ଆପଣ କିଣୁଥିବା ଗାଡ଼ିରେ Loan ରହିଛି ନା ନାହିଁ ଏବେ ଚେକ କରନ୍ତୁ Online ରେ – ଗୋଟି ଗୋଟି ଉପାୟ ଜାଣିରଖନ୍ତୁ

Spread the love

ଆଜିକାଲି ଅନେକ ଲୋକ ବ୍ୟବହାର ହେଇଥିବା ଗାଡ଼ି କିଣୁଛନ୍ତି।କିନ୍ତୁ ଗାଡ଼ି କିଣି ସରିବା ପରେ ସେମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଯେପରିକି ଯଦି ସେହି ଗାଡ଼ିର ଲୋନ ଏହାର ପୁର୍ବ ମାଲିକ ସମ୍ପୂର୍ଣ୍ଣ ଭାବରେ ସୁଝି ନଥାଏ ତେବେ ଆପଣଙ୍କ ପାଇଁ ଏହା ଏକ ବହୁତ ବଡ଼ ସମସ୍ୟା ହୋଇ ଯାଇଥାଏ ଓ ଆପଣଙ୍କୁ ସେହି ଲୋକକୁ ବାରମ୍ବାର ଅନୁରୋଧ କରିବାକୁ ପଡେ କି ସେହି ଲୋନ ଶୁଝିବା ପାଇଁ ଏହା ସହିତ ଅନେକ କ୍ଷେତ୍ରରେ ଦେଖା ଯାଇଛି କି ସେହି ଦିତୀୟ ଲୋକକୁ ପ୍ରଥମ ଲୋକର ଲୋନ ମଧ୍ୟ ସୁଝିବାକୁ ପଡିଥାଏ।

ତେବେ ଆପଣ ଯଦି କେବେ ବ୍ୟବହୃତ ହୋଇଥିବା ଗାଡ଼ି କିଣିବାକୁ ଯାଆନ୍ତି ତେବେ ଆପଣ ଧ୍ୟାନ ରଖିବେ ଯେପରି ଏହି ଗାଡ଼ିର ସମସ୍ତ କାଗଜପତ୍ର ସଠିକ ଥିବା ଆବଶ୍ୟକ ଓ ଆପଣ ସେହି ଗାଡ଼ିର ସମସ୍ତ ଲୋନ ମଧ୍ୟ ଶୁଝା ଯେପରି ଯାଇଥିବ ଏହା ଦେଖିଲା ପରେ ସେହି ଗାଡ଼ିଟି କିଣନ୍ତୁ ନଚେତ ଆପଣଙ୍କୁ ଉପରିସ୍ଥ ସମସ୍ତ ସମସ୍ୟାକୁ ନିଜ ଘରକୁ ଆଣିବାକୁ ପଡିପାରେ।ଏହା ସହିତ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଗାଡ଼ି ସମ୍ପର୍କିତ ଅନେକ ତଥ୍ୟ ଲୁଚାଇ ଥାଆନ୍ତି।

ତେବେ ଆପଣ ଚାହିଁଲେ ଅନଲାଇନ ମାଧ୍ୟମରେ ସେହି ଗାଡ଼ିର ସମସ୍ତ ତଥ୍ୟ ଦେଖି ପାରିବେ।ଯାହା ଫଳରେ ଆପଣ ସେହି ଗାଡ଼ିର ସମସ୍ତ ତଥ୍ୟ ଜାଣି ପାରିବେ ଓ ଆପଣ ବିନା ଦ୍ବନ୍ଦରେ ସେହି ଗାଡ଼ିକୁ କିଣି ପାରିବେ।ନଚେତ ଆପଣଙ୍କୁ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।ଏଥିପାଇଁ ଆପଣ ଯଦି ଅନଲାଇନ ମାଧ୍ୟମରେ ସେହି ଗାଡ଼ି ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଗୁଗଲରେ ବାହନ ଲେଖି ସର୍ଚ୍ଚ କରନ୍ତୁ।ଏହାପରେ ଆପଣଙ୍କୁ ସେଠାରେ ନିଜର ଗାଡ଼ି ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ଏକ ଚିହ୍ନ ଦେଖାଇବ।

ଆପଣ ସେହି ସ୍ଥାନରେ କ୍ଲିକ କରିବା ପରେ ଆପଣଙ୍କୁ ସେହି ଗାଡ଼ିର ନମ୍ୱର ଦେବାକୁ ପଡ଼ିବ ଏହାପରେ ଆପଣ ସେହି ଗାଡ଼ି ସମ୍ପର୍କରେ ସମସ୍ତ ତଥ୍ୟ ପାଇ ପାରିବେ।ସେହି ଗାଡ଼ି କାହା ନାମରେ ଅଛି ଅଥବା ସେହି ଗାଡ଼ି କୌଣସି ଲୋନରେ କିଣା ଯାଇଛି ବା ନାହିଁ ଏହି ସମ୍ପର୍କିତ ସମସ୍ତ ତଥ୍ୟ ଆପଣ ଜାଣି ପାରିବେ।ତେବେ ଆପଣ ଏହି ତଥ୍ୟରୁ ଜାଣି ପାରିବେ କି ସେହି ଗାଡ଼ିର ପୂର୍ବ ମାଲିକ ସେହି ଗାଡ଼ି ସମ୍ପର୍କରେ କହୁଥିବା ତଥ୍ୟ ସତ୍ୟ ନା ମିଛ।ଏହା ପରେ ଆପଣ ସେହି ଗାଡ଼ିକୁ କିଣି ପାରିବେ।

ତେବେ ଆପଣ ସର୍ବଦା ଯେତେବେଳେ ମଧ୍ୟ କୌଣସି ଗାଡ଼ି କିଣୁଛନ୍ତି ତେବେ ଆପଣ ଏହା ସତର୍କ ରୁହନ୍ତୁ କି ଯେପରି ସେହି ଗାଡ଼ି ସମ୍ପର୍କିତ ସମସ୍ତ ତଥ୍ୟ ସଠିକ ଥିବ ଓ ଆପଣ ସେହି ଗାଡ଼ିକୁ କିଣି ପାରିବେ।ତେବେ ଆପଣ ଯଦି କୌଣସି ଗାଡ଼ି କୌଣସି ବିନା ଦେଖା ଶୁଣାରେ କିଣିବେ ତେବେ ଏହା ଆପଣଙ୍କ ପାଇଁ କ୍ଷତି ହୋଇ ପାରେ।ସେଥିପାଇଁ ଆପଣ ସର୍ବଦା ସତର୍କତାର ସହିତ ଗାଡ଼ି କିଣନ୍ତୁ ଓ ଆପଣ ଏହା ମଧ୍ୟ ଧ୍ୟାନ ରଖନ୍ତୁ ଯେପରି ଗାଡ଼ି ସମ୍ପର୍କିତ ସମସ୍ତ ତଥ୍ୟ ସଠିକ ଥିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *