ପପୁ ପମପମଙ୍କ ସ୍ତ୍ରୀ କେତେ ସୁନ୍ଦରୀ ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ?ଏବେ ଦେଖନ୍ତୁ ପପୁ ଭାଇ ଙ୍କ ପରିବାର

Spread the love

ଆମେ ସମସ୍ତେ ଓଡ଼ିଆ ଫିଲ୍ମ ଜଗତର ହାସ୍ୟ ଅଭିନେତା ପପୁ ପମପମ୍ ଙ୍କୁ ଭଲ ଭାବରେ ଜାଣୁ।୧୯୭୭ ମସିହାର ମେଁ ମାସ ୨୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାର କଣ୍ଟିପଲ୍ଲା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ପପୁ ପମପମ।ତାଙ୍କ ବାପା ହେମନ୍ତ କୁମାର ଶତପଥୀ ଜଣେ ଶିକ୍ଷକ ଓ ନାଚ ଶିକ୍ଷକ ମଧ୍ୟ ଥିଲେ।ତାଙ୍କ ମାତାଙ୍କ ନାମ ହେଉଛି କବିତା ଶତପଥୀ।ରସାୟନ ବିଜ୍ଞାନରେ +୩ କୁ ପ୍ରଥମ ଶ୍ରେଣୀରେ ପାସ କରିଥିଲେ ପପୁ ପମପମ୍।ପପୁଙ୍କ ରୁଚି ଥିଲା ନାଚ ଓ ଅଭିନୟରେ।

ଏହାପରେ ସେ ଚାଲି ଆସିଥିଲେ ଭୁବନେଶ୍ୱର ଅଭିନୟ କ୍ଷେତ୍ରରେ ନିଜର ଭବିଷ୍ୟତ ଗଢ଼ିବା ପାଇଁ।ଭୁବନେଶ୍ୱର ଆସିବା ପରେ ବହୁ ଚେଷ୍ଟା ପରେ ତାଙ୍କର ଦେଖା ହୋଇଥିଲା ଉତ୍ତମ ମହାନ୍ତିଙ୍କ ସହିତ।ଏହାପରେ ତାଙ୍କର ସହାୟତା ଫଳରେ ସେ ପ୍ରଥମ ଥର ସୁଯୋଗ ପାଇଥିଲେ ରେଡିଓ ଚକୋଲେଟରେ ଆଙ୍କରିଂ କରିବା ପାଇଁ ଓ ଏହା ପରେପରେ ତାଙ୍କର ନାମ ହୋଇଯାଇଥିଲା ପପୁ ପମପମ।ଆମେ ସମସ୍ତେ ଜାଣୁକି ପପୁ ପମପମ୍ କେବଳ ହାସ୍ୟ ଅଭିନେତା ନୁହନ୍ତି ବର୍ତ୍ତମାନ ସେ ଅନେକ ଫିଲ୍ମରେ ହିରୋର ଅଭିନୟ ମଧ୍ୟ କରୁଛନ୍ତି।

କେବଳ ଏତିକି ନୁହେଁ ସେ ଅନେକ ଗୀତ ମଧ୍ୟ ଗାଇ ସାରିଲେଣି।ଏହା ବ୍ୟତୀତ ସେ ଏବେ ସମସ୍ତଙ୍କର ପ୍ରିୟ ମଧ୍ୟ ଅଟନ୍ତି।ସେ ଅନ୍ୟକୁ ହସାଇବାକୁ ଭଲପାଆନ୍ତି।ସେଥିଲାଗି ଲୋକମାନେ ତାଙ୍କୁ ବହୁତ୍ ପସନ୍ଦ କରନ୍ତି।ମଣିଷ ହିସାବରେ ସେ ବହୁତ୍ ଭଲଲୋକ।ସେ ଅନ୍ୟକୁ ସାହାଯ୍ୟ କରିବା ସହ ସାଧାରଣ ଲୋକଙ୍କ ସୁଖଦୁଃଖ ବୁଝନ୍ତି।ଅନ୍ୟକୁ ସାହାଯ୍ୟ କରିବାପାଇଁ ସେ ସବୁବେଳେ ତତ୍ପର ହୋଇଥାନ୍ତି।ତାଙ୍କ ସ୍ତ୍ରୀଙ୍କ ନାମ ସଂଗୀତା ଶତପଥୀ।ସେ ଦେଖିବାକୁ ମଧ୍ୟ ବହୁତ୍ ସୁନ୍ଦର ଓ ପପୁଙ୍କ ପରି ସେ ମଧ୍ୟ ସର୍ବଦା ଅନ୍ୟକୁ ସାହାଯ୍ୟ କରିଥାନ୍ତି।

ପାପୁଙ୍କର ଏକ ପୁତ୍ର ସନ୍ତାନ ଓ ଏକ ପୁତ୍ରୀ ମଧ୍ୟ ଅଛନ୍ତି।ସେ ପ୍ରଥମ ଥର ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ ୨୦୦୫ ମସିହାରେ।ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ତୁ ମୋ ଆଖିର ତାରା’।ସେ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ହାସ୍ୟ ଅଭିନେତା ଭାବରେ ଅଭିନୟ କରିଥିଲେ ଓ ତାଙ୍କର ଏହି ଅଭିନୟକୁ ଲୋକମାନେ ବହୁତ୍ ପସନ୍ଦ କରିବା ସହିତ ବହୁତ୍ ଉପଭୋଗ ମଧ୍ୟ କରିଥିଲେ।ତାଙ୍କର ଅଭିନୟରେ ସମସ୍ତ ଓଡିଶାବାସୀ ମୁଗ୍ଧ ହୋଇଯାଇଥିଲେ।ସେ ଅନେକ ଫିଲ୍ମରେ ହାସ୍ୟ ଅଭିନେତାର ଅଭିନୟ କରି ଅନେକଙ୍କୁ ହସାଇବାରେ ଆନନ୍ଦ ଲାଭ କରନ୍ତି।

ସେ ବର୍ତ୍ତମାନ ପାଖପାଖି ୨୫-୩୦ ଟି ଫିଲ୍ମ ରେ ଅଭିନୟ କରିସାରିଲେଣି।କିଛିଦିନ ତଳେ ତାଙ୍କର ଦେହ ବହୁତ୍ ଖରାପ ହୋଇଯାଇଥିଲା ଓ ସେ ବହୁତ୍ ଦିନ ଧରି ମେଡିକାଲରେ ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ଫେରିଛନ୍ତି।ତାଙ୍କର ଦେହ ଖରାପ ସମୟରେ ସମସ୍ତ ଓଡ଼ିଶାବାସି ଭଗବାନଙ୍କ ନିକଟରେ ତାଙ୍କର ସୁସ୍ଥ ଜୀବନ ପାଇଁ କାମନା କରିଥିଲେ।କାରଣ ତାଙ୍କ ଭଳି ଅଭିନେତା ସମସ୍ତ ଓଡ଼ିଶା ପାଇଁ ଏକ ବରଦାନ ସଦୃଶ।ସେ ତାଙ୍କର ଅଭିନୟରେ ସମସ୍ତଙ୍କୁ ଖୁବ୍ ହସାଇଥାନ୍ତି ଓ ବର୍ତ୍ତମାନ ସେ ଛୋଟ ଛୋଟ ଭିଡିଓରେ ମଧ୍ୟ ଅଭିନୟ କରି ଲୋକମାନଙ୍କୁ ହସାଇବା କାର୍ଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *