ଓଡ଼ିଶାର ଭର୍ସଟାଇଲ କଳାକାର ଶ୍ରୀଚରଣ ମହାନ୍ତିଙ୍କ ଜୀବନୀ ଏବଂ ପରିବାର – ଏହି କଥା ଜାଣିନଥିବେ ଆଗରୁ ଆପଣ..

Spread the love

ଓଡ଼ିଶାର ଜଣେ ଅଗଧାଡ଼ିର କଳାକାର ଶ୍ରୀଚରଣ ମହାନ୍ତିଙ୍କ ଜନ୍ମଦିନ ହେଉଛି ୨୬ ମେ ମାସରେ ଏବଂ ତାଙ୍କ ଜନ୍ମସ୍ଥାନ ହେଉଛି କୁଜଙ୍ଗ,ଜଗତସିଂହପୁର, ଓଡିଶା।ବର୍ତ୍ତମାନ ସେ କଟକରେ ରହୁଛନ୍ତି।ସେ ଏକ ବେଳରେ ଜଣେ କଳାକାର,ଜଣେ କମେଡିଆନ ଏବଂ ଜଣେ ଗୀତିକାର ମଧ୍ୟ।ତାଙ୍କ ପରିବାରରେ ୪ ଭାଇ ଏବଂ ଜଣେ ଭଉଣୀ ଅଛନ୍ତି।ଶ୍ରୀଚରଣ ଜଣେ ବିବାହିତ ପୁରୁଷ ଅଟନ୍ତି ଏବଂ ତାଙ୍କ ସ୍ତ୍ରୀ ସହ ଜଣେ ପୁଅ ଏବଂ ଜଣେ ଝିଅ ମଧ୍ୟ ଅଛି।ସେ ଏବେ ଏକ ସୁଖୀ ପରିବାରର ଜୀବନ କାଟୁଛନ୍ତି।ସେ ତାଙ୍କ ଜୀବନରେ ବହୁତ କଠିନ ପରିସ୍ଥିତି ଦେଖିଥିଲେ ମଧ୍ୟ କେବେ ହାର ମାନି ନାହାନ୍ତି।ସେ ସବୁବେଳେ ତାଙ୍କ ଆକ୍ଟିଙ୍ଗ ଜରିଆରେ ଆମକୁ ହସେଇବାକୁ ଚେଷ୍ଟା କରିଛନ୍ତି ଏବଂ ତାଙ୍କର ଏହି କାମ ପ୍ରତି ଆଗ୍ରହ ଯୋଗୁ ଆଜି ଓଡ଼ିଶାର ଘରେ ଘରେ ସେ ପଟିଚିତ ଅଟନ୍ତି।

ଏବେ ଆସନ୍ତୁ ଜାଣିବା ତାଙ୍କ ସଙ୍ଗୀତ ଜୀବନ ବିଷୟରେ।ପିଲାଦିନରୁ ସଙ୍ଗୀତ ପ୍ରତି ତାଙ୍କର ବହୁତ ଆଗ୍ରହ ଥିଲା ଏବଂ ସେ ପ୍ରଥମେ ନିଜ ମାଙ୍କ ଠାରୁ ସଙ୍ଗୀତ ଶିଖି ଗୀତ ଗାଇଥିଲେ।ସ୍କୁଲ ଏବଂ କଲେଜରେ ଗୀତ ଗାଇ ସେ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିଲେ।ସେ ପ୍ରଥମେ ଏକ ଭଜନ ଗୀତରେ ନିଜର କଣ୍ଠ ପ୍ରଦାନ କରିଥିଲେ।ସୁନ୍ଦର ସୁନ୍ଦର ମା ସୁନ୍ଦର ସାରଳା ମାଆଙ୍କ ଗୀତରେ ସେ କଣ୍ଠ ପ୍ରଦାନ କରିଥିଲେ।ପରବର୍ତ୍ତୀ ସମୟରେ ଅନେକ ଆଧୁନିକ ଏବଂ ଭଜନ ଆଦିରେ ନିଜର କଣ୍ଠ ପ୍ରଦାନ କରି ଓଡ଼ିଶାର ଚର୍ଚ୍ଚିତ ସଙ୍ଗୀତଜ୍ଞ ସାଜିଥିଲେ।

ଏବେ ଆମେ ତାଙ୍କ ସ୍ମୃତି ବିଷୟରେ କିଛି ଜାଣିବା।ସେ ଯେଉଁ ପ୍ରଥମ ଫିଲ୍ମ ଗୀତରେ କଣ୍ଠ ପ୍ରଦାନ କରିଥିଲେ ତାହା ହେଉଛି ତୁ ଏକା ମୋ ସାହାଭରସା।ଏହାପରେ ସେ ସଙ୍ଗୀତ ଗାଇବା ସହ ଅଭିନୟ ମଧ୍ୟ ଆରମ୍ଭ କରିଦେଇଥିଲେ।ସଙ୍ଗୀତ ନିର୍ଦେଶକ ପ୍ରେମାନନ୍ଦ ଏବଂ ଶ୍ରୀଚରଣ ଦୁଇଜଣ ବହୁତ ଘନିଷ୍ଠ ବନ୍ଧୁ ମଧ୍ୟ ଅଟନ୍ତି।ସେ ଏହା ସହିତ ଜଣେ ଭଲ ଚିତ୍ରକାର ମଧ୍ୟ ଅଟନ୍ତି।ସେ ବାଙ୍କୀରେ ନିଜର କଲେଜ ଜୀବନ ଅତିବାହିତ କରିଥିଲେ।ଏବେ ସେ ଓଡ଼ିଶାର ଏକ ଚର୍ଚ୍ଚିତ ଚେହେରା ଅଟନ୍ତି।

ବନ୍ଧୁମାନେ ଆପଣଙ୍କୁ ଏହି ଆର୍ଟିକିଲ ପସନ୍ଦ ଆସିଲା କି ନାହିଁ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଏହାକୁ ନିଜ ପରିବାର ବର୍ଗ ଏବଂ ସାଙ୍ଗ ମଧ୍ୟ ସେୟାର ମଧ୍ୟ କରନ୍ତୁ।ଆପଣ କଣ ଶ୍ରୀଚରଣ ମହାନ୍ତିଙ୍କ ଏକ ଫ୍ୟାନ ଅଟନ୍ତି।ଯଦି ଅଟନ୍ତି ତାହେଲେ ଏହି ଅର୍ତ୍ତକୀଲ ଆପଣଙ୍କୁ କିପରି ଲାଗିଲା ନିଶ୍ଚୟ କହିବେ।ଆଜିର ଏହି କଠୋର ପରିସ୍ଥିତିରେ ସବୁ ଲୋକ ସମସ୍ତଙ୍କ ଠାରୁ ଦୂରେଇ ଯାଇଛନ୍ତି।କେହି କାହା ପାଖକୁ ଆସିବାକୁ ମଧ୍ୟ ଭୟ କରୁଛନ୍ତି।ଏହି କଠୋର ସମୟରେ ଏହି ସିରିଏଲ ଏବଂ ଚଳଚିତ୍ର ହି ଆମର ମନୋରଞ୍ଜନର କାରକ ସାଜିଛି।ଏହିସବୁ ମାଧ୍ୟମରେ ଆମେ ଏହି ପରିସ୍ଥିତିକୁ କିଛି ସମୟ ପାଇଁ ଅଣଦେଖା କରିଦେଇଥାଉ।ଆପଣ ମଧ୍ୟ ସୁରକ୍ଷିତ ରହିବା ପାଇଁ ସବୁବେଳେ ଘରେ ରୁହନ୍ତୁ।ବହାରକୁ ବିନା କାରଣରେ ଯାଆନ୍ତୁ ନାହିଁ।କେବଳ ଆବଶ୍ୟକ କାମରେ ହି ଘରୁ ବହାରନ୍ତୁ।ସମସ୍ତଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ ଏବଂ ସବୁବେଳେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରନ୍ତୁ।ନମସ୍କାର।

Leave a Reply

Your email address will not be published. Required fields are marked *