ଅନୁଭବଙ୍କ Challange ର ଜବାବ୍ ଦେଲେ ବର୍ଷା? ଖୋଲାଖୋଲି ସୋସିଆଲ ମିଡ଼ିଆ ରେ କହିଦେଲେ ଏତେ ବଡ କଥା..ଦେଖନ୍ତୁ Video

Spread the love

ତେବେ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଚାଲିଥିବା କଳହର ସମାଧାନ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ହୋଇ ପାରୁ ନାହିଁ।ଯାହା ଫଳରେ ଏହି ଘଟଣାକୁ ନେଇ ବର୍ତ୍ତମାନ ଅନେକ କଥା ସାମ୍ନାକୁ ଆସୁଛି।ତେବେ ସେମାନଙ୍କ ମଧ୍ୟରେ ବର୍ତ୍ତମାନ ସମ୍ପର୍କ ଆଉ ଠିକ ମଧ୍ୟ ନାହିଁ।ତେବେ ସୂଚନା ଅନୁସାରେ ଅନୁଭବ ବର୍ଷାଙ୍କ ବିରୁଦ୍ଧରେ ସଚିବାଳୟରେ ଏକ ଅଭିଯୋଗ ଦାଖଲ କରିଥିଲେ ଯାହା ପରେ ତାଙ୍କ ବିରୋଧରେ ବର୍ତ୍ତମାନ ତଦନ୍ତ ଚାଲିଛି।

ତେବେ ବର୍ଷା ସରକାରୀ ଦସ୍ତାବିଜ ହାସଲ କରିବା ପାଇଁ ଜାଲ ଓ ଭୁଲ କାଗଜପତ୍ର ଦାଖଲ କରିଥିଲେ।ତେବେ ସେ ଏପରି କରିଥିବା କାରଣରୁ ବର୍ତ୍ତମାନ ତାଙ୍କ ବିରୋଧରେ ଅନୁଭବ ଅଭିଯୋଗ ଆଣିଥିଲେ।ତେବେ ଏହାପରେ ବର୍ଷା ଏହାର କିଛି ସମୟ ପରେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମଧ୍ୟ ଏହାର ପ୍ରତିକ୍ରିୟା ରଖିଥିଲେ।

ତେବେ ଅନୁଭବ କହିଥିଲେ କି ଭାରତରେ ଜଣେ ବ୍ୟକ୍ତି କେବଳ ନିଜର ଏକ ପରିଚୟରେ ରହି ପାରିବ।ତେବେ ବର୍ଷା କିନ୍ତୁ ଦୁଇ ଦୁଇଟି ପରିଚୟ ନେଇ ବଞ୍ଚିବାକୁ ପ୍ରୟାସ କରୁଛନ୍ତି ଯାହା ବହୁତ ବଡ଼ ଅପରାଧ ବୋଲି ଅନୁଭବ କହିଥିଲେ।ଯାହା ଫଳରେ ସେ ସୁରକ୍ଷା ମନ୍ତ୍ରାଳୟ ଓ ସଚିବାଳୟରେ ଏହି କଥାକୁ ନେଇ ଅଭିଯୋଗ ଆଣିଥିଲେ।

ଏହା ସହିତ ଏହାପରେ ତାଙ୍କ ବିରୁଦ୍ଧରେ ମଧ୍ୟ ବର୍ତ୍ତମାନ ତଦନ୍ତ ଚାଲିଛି ବୋଲି ମଧ୍ୟ ଜଣା ପଡ଼ିଛି।ଏହା ସହିତ ଅନୁଭବ ମଧ୍ୟ ବର୍ଷାଙ୍କୁ କହିଛନ୍ତି କି ଏପରି ଭାବରେ କାହା ମାଧ୍ୟମରେ ନିଜର ମତ ରଖିବା ସମ୍ପୂର୍ଣ୍ଣ ଭୁଲ ଅଟେ।ତେଣୁ ତାଙ୍କୁ ଯାହା ମଧ୍ୟ କହିବାକୁ ଅଛି ସେ ସମସ୍ତଙ୍କ ସମ୍ମୁଖକୁ ଆସି ନିର୍ଭୟରେ ଏହ କହିବା ଆବଶ୍ୟକ।

ଯାହା ଫଳରେ ସମସ୍ତଙ୍କୁ ସତ କଣ ଏହା ଜଣା ପଡ଼ିବ।ଏହା ସହିତ ବର୍ଷାଙ୍କୁ ଅନୁଭବ ଏପରି ନ କରିବା ପାଇଁ ମଧ୍ୟ କହିଥିଲେ।ତେବେ କିଛି ଦିନ ତଳେ ଅନୁଭବ ବର୍ଷାଙ୍କୁ ସେହି ସମସ୍ତ ସୁବିଧା ସୁଯୋଗ ଦେବାକୁ ବନ୍ଦ କରିବାକୁ କହିଥିଲେ ଯାହା ଏକ ସାଂସଦଙ୍କ ପତ୍ନୀଙ୍କୁ ମିଳି ଥାଏ।ତେବେ ଏହା ଉପରେ ମଧ୍ୟ ନିଷ୍ପତି ନେଇ ତାଙ୍କୁ ସେହି ସମସ୍ତ ସୁବିଧା ସୁଯୋଗ ଦେବାରୁ ମଧ୍ୟ ବଞ୍ଚିତ କରା ଯାଇ ଥିଲା।

ତେବେ ଏହା ପରେ ଅନୁଭବ ଏହି ଅଭିଯୋଗ ଆଣି ଥିଲେ।ତେବେ ବର୍ତ୍ତମାନ ଏହି ଘଟଣାର ମଧ୍ୟ ତଦନ୍ତ କରାଯାଇ ଏହା ଉପରେ ନିଷ୍ପତି ନିଆଯିବ ବୋଲି ମଧ୍ୟ ଜଣା ପଡ଼ିଛି।ଏହା ସହିତ ଅନୁଭବ ଓ ବର୍ଷାଙ୍କ ସମ୍ପର୍କରେ ମଧ୍ୟ କୌଣସି ସୁଧାର ଆସିବାର ଦେଖା ଯାଉ ନାହିଁ।ଏହା ସହିତ ସେମାନେ ବର୍ତ୍ତମାନ ଏକାଠି ରହୁ ନଥିଲେ ମଧ୍ୟ ସେମାନଙ୍କର ଛାଡପତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ହୋଇ ନାହିଁ।

ଯାହା ଫଳରେ ବର୍ଷା ମଧ୍ୟ ଏହା ଉପରେ ନିଜର କିଛି ନିର୍ଦ୍ଧିଷ୍ଟ ମତ ରଖି ନାହାନ୍ତି।ତେବେ ବର୍ଷା ବର୍ତ୍ତମାନ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ଭାବରେ ଚୁପ ଥିବା ମଧ୍ୟ ଜଣା ପଡ଼ିଛି।ତେବେ ଏହି ଘଟଣାରେ ଆଗକୁ କଣ ହେଉଛି ଏହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *