ସୁଣି ଛନ୍ତି କି ଦୁଇଟି ଝିଅ ପରସ୍ପରକୁ ବିବାହ କରିଛନ୍ତି।ଏହା ଶୁଣିବାକୁ ଅଜବ ଲାଗୁଥାଇ ପାରେ ମାତ୍ର ଏହା ସମ୍ପୂର୍ଣ୍ଣ ଭାବରେ ଏକ ସତ୍ୟ ଘଟଣା।ଏହାକୁ ଶୁଣିବା ପରେ ଆପଣ ଅବିଶ୍ବାସ କରି ପାରନ୍ତି କିନ୍ତୁ ଏହା ବାସ୍ତବରେ ହୋଇଛି ତାହା ପୁଣି ଦୁଇ ଭଉଣୀଙ୍କ ମଧ୍ୟରେ।ସେମାନେ ପରସ୍ପରକୁ ବିବାହ କରିଛନ୍ତି।

ଏହି ଘଟଣାଟି ଘଟିଛି ଝାଡ଼ଖଣ୍ଡର ରାଞ୍ଚି ଅଞ୍ଚଳରେ।ସମ୍ପର୍କରେ ଦୁଇ ଭଉଣୀ ହେଉଥିବା ଝିଅ ବର୍ତ୍ତମାନ ସମଲିଙ୍ଗି ବିବାହ କରି ସାରିଛନ୍ତି।ତେବେ ସେମାନଙ୍କ ବିବାହରେ ତାଙ୍କର ପରିବାର ଲୋକ ସମ୍ପୂର୍ଣ୍ଣ ଭାବରେ ଅସନ୍ତୁଷ୍ଟ ଥିଲେ।ଫଳରେ ସେମାନେ ଏହାର ସମାଧାନ କରିବା ପାଇଁ ପୋଲିସ ପାଖରେ ଯାଇ ପହଞ୍ଚିଥିଲେ।କିନ୍ତୁ ପୋଲିସ ସେମାନଙ୍କୁ ବିବାହ କରାଇ ଦେଇଥିଲେ।

ସେମାନେ ସେଠାରେ ପରସ୍ପର ସହିତ ରହିବା ପାଇଁ ନିଷ୍ପତି ନେବାପରେ ପୋଲିସ ଓ ସମସ୍ତ ଲୋକ ସେଠାରେ ଚକିତ ହୋଇ ଯାଇଛନ୍ତି।ଏହି ଘଟଣା ଝୁମାରତେଲିଆ ଥାନା ଅନ୍ତର୍ଗତ ଏକ ଗ୍ରାମର ଅଟେ।ଯେଉଁଠାରେ ପ୍ରାୟ ଦୁଇ ମାସ ହେବ ଦୁଇ ଯୁବତୀ ଗାୟବ ଥିଲେ ଫଳରେ ଅନେକ ଅନୁସନ୍ଧାନ ପରେ ମଧ୍ୟ ସେମାନଙ୍କର କୌଣସି ସୂଚନା ମିଳି ନଥିଲା।

ତେବେ ସେମାନେ ସମ୍ପର୍କରେ ମାମୁଁ ଝିଅ ଓ ପିଉସୀ ଝିଅ ଭଉଣୀ ଅଟନ୍ତି।ସେମାନଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ ସେମାନେ ଘରେ କହିବା ପରେ ସେମାନେ ପ୍ରାୟ ଦୁଇ ମାସ ହେବ ଗାୟବ ଅଛନ୍ତି।ଯାହା ଫଳରେ ସେମାନେ ଅନେକ ଦିନ ପରେ ଅଚାନକ ବିବାହ କରି ଫେରିଥିଲେ ଯାହା ସମସ୍ତଙ୍କୁ ଚକିତ କରି ଦେଇଥିଲା।

ତେବେ ସେମାନଙ୍କ ବିଷୟରେ ସେମାନଙ୍କ ପରିବାର ଲୋକ ଅନେକ ଅନୁସନ୍ଧାନ ପରେ ସେମାନଙ୍କ ଖବର ପାଇଥିଲେ ଏହାପରେ ସେମାନେ ସେମାନଙ୍କୁ ଏକ ଘରୁ ଧରି ନିଜ ଘରକୁ ଆଣିଥିଲେ।ସେମାନେ ଦୁହେଁ ସାବାଳିକା ହୋଇଥିବାରୁ ସେମାନେ ପରସ୍ପରକୁ ବିବାହ କରି ସାରିଛନ୍ତି।ଫଳରେ ସେମାନଙ୍କ ପରିବାର ଲୋକ ଏହା ଜାଣିବା ପରେ କଣ କରିବେ କିଛି ବୁଝି ପାରି ନଥିଲେ।

ଫଳରେ ସେମାନେ ବାଧ୍ୟ ହୋଇ ସେଠାରେ ଥିବା ପୋଲିସ ଥାନାରେ ଯାଇ ପହଞ୍ଚି ଥିଲେ।ଏହାପରେ ସେଠାରେ ପୋଲିସ ମଧ୍ୟ ସେମାନଙ୍କ ବିବାହକୁ ବିଶ୍ୱାସ କରି ପାରି ନଥିଲା।ସେମାନେ ବର୍ତ୍ତମାନ ପରସ୍ପରକୁ ସହ ଜୀବନ ବିତାଇବେ ବୋଲି ଜିଦ କରିଛନ୍ତି।ଯାହା ଫଳରେ ସେମାନଙ୍କ ପରିବାର ଲୋକ ବର୍ତ୍ତମାନ ଅନେକ ଚିନ୍ତିତ ଅଛନ୍ତି

।ତେବେ ଆଇନ ଅନୁସାରେ ଜଣେ ସମଲିଙ୍ଗି ଅନ୍ୟ ଜଣେ ସମଲିଙ୍ଗିଙ୍କୁ ବିବାହ କରି ପାରିବେ।ଏହାକୁ ଆଇନ ମଧ୍ୟ ଅନୁମତି ଦେଇ ସାରିଛି।ଫଳରେ ସେମାନଙ୍କ ପରିବାର ଲୋକ ହୁଅନ୍ତୁ ବା ଅନ୍ୟ କୌଣସି ଲୋକ ସେମାନଙ୍କୁ କେହି ମଧ୍ୟ ଏକାଠି ରହିବାରୁ ଅଲଗା କରି ପାରିବେ ନାହିଁ।ଫଳରେ ସେମାନେ ବର୍ତ୍ତମାନ ଏକାଠି ରହିବେ।ଯାହା ସମସ୍ତଙ୍କୁ ବର୍ତ୍ତମାନ ଆଶ୍ଚର୍ଯ୍ୟ କରୁଛି।

Leave a Reply

Your email address will not be published. Required fields are marked *