ଗାଡ଼ିର ମାଲିକାନା ଅନଲାଇନରେ ସ୍ଥାନାନ୍ତରଣ – ଟିକି ନିଖି ବିବରଣୀ ଜାଣିରଖନ୍ତୁ ମାତ୍ର ୫ ମିନିଟ ରେ

Spread the love

ଯଦି ଆମେ ଆମ ଗାଡ଼ି କାହାକୁ ବିକ୍ରି କରୁଛେ ତେବେ ଆମକୁ ଆମ ଗାଡ଼ିର ନୂଆ ଆର ସି ବନାଇବାକୁ ପଡ଼ିଥାଏ।ଏହାକୁ ଆମେ କିପରି ଘରେ ବସି କରି ପାରିବା ଏବେ ଆମେ ସେହି ସମ୍ପର୍କରେ ଆଲୋଚନା କରିବା।ପ୍ରଥମେ ଆମେ ପରିବହନ ବିଭାଗର ୱେବସାଇଟକୁ ଯାଇ ସେଠାରେ ଥିବା ଭେଇକିଲ ରେଜିଷ୍ଟ୍ରେସନକୁ ଯିବା।ଏହାପରେ ଆସୁଥିବା ଅଦର ଷ୍ଟାଟସ କୁ ଯିବା।ଏହା ଉପରେ କ୍ଲିକ କରିବା ମାତ୍ରେ ଆମ ସମ୍ମୁଖରେ ଏକ ଧଳା ପେଜ ଖୋଲିଯିବ।ଏଠାରେ ଆମେ ଆମ ଗାଡ଼ି ନମ୍ବର ଦେଇ ଆଗକୁ ବଢିବା।

ଏହି ଗାଡ଼ି ନମ୍ବର ଦେବା ପରେ ଗାଡ଼ିର ସମସ୍ତ ତଥ୍ୟ ଆମ ସମ୍ମୁଖରେ ଆସିଯିବ।ଯେପରିକି ଗାଡ଼ିର ମାଲିକ,ତାଙ୍କ ଘରର ସମସ୍ତ ସୂଚନା ମଧ୍ୟ ଆସିଯିବ।ଏହା ପରେ ଯଦି ଆପଣ ନିଜ ଗାଡ଼ିର ମାଲିକାନା ବଦଳାଇବାକୁ ଚାହୁଁଛନ୍ତି ତେବେ ଆଗକୁ ଯିବାପରେ ତାହା ଆପଣଙ୍କ ଗାଡ଼ି ନମ୍ୱର ମାଗିବ।ଯାହା ଆପଣ ଦେବା ପରେ ଆପଣଙ୍କୁ ଆପଣଙ୍କ ଫୋନ ନମ୍ବର ଦେଖାଇବ।ଏହାପରେ ଆପଣଙ୍କୁ ଗୋଟେ ଓ ଟି ପି ମାଗିବ,ଯାହା ଆପଣଙ୍କ ଫୋନକୁ ପ୍ରଥମରୁ ଆସିଯାଇଥିବ ଏହାକୁ ଆପଣ ଦେଇ ଆଗକୁ ବଢିପାରିବେ।

ଏହାପରେ ଆପଣଙ୍କୁ ଆସିଥିବା ଆପ୍ଲିକେସନକୁ ପୂରଣ କରିବାକୁ ହେବ।ଏହାପରେ ଯଦି ଆପଣଙ୍କୁ ପରିବହନ ବିଭାଗ ଅଫିସକୁ ଯିବାର ଆବଶ୍ୟକ ପଡେ ଆପଣ ଯିବେ ଅନ୍ୟଥା ଆପଣ ନଯାଇ ମଧ୍ୟ ଏହି କାର୍ଯ୍ୟକୁ ପୂର୍ଣ୍ଣ କରିପାରିବେ।ଏହା ପରେ ଆପଣଙ୍କୁ ସେ ମାଲିକାନା ସ୍ଥାନାନ୍ତରଣ କରିବାର କାରଣ ପଚାରିବ,ଆପଣଙ୍କୁ ଏହାର କାରଣ ବାଛିବାକୁ ପଡିବ।ଯେପରିକି ଆପଣ ଏହାକୁ ବିକୁଛନ୍ତି ଅଥବା ଏହାକୁ କାହାକୁ ଉପହାର ଦେଉଛନ୍ତି ଏପରି ଅନେକ କାରଣ ସେଠାରେ ଉପସ୍ଥିତ ଥିବ।ଆପଣଙ୍କୁ ସେଠାରୁ କେବଳ ଗୋଟିଏ କାରଣକୁ ବାଛିବାକୁ ପଡ଼ିବ।

ଏହାପରେ ଆପଣ ଆପଣଙ୍କ ନାମକୁ ସେଠାରେ ଲେଖିବେ ଓ ଏହାପରେ ଆପଣ ଯାହା ନାମରେ ନିଜର ଗାଡ଼ିର ମାଲିକାନା କରିବାକୁ ଚାହୁଁଛନ୍ତି ତାଙ୍କ ନାମ ମଧ୍ୟ ଲେଖିବେ।ଏହା ପରେ ତାଙ୍କ ପିତାଙ୍କ ନାମ,ଆପଣ କେତେ ଟଙ୍କାରେ ନିଜ ଗାଡି ବିକୁଛନ୍ତି, କେଉଁ ତାରିଖରେ ଆପଣ ନିଜର ଗାଡ଼ି ବିକୁଛନ୍ତି ଏହି ସବୁକୁ ଆପଣଙ୍କୁ ସେଠାରେ ଲେଖିବାକୁ ପଡ଼ିବ। ଏହା ପରେ ଆପଣ ନିଜ ମୋବାଇଲ ନମ୍ବର ବଦଳରେ ଆପଣ ବିକୁଥିବା ବ୍ୟକ୍ତିଙ୍କ ନମ୍ୱର ଦେଇପାରିବେ।ଫଳରେ ଗାଡ଼ି ସହ ଜଡ଼ିତ ସମସ୍ତ ଅସୁବିଧା ପାଇଁ ସରକାର ତାଙ୍କୁ ସମ୍ପର୍କ କରିବେ।

ନଚେତ ଆପଣଙ୍କୁ ଅଯଥାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।ଏହାପରେ ଆପଣ ନିଜର ଘରର ସୂଚନା ବଦଳରେ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଘରର ସୂଚନା ଦେବେ।ଏହା ପରେ ଆପଣଙ୍କୁ ସରକାରଙ୍କୁ କିଛି ଶୁଳ୍କ ଦେବାକୁ ପଡ଼ିବ।ଫଳରେ ସେ ଆପଣଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିବେ।ଏଥିପାଇଁ ପ୍ରାୟ ୪୧୮ ଟଙ୍କା ଖର୍ଚ୍ଚ ହେବ।ଏହାକୁ ଆପଣ ନିଜେ ଘରେ ମଧ୍ୟ କରିପାରିବେ ଏହା ବ୍ୟତୀତ ଆପଣ ଏହାକୁ ଆର ଟି ଓ ଅଫିସ ଯାଇ ମଧ୍ୟ କରିପାରିବେ।ଗାଡ଼ି ବିକିବା ସହିତ ଆପଣଙ୍କୁ ନିଜର ଗାଡ଼ିର ମାଲିକାନା ବି ବଦଳାଇଦେବା ଆବଶ୍ୟକ ଅନ୍ୟଥା ଆପଣଙ୍କୁ ଅଯଥା ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

Leave a Reply

Your email address will not be published. Required fields are marked *