ପିରିୟଡ଼ସ ର ଅନିୟମିତତା ପାଇଁ ଚିନ୍ତିତ ଅଛନ୍ତି କି? ତେବେ ଜାଣନ୍ତୁ ଏହାର ଚିକିତ୍ସା – ନିଶ୍ଚୟ ପଢିନିୟନ୍ତୁ

Spread the love

ସାଧାରଣତଃ ୨୦-୨୫ ବର୍ଷର ମହିଳା ମାନଙ୍କୁ ପିରିୟଡ଼ସର ଅନିୟମିତତା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।ଯେପରିକି ସେମାନେ ଠିକ ସମୟରେ ଗର୍ଭବତୀ ହୋଇପାରନ୍ତି ନାହିଁ।ଆଜିକାଲି ଛୋଟ ବୟସର ଝିଅ ମାନଙ୍କର ଶରୀରରେ ଦେଖାଯାଉଛି କି ସେମାନଙ୍କର ଗର୍ଭାଶୟରେ ବୃଦ୍ଧି ସଠିକ ଭାବରେ ହେଉନାହିଁ ଓ ସେମାନେ ବଡ଼ ହେଲାପରେ ଗର୍ଭଧାରଣ କରିବାରେ ଅସମର୍ଥ ହେଉଛନ୍ତି।ଆଜିକାଲି ପିଲାମାନେ ବାହାରର ଖାଦ୍ୟ ଅଧିକ ଖାଇବା ଦ୍ବାରା ସେମାନେ ମୋଟାପଣର ଶିକାର ହେଉଛନ୍ତି।

ସେମାନଙ୍କର ଶାରିରୀକ ଅବସ୍ଥା ମଧ୍ୟ ଠିକ ରାହୁ ନାହିଁ ଫଳରେ ସେମାନଙ୍କର ହିର୍ମନ ଠିକ ସମୟରେ ଆସୁନାହିଁ।ଫଳରେ ସେମାନଙ୍କ ପିରିୟଡ଼ସରେ ଅନିୟମିତତା ଦେଖାଦେଇଥାଏ।ଫଳରେ ସେମାନେ ଠିକ ସମୟରେ ଗର୍ଭ ଧାରଣ କରିବାରେ ସକ୍ଷମ ହୋଇପାରନ୍ତି ନାହିଁ।ଯେଉଁ ଝିଅ ମାନେ ୧୬-୨୦ ବର୍ଷ ବୟସର ହୋଇଥାନ୍ତି ସେମାନଙ୍କ ପିରିୟଡ଼ସରେ ଅନ୍ୟମିତତା ଦେଖା ଦେଲେ ସେମାନେ ନିଜର ଜୀବନଶୈଳୀ ତଥା ଖାଦ୍ୟ ଖାଇବାର ଚିଠା ବଦଳାଇବା ଆବଶ୍ୟକ।ଅଯଥା ଖାଦ୍ୟ ନ ଖାଇବା ଆବଶ୍ୟକ ଓ ନିଜର ଶରୀରର ଯତ୍ନ ନେବା ଆବଶ୍ୟକ।

ବ୍ୟାୟାମ କରିବା ଆବଶ୍ୟକ,ଯାହା ଫଳରେ ସେମାନଙ୍କ ଶାରୀରିକ ଅବସ୍ଥା ଠିକ ରହିବ ଓ ସେମାନେ ମୋଟାପଣ ଠାରୁ ଦୂରେଇ ରହିବେ।ଏହାପରେ ଯଦି ସେମାନଙ୍କ ଅବସ୍ଥାରେ ଉନ୍ନତି ନ ଆସେ ତେବେ ସେମାନଙ୍କୁ ହରମୋନ ଦେବା ଆବଶ୍ୟକ।ଯଦି ସେମାନଙ୍କ ଡିମ୍ବାଶୟରେ ଡିମ୍ବ ତିଆରି ହେଉନାହିଁ।ଅଥବା ଡିମ୍ବ ତିଆରି ହେବା ବନ୍ଦ ହୋଇଯାଇଛି ତେବେ ସେମାନଙ୍କୁ ଡିମ୍ବ ତିଆରି ହେବା ପାଇଁ ଔଷଧ ମଧ୍ୟ ଦିଆଯିବା ଆବଶ୍ୟକ।ଏହା ଫଳରେ ସେମାନେ ପୁଣିଥରେ ଗର୍ଭ ଧାରଣ କରିବାରେ ସକ୍ଷମ ହେବେ।ଏହା ସହ ସେମାନଙ୍କ ଡିମ୍ବ ତିଆରି ଯଦି ବନ୍ଦ ହୋଇ ଯାଇଥାଏ ତେବେ ଏହାର ଚିକିତ୍ସା କରିବା ଦ୍ୱାରା ସେମାନଙ୍କ ଡିମ୍ବ ପୁଣି ଥରେ ତିଆରି ହେବାକୁ ଲାଗିବ।

ପିରିୟଡ଼ସରେ ଅନିୟମିତତା ହେବାର କାରଣ ସାଧାରଣତଃ ହର୍ମୋନରେ ସନ୍ତୁଳନ ନ ରହିବା।ହର୍ମୋନ ଯଦି ଠିକ ସମୟରେ ନ ଝରେ ତେବେ ପିରିୟଡ଼ସ ହେବାରେ ମଧ୍ୟ ଅନିୟମିତତା ଦେଖାଯାଏ।ମହିଳାମାନେ ନିଜର ପେଟରେ ହେଉଥିବା ଯନ୍ତ୍ରଣାର ଉପଶମ ପାଇଁ ଅଧିକରୁ ଅଧିକ ପାଣି ପିଇବା ଆବଶ୍ୟକ।ରକ୍ତ ଚାପ କମ ହେବା ଫଳରେ ଝିଅ ମାନଙ୍କ ଶରୀରରେ ପିରିୟଡ଼ସ ଅନିୟମିତତା ହେବାର ଦେଖାଯାଏ।ତେଣୁ ସେମାନଙ୍କୁ ନିଜର ଖାଦ୍ୟ ଓ ପାଣି ପିଇବା ଉପର ନଜର ରଖିବା ଆବଶ୍ୟକ।ଅଧିକରୁ ଅଧିକ ପାଣି ପିଇବା ଆବଶ୍ୟକ।

ଯଦି ସେମାନଙ୍କ ମୁଣ୍ଡ ବୁଲାଉଛି ତେବେ ସେମାନେ ଏହି ପାଣିରେ ଲେମ୍ବୁ ଓ ଚିନି ଗୋଳାଇ ପିଇ ପାରିବେ।ଏହା ସହିତ କ୍ୟାଲସିୟମ ବାଟିକା ମଧ୍ୟ ଖାଇବା ଆବଶ୍ୟକ କାରଣ ମହିଳାମାନେ ଗର୍ଭଧାରଣ ପୂର୍ବରୁ କିମ୍ବା ଗର୍ଭ ଧାରଣ ପରେ କ୍ଷୀରରେ ସେବନ କରିନଥାନ୍ତି ଫଳରେ ସେମାନଙ୍କ ଶରୀରରେ କ୍ୟାଲସିୟମର ଅଭାବ ପରିଲକ୍ଷିତ ହୋଇଥାଏ।ଯାହାର ପ୍ରଭାବ ସେମାନଙ୍କ ପିଲା ଉପରେ ପଡିପାରେ ତେଣୁ କ୍ୟାଲସିୟମ ବଟିକାର ସେବନ କରିବା ଆବଶ୍ୟକ।ନିୟମିତ ରୂପରେ ଡକ୍ଟରଙ୍କ ପରାମର୍ଶ ନେବା ସହ ନିଜର ରକ୍ତ ଚାପର ମାପ କରିନେବା ଆବଶ୍ୟକ।ଏହା ସହ ଉପଯୁକ୍ତ ଚିକିତ୍ସା ମଧ୍ୟ କରିନେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *