ଅନୁ ଚୌଧୁରୀ – ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଜୀବନ କଥା ଏବଂ ପରିବାର ସମ୍ପର୍କରେ

Spread the love

ବନ୍ଧୁଗଣ ଓଡ଼ିଆ ଚଳଚ୍ଚିତ୍ରର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଏବଂ ଜଣେ ସୁପରିଚିତ କଳାକାର ଯିଏକି ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟ ଦ୍ୱାରା ଦର୍ଶକଙ୍କ ମନରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି।ତାଙ୍କର ଅଧିକ ଚଳଚ୍ଚିତ୍ର ମଧ୍ୟ ବହୁତ ସୁପରହିଟ ହୋଇଛି।ସେ ନିଜ ସମର୍ଥକ ମାନଙ୍କ ମନରେ ଏକ ଭଲ ପାଇବା ଏବଂ ଖୁସି ତାଙ୍କ ଅଭିନୟ ଦ୍ୱାରା ଦେଇ ପାରିଛନ୍ତି। ତେବେ କଣ ଅନୁ ଚୌଦ୍ରୀ ଛୋଟ ବେଳେ ଅଭିନୟ କରିଥିଲେ କି ତାଙ୍କର ସ୍ବପ୍ନ କଣ ଥିଲା, ଏହି ବିଷୟରେ ଆସନ୍ତୁ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ଅଭିନେତ୍ରୀ ଅନୁଙ୍କ ଜୀବନ ଶୈଳୀ ବିଷୟରେ।

ଅଭିନେତ୍ରୀ ଅନୁଙ୍କ ସମ୍ପୂର୍ଣ୍ଣ ନାମ ଅନୁ ଚୌଧୁରୀ।ତାଙ୍କୁ ଶ୍ରଦ୍ଧାରେ ମୁନୁ ଡାକନ୍ତି।ସେ ୧୯୭୯ ମସିହା ଅଗଷ୍ଟ ମାସ ୩୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମ ସ୍ଥାନ ଓଡ଼ିଶାର ଭୁବନେଶ୍ଵର ଠାରେ ହୋଇଥିଲା।ସେ ସେଠାରେ ନିଜର ପିଲାଦିନ କାଟିଛନ୍ତି।ଏବେ ଜାଣିବା ତାଙ୍କ ପରିବାର ବିବରଣୀ, ଅଭିନେତ୍ରୀ ଅନୁଙ୍କ ପିତାଙ୍କ ନାମ ରବି ଚୌଧୁରୀ। ମା ଙ୍କ ନାମ ସୌଦାମିନୀ ଚୌଧୁରୀ।ଅନୁଙ୍କ ପିତା ଜଣେ ଓଡ଼ିଆ ଫିଲ୍ମ ଏଡିଟର। ସେ ମଧ୍ୟ ଅନେକ ଓଡ଼ିଆ ଚଳଚ୍ଚିତ୍ର ଏଡିଟିଂ କରି ଅନେକ ସୁନାମ ଅର୍ଜନ କରିଛନ୍ତି। ଅନୁଙ୍କ ମା ଜଣେ ଗୃହିଣୀ।ଅନୁ ଚୌଧୁରୀ ଜଣେ ଉଚ୍ଚ ଶିକ୍ଷିତ ଅଭିନେତ୍ରୀ ଅଟନ୍ତି।ତେବେ ଆସନ୍ତୁ ଜାଣିବା ତାଙ୍କ ଶିକ୍ଷା ବିବରଣୀ ସଂପର୍କରେ।

ଅନୁ ନିଜର ବିଦ୍ୟାଳୟ ଅଧ୍ୟୟନ ପରେ ଭଲ ନମ୍ବର ରଖିଥିଲେ, ଏବଂ +୨ (ବିଜ୍ଞାନ) ପଢିବା ନିମନ୍ତେ ବିଜୁ ପଟ୍ଟନାୟକ କଲେଜ, ଭୁବନେଶ୍ୱର ରେ ପଢିଥିଲେ। ସେଠାରେ ପ୍ରଥମ ପର୍ଯ୍ୟାୟରେ ପାସ କରି +୩ (ଗ୍ରାଜୁଏସନ) କରିବା ନିମନ୍ତେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ରେ ପଢିଲେ।

ଏହାପରେ ଏବେ ଜାଣିବା ଅନୁଙ୍କ ଅଭିନୟ ବିବରଣୀ ସମ୍ପର୍କରେ।ସେ ନିଜର କଳାକୁ ଦେଖାଇବାକୁ ଯାଇ ପ୍ରଥମେ ଶିଶୁ କଳାକାର ଭାବେ ବଧୁନିରୂପମା ଏବଂ ମମତା ମାଗେ ମୂଲ ଚଳଚିତ୍ରରେ ଅଭିନୟ କରିଥିଲେ, ଏବଂ ଅନୁ ବେଶ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ ଓ ବହୁତ ଭଲ ଅଭିନୟ କରିଥିଲେ।ଏହାପରଠୁ ସେ ନିଜର ଅଧ୍ୟୟନ ସରିବା ପରେ ମୁଖ୍ୟ ଭୂମିକା ଅଭିନେତ୍ରୀ ଭାବେ ୧୯୯୮ ମସିହାରେ ମା ଗୋଜବାୟଣୀ ଚଳଚିତ୍ରରେ ଅଭିନୟ କରିଥିଲେ।

ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀ ଯେକି ବେଙ୍ଗଲୀ ଏବଂ ତେଲୁଗ ଚଳଚିତ୍ରରେ କାମ କରିଛନ୍ତି ଏବଂ ମୁଖ୍ୟ ଭୂମିକା ଭାବେ ଅଭିନୟ କରି ଦର୍ଶକଙ୍କ ମନରେ ଆହୁରି ଏକ ସ୍ୱତନ୍ତ୍ର ସ୍ଥାନ ସ୍ଥାପନ କରିପାରିଛନ୍ତି। ବେଙ୍ଗଲୀ ଏବଂ ତେଲୁଗୁ ରେ ମଧ୍ୟ ଅଭିନୟର କୌଣସି କମି ରହିନାହିଁ ତାଙ୍କ ଅଭିନୟରେ। ବର୍ତ୍ତମାନ ଅଭିନେତ୍ରୀ ଅନୁ ଚୌଧୁରୀ ୫୦ରୁ ଉର୍ଦ୍ଧ୍ବ ଫିଲ୍ମ କରିସାରିଲେଣି।ସେଥିରୁ ବହୁତ ଫିଲ୍ମ ଆୱାର୍ଡ ମଧ୍ୟ ପାଇଛି।

ଆୱାର୍ଡ ପାଇଥିବା ଅନୁଙ୍କ ଫିଲ୍ମ: ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ଓଁ ଶାନ୍ତି ଓଁ, ଗରେ ସିନ୍ଦୁର ଧାରେ ଲୁହ, ଶାଶୁଘର ଚାଲିଯିବି। ଅନେକ ଫିଲ୍ମରେ ସେ ସିଦ୍ଧାନ୍ତ ମହାପାତ୍ରଙ୍କ ସହ କାମ କରିଛନ୍ତି ଏଵଂ ସେ ଏକ ଇଣ୍ଟର୍ଭିୟୁରେ ମଧ୍ୟ କହିଛନ୍ତି ଯେ ତାଙ୍କୁ ସିଦ୍ଧାନ୍ତଙ୍କ ସହ କାମ କରିବାକୁ ଭଲ ଲାଗେ। ଅନୁଙ୍କ ହବି ହେଉଛି ଗଛ ଲଗାଇବା ସେ ନିଜ ଘରେ ଏକ ଛୋଟ ବଗିଚା କରି ତାର ଯତ୍ନ ମଧ୍ୟ ନିଅନ୍ତି।

Leave a Reply

Your email address will not be published. Required fields are marked *