ଜୀବନ ପାଇଁ ସଂଘର୍ଷ କରୁଥିବା Sanjaya କୁ ସାହାଯ୍ୟ କରିବାକୁ କେନ୍ଦ୍ରାପଡାରେ ପହଞ୍ଚିଛନ୍ତି ରାନୀ ପଣ୍ଡା,କହିଲେ ଅନୁଭବ ନ ଆସିଲେ ମଧ୍ୟ ମୁଁ…

Spread the love

ସଞ୍ଜୟକୁ ପାଇବା ପାଇଁ ଯେତେବେଳେ ସ୍ତ୍ରୀ ବାର ଦୁଆର ବୁଲୁଛି ଆଉ ଏ ଅଫିସ ମୁହଁରୁ ସେ ଅଫିସ ମୁହଁ ବୁଲୁଛି ସ୍ତ୍ରୀ ଆଉ ଏପଟେ ଧୂଳି ଅଣ୍ଡାଳି କାନ୍ଦୁଛି ମା ଆଉ କାନି ପକେଇ ଭିକ ମାଗୁଛି। ଅପରପକ୍ଷରେ ଏହି ବିକଳ ଚିତ୍ରକୁ ଦେଖି ନ ପାରି ସରପଞ୍ଚ ୧୨ ଦୁଆର ଭିକ୍ଷା ବୃତିକୁ ଆପଣେଇ ନେଇଛନ୍ତି।

ତାରି ଭିତରେ ସାରା ଓଡ଼ିଶାର ଲୋକ ହାତ ବଢାଇଛନ୍ତି ଆଉ ତାରି ଭିତରେ ଆଉ ଗୋଟେ ପାହାଚ ଆଗକୁ ଆସିଛି ଯେ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଯାହାଙ୍କ ନା ଶୁଣିଲେ ସାରା ଓଡ଼ିଶା ତାଙ୍କୁ ଜାଣି ଯାଆନ୍ତି।ଆଉ ଆଜି ସେଇ ରାନୀ ପଣ୍ଡା ଆସି ସେହି ଅସହାୟ ପରିବାର ପାଖରେ ପହଞ୍ଚିଛନ୍ତି ଆଉ ସେହି ଅସହାୟ

ପରିବାର ଉପରେ ତାଙ୍କର ହାତ ରଖିଛନ୍ତି, ହାତ ରଖିକି ଗୋଟେ କଥା କହିଛନ୍ତି ଯେ ସଞ୍ଜୟ ଘଟଣାରେ ସେ ସାମିଲ ହେଇଛନ୍ତି। ତ ପୁରା ଘଟଣା ବିଷୟରେ ଜାଣିବା।ଆଜ୍ଞା ଯେତେବେଳେ ବାର ଦୁଆର ବୁଲୁଛି ଆଉ ଅନ୍ତ ଫାଡ଼ି ଜନ୍ମ ଦେଇଛି, ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଛନ୍ତି ହେଲେ ଆଜି

ସେ ବାହୁନୀ ବାହୁନୀ କାନ୍ଦୁଛି ଟଙ୍କାଟିଏ ପାଇଁ ଭିକ୍ଷା ମାଗୁଛି ଆଉ ଅପର ପକ୍ଷେ ସରପଞ୍ଚ ଭିକ୍ଷା ବୃତ୍ତି ଆପଣେଇ ନେଇଛନ୍ତି କିନ୍ତୁ ରାନୀ ପଣ୍ଡା ଅଛନ୍ତି ଆଉ ଅନୁଭବଙ୍କର କର୍ମ ଭୂମି କେନ୍ଦ୍ରାପଡାରେ ଆସି ପହଞ୍ଚିଛନ୍ତି।ତ ଆପଣ ଏହି ଘଟଣାକୁ ନେଇକି କଣ କହିବେ? ରାନୀ ପଣ୍ଡା କହୁଛନ୍ତି ନିହାତି ଭାବରେ ମୁଁ ବହୁତ

ଦୁଃଖିତ ଆଉ ମର୍ମାହତ।ଏଇଟା ଭାରି ଦୁଃଖର ବିଷୟ। ମାଆର ଜନ୍ମ କଲା ପୁଅ ଯେତେବେଳେ ଏମିତି ହୋଇଯାଏ ସେତେବେଳେ ଏଇଟା କେତେ ଯେ ଦୁଃଖର ବିଷୟ ସେଇଟା କେବଳ ଗୋଟେ ମାଆ ହିଁ ଜାଣିଛି ।ତେଣୁ ଆଜ୍ଞା ଏହି ଖବର ପ୍ରସାରଣ ହେବା ପରେ ମୁଁ ଆସିକି ପହଞ୍ଚିଛି ଏହି କେନ୍ଦ୍ରାପଡ଼ା ମାଟିରେ।

ଏହି ପରିବାର ପାଖରେ ପହଞ୍ଚିଛି ଆଉ ମୋ ଦ୍ୱାରା ଯାହା ଯେତିକି ହେଇ ପାରିଛି ମୁଁ ତାଙ୍କୁ ସାହାଯ୍ୟ କରିଛି ଏବଂ ସାରା ଓଡ଼ିଶାବାସୀଙ୍କୁ ମୁଁ ଅନୁରୋଧ କରିବି ଯେ ତାଙ୍କର ଫୋନ ପେ ଆକାଉଣ୍ଟରେ କିଛି କିଛି ରାଶି ସାହାଯ୍ୟ କରନ୍ତୁ ଆଉ ତାଙ୍କ ପୁଅ ତାଙ୍କ ପାଖକୁ ଫେରି ଆସନ୍ତୁ। ଏମିତି କିଛି ସେ କହିଥିଲେ।

Leave a Reply

Your email address will not be published. Required fields are marked *