ଆମେଲି ପଣ୍ଡା ଏବେ କଣ କରୁଛନ୍ତି ?ଜାଣନ୍ତୁ ସମ୍ପୂର୍ଣ୍ଣ ପାରିବାରିକ କାହାଣୀ – କଣ କରୁଛନ୍ତି ଏବେ ଜାଣିରଖନ୍ତୁ

Spread the love

ସାଙ୍ଗମାନେ ଆଜି ଆମେ ଜାଣିବା ଓଡ଼ିଆ ଆଲବମ ଜଗତର ଜଣେ ଅନନ୍ୟ ନାୟିକା ବିଷୟରେ।ସେ ତାଙ୍କ ଜୀବନରେ ବହୁତ ଓଡ଼ିଆ ଆଲବମରେ ଅଭିନୟ କରିଛନ୍ତି।ସେ ତାଙ୍କ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ।ସେ ତାଙ୍କ ସ୍କୁଲ ସମୟରେ ବହୁତ ନାଟକରେ ଅଭିନୟ ମଧ୍ୟ କରିଥିଲେ।ସେ ଏକ ନାଚୁରାଲ ପ୍ରତିଭା ଥିଲେ।ଆପଣ ମାନେ ହୁଏତ ତାଙ୍କୁ ଅନେକ ଓଡ଼ିଆ ଆଲବମରେ ଦେଖିଥିବେ।ସେ ତାଙ୍କ ଅଭିନୟର ଯାଦୁରେ ଅନେକଙ୍କ ମନରେ ଘର ସୃଷ୍ଟି କରିଥିଲେ।ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସକ ଥିଲେ।ଆଜି ମୁଁ ଆପଣ ମାନଙ୍କୁ କହିବି ତାଙ୍କର ସମ୍ପୂର୍ଣ୍ଣ ଜୀବନୀ ବିଷୟରେ।

ତାଙ୍କର ଜନ୍ମ ୧୪.୯.୧୯୮୪ ମସିହାରେ ହୋଇଥିଲା।ତାଙ୍କର ଜନ୍ମସ୍ଥାନ ଝାରଗ୍ରାମ,ପଶ୍ଚିମବଙ୍ଗ ଅଟେ।ଆମେଲି ୨୦୧୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ତାଙ୍କ ସ୍ବାମୀଙ୍କ ନାମ ନିଲ ହୋତା।ଆମେଲି ଓ ନିଲଙ୍କ ମଧ୍ୟରେ ଲଭ ମ୍ୟାରେଜ ହୋଇଥିଲା। ଆମେଲି ମହର୍ଷି କଲେଜରେ ପାଠ ପଢିଥିଲେ।ସେ ତାଙ୍କ ପାଠ ପଢା ସମୟରେ ବହୁତ ଭଲ ପାଠ ପଢୁଥିଲେ।ସେ ଏକ ମେଧାବୀ ଛାତ୍ର ଥିଲେ।ସେ ତାଙ୍କ ସ୍କୁଲ,କଲେଜ ଆଦିରେ ବହୁତ ନାଟକରେ ଅଭିନୟ କରିଥିଲେ।ପାଠ ପଢା ସହିତ ଅଭିନୟ ମଧ୍ୟ ଜାରୀ ରଖିଥିଲେ।ସେ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ।

ସେ ଆଲବମ ଦୁନିଆରୁ ପ୍ରଥମ କରି ତାଙ୍କ ଅଭିନୟ ଜୀବନୀ ଆରମ୍ଭ କରିଥିଲେ।ସେ ପରେ ଏକ କନ୍ୟା ସନ୍ତାନ ଜନ୍ମ କରିଥିଲେ।ଆମେଲି ତାଙ୍କ ଜୀବନରେ ୪୦୦ ରୁ ଅଧିକ ଆଲବମରେ ଅଭିନୟ କରିଥିଲେ।ସେ କେବଳ ଆଲବମ ନୁହେଁ କିଛି ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ନିଜ ଅଭିନୟର ଛାପ ଛାଡିଛନ୍ତି।ସେ ୨୦୦୫ ମସିହାରେ ଜୀବନ ମୃତ୍ୟୁ ଛବିରେ ଅଭିନୟ କରିଥିଲେ।କେବଳ ଏତିକି ନୁହେଁ ସେ ୨୦୦୭ ମସିହା ତୁମକୁ ପାରୁନି ତ ଭୁଲି ଫିଲ୍ମରେ ଭଉଣୀ ଭୂମିକାରେ ଅଭିନୟ କରିଥିଲେ।ସେ ୨୦୧୧ ମସିହାରେ ଭୁଲ ବୁଝିବନି ମତେ ଛବିରେ ଅଭିନୟ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଥିଲେ।

ଆମେଲିଙ୍କ ସ୍ବାମୀ ଜଣେ ବିଜନେସ ମ୍ୟାନ ଅଟନ୍ତି।ଆମେଲି ଭୁବନେଶ୍ୱରରେ ବିବାହ କରିଛନ୍ତି।ଆମେଲି ଗୋଟିଏ କନ୍ୟା ସନ୍ତାନର ମାତା ଅଟନ୍ତି।ଅଭିନୟ ଜଗତରେ ଆମେଲି ବହୁତ ନା କମାଇଛନ୍ତି।ସେ ତାଙ୍କ ଜୀବନରେ ବହୁତ ବଡ଼ ଷ୍ଟାର ମାନଙ୍କ ସହିତ କାମ କରିଛନ୍ତି।ସେ ବହୁତ ପ୍ରଶଂସକ ମାନଙ୍କ ପ୍ରଶଂସା ମଧ୍ୟ ସାଉଁଟି ଛନ୍ତି।ତାଙ୍କ ଅଭିନୀତ ଅନେକ ଆଲବମ ଏବେ ବି ଅନେକ ଓଡ଼ିଆ ମାନଙ୍କ ହୃଦୟରେ ସେହିପରି ରହିଛି।ତାଙ୍କର ପ୍ରଥମ ଅଭିନୀତ ଆଲବମ ଇସ୍କ ତୁ ହି ତୁ ଦର୍ଶକ ମାନଙ୍କୁ ଅନେକ ପସନ୍ଦ ଆସିଥିଲା।

Leave a Reply

Your email address will not be published. Required fields are marked *