କରୋନାରୁ ମୁକ୍ତି କିପରି ପାଇପାରିବେ – ଡାକ୍ତରଙ୍କ ଏହି ପରାମର୍ଶ ଗୁଡିକ ନିଶ୍ଚୟ ଧ୍ୟାନ ଦିୟନ୍ତୁ – ସହଜରେ କରୋନା କୁ ହରେଇପାରିବା ଆମେ..

Spread the love

କରୋନା ଆମ ଜୀବନର ଏକ ଅଙ୍ଗବିଶେସ ପାଲଟି ଗଲାଣି।ହୁଏତ ଆଉ କିଛି ମାସ ବା କିଛି ବର୍ଷ ଧରି ଆମକୁ ଏହା ସହିତ ଖାପ ଖୁଆଇ ଚଳିବାକୁ ପଡିବ।ଲୋକମାନଙ୍କ ଭିତରେ କରୋନାର ଚିକିତ୍ସା ପଦ୍ଧତିକୁ ନେଇ ବହୁତ ଭ୍ରାନ୍ତ ଧାରଣା ରହିଛି।ଲୋକମାନଙ୍କ ଭିତରେ ଏହାକୁ ନେଇ ବହୁତ ମତଭେଦ ରହୁଛି।ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଯଦି ଆପଣ ଏହିସବୁ ଉପାୟ ମାନଙ୍କୁ ନିଜ ଦୈନ୍ୟନ୍ଦିନ ଜୀବନରେ ପ୍ରୟୋଗ କରିବେ ତ କରୋନାକୁ ନିହାତି ଭାବରେ ଆପଣଙ୍କ ଠାରୁ ଦୂରେଇ ରଖିପାରିବେ।

ଆମେ ଯଦି କରୋନାକୁ ଡାକିବା ନାହିଁ ତ ସେ ଆମ ପାଖକୁ ଆସିବ ନାହିଁ।କରୋନା ଠାରୁ ଦୂରରେ ରହିବା ପାଇଁ ଆମକୁ ତିନିଟି ଜିନିଷ ମାନିବାକୁ ପଡ଼ିବ।ପ୍ରଥମେ ଆମକୁ ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ କରିବାକୁ ପଡ଼ିବ।କରୋନା ଏମିତି ଏକ ଭୁତାଣୁ ଯାହା ଆମ କାସିବା ବା ଛିଙ୍କିବା ବେଳେ ଏହା ପ୍ରାୟ ଦୁଇ ମିଟର ଏରିଆରେ ସ୍ପ୍ରେଡ କରିପାରେ।ଯଦି ଆପଣ ଏହି ସମୟରେ ସୋସିଆଲ ଡିଷ୍ଟାନ୍ସ ମାନି ଚଳିବା ତ ଆମେ ନିହାତି କରୋନାରୁ ମୁକ୍ତି ପାଇପାରିବା।

ଦ୍ଵିତୀୟ କଥା ହେଉଛି ମାସ୍କ ପିନ୍ଧିବା।ଆମେରିକାରେ ହୋଇଥିବା ଏକ ଷ୍ଟଡି ଅନୁସାରେ ଯଦି ୮୦ ପ୍ରତିଶତ ଲୋକ ମାସ୍କ ପିନ୍ଧିବେ ତ ଆମକୁ ଲକଡାଉନ ଓ ସଟଡାଉନର ଆବଶ୍ୟକତା ହିଁ ନାହିଁ।ଏବେ କୁହାଯାଇଛି ଯେ ଯଦି ଆପଣ ଘରେ ତିଆରି ମାସ୍କ ବି ପିନ୍ଧିବେ ତାହେଲେ ଆପଣ କରୋନାରୁ ରକ୍ଷା ପାଇପାରିବେ।ଆପଣଙ୍କୁ ଦାମୀ ବା ଏନ ନାଇଣ୍ଟି ଫାଇଭ ମାସ୍କ ପିନ୍ଧିବା ଦରକାର ନାହିଁ।ଆପଣ ନର୍ମାଲ ମାସ୍କ ମଧ୍ୟ ପିନ୍ଧି ରକ୍ଷା ପାଇପାରିବେ।

ଏବେ ତୃତୀୟ କଥା ହେଉଛି ଆପଣ ସବୁବେଳେ ହାତକୁ ସାନିଟାଇଜ କରନ୍ତୁ।ଯଦି କୌଣସି କରୋନା ରୋଗୀ ଯେତେବେଳେ ଛିଙ୍କେ ତ ସେତେବେଳେ ଛୋଟ ଛୋଟ ଧୂଳିକଣା ଗୁଡ଼ିକ ଆମ ହାତରେ ରହିଯାନ୍ତି।ଆମେ ଜାଣିଛେ ଯେ କରୋନା ଭୁତାଣୁ ସେହି ସର୍ଫେସରେ ଦୁଇରୁ ତିନି ଦିନ ଧରି ରହିପାରେ। ତ ଏହାଦ୍ବାରା ଆମକୁ କରୋନା ଭୁତାଣୁ ସଂକ୍ରମିତ କରିବାର ସମ୍ଭାବନା ରହିଛି।ଆପଣ ଚାହିଁଲେ ସାବୁନର ବ୍ୟବହାର ମଧ୍ୟ କରିପାରିବେ।ଆପଣ ଯେତେବେଳେ ବାହାରକୁ ଯାଉଛନ୍ତି ତ ଫେରିବା ସମୟରେ ଆପଣ ହାତ ଧୋଇବା ନିହାତି ଦରକାର।

ଆପଣ ଗ୍ଲୋଭସ ପିନ୍ଧିବା ସମୟରେ ମଧ୍ୟ ସଚେତନ ରହିବେ।କାରଣ ଆପଣ ବେଳେବେଳେ ଗ୍ଲୋଭସ ପିନ୍ଧିଥିବା ସମୟରେ ହାତ ଆଣି ମୁହଁରେ ମାରିଥାନ୍ତି। ତ ଆପଣ ଧ୍ୟାନ ରଖିବେ ଯେ ଯଦି ଆପଣ ଅଧିକ ସମୟ ପାଇଁ ବାହାରକୁ ଯାଉଛନ୍ତି ତ ଗ୍ଲୋଭସ ପିନ୍ଧିବା ଉଚିତ ନୁହେଁ।ଆପଣ ସର୍ବଦା ବାହାରକୁ ଯିବା ସମୟରେ ଆପଣ ନିଜ ସାଥିରେ ଏକ ସାନିଟାଇଜର ରଖିବେ।ଏହାଦ୍ବାରା ଆପଣ କରୋନାକୁ ଆପଣଙ୍କୁ ସଂକ୍ରମିତ କରିବା ଠାରୁ ରକ୍ଷା କରିପାରିବେ।

Leave a Reply

Your email address will not be published. Required fields are marked *