ଯଦି ଆପଣଙ୍କ ଲିଷ୍ଟରେ ନାମ ଥାଇ କାଳିଆ ଯୋଜନା ଟଙ୍କା ଆସୁନାହିଁ ତେବେ କଣ କରିବେ – ଆଜି କରନ୍ତୁ ଏହି ଉପାୟ

Spread the love

ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କାଳିଆ ଯୋଜନାର ଏକ ସବୁଠାରୁ ବଡ଼ ଅପଡ଼େଟ ବିଷୟରେ।ଅନେକ ଲୋକଙ୍କର ଏହି ଗୋଟିଏହିଁ ଅସୁବିଧା ଲିଷ୍ଟରେ ତାଙ୍କର ନାମ ଅଛି କିନ୍ତୁ ଟଙ୍କା ଆସୁନାହିଁ।ଏବଂ ପ୍ରଥମ ଥର ଲିଷ୍ଟରେ ନାମ ଥିଲା କିନ୍ତୁ ଟଙ୍କା ଆସିନଥିଲା ଏବଂ ଦ୍ୱିତୀୟ ଥର ଲିଷ୍ଟରେ ହିଁ ନାମ ନାହିଁ।ଆଜିର ଆର୍ଟିକିଲରେ ଆମେ ଆପଣଙ୍କୁ ଏହା ଉପରେ ବିସ୍ତାରରେ ଜଣାଇବୁ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ବର୍ତ୍ତମାନ ସମୟରେ କାଳିଆ ଯୋଜନାପାଇଁ ଯେଉଁ ସାଇଟ ରହିଛି ସେଥିରେ କୌଣସି ଅପଡେଟ ଚାଲିଥିବାରୁ ତାହା ଏବେ ଆସୁନାହିଁ।ଏଥିରେ ଵ୍ୟସ୍ତ ହେବାରେ କିଛି ନାହିଁ ଆପଣ ନିଜର ଟୋକେନ ନମ୍ବର ସୁରକ୍ଷିତରେ ରଖିଥାନ୍ତୁ।ଏବେ ଆସନ୍ତୁ ଜାଣିବା ଲିଷ୍ଟରେ ନାମ ଥାଇ ଟଙ୍କା ଅସୁନଥିବାର କାରଣ କଣ?

ସବୁଠାରୁ ବଡ଼ କଥା ହେଉଛି ସରକାରଙ୍କ ଠାରୁ ସାହାଯ୍ୟ ପାଇବାକୁ ହେଲେ ଆପଣଙ୍କ ବ୍ୟାଙ୍କ ଡିଟେଲସ ଏବଂ ଆଧାରକାର୍ଡ ଓ ଏହା ସହିତ ସମସ୍ତ ଜରୁରୀ ଡକୋମେଣ୍ଟସ ମ୍ୟାଚ କରୁଥିବା ଦରକାର।ଏଥିମଧ୍ୟରୁ ଯଦି ଆପଣଙ୍କର ଗୋଟିଏ ମାତ୍ର ସ୍ପେଲିଙ୍ଗ ଭୁଲ ହୋଇଗଲେ ମଧ୍ୟ ଆପଣ ସରକାରଙ୍କ ଠାରୁ ଟଙ୍କା ପାଇପାରିବେ ନାହିଁ।ଅନେକ ଲୋକ ନିଜର ଭୋଟର କାର୍ଡ ଦ୍ୱାରା ବ୍ୟାଙ୍କ ଆକାଉଣ୍ଟ ଖୋଳୁଥିଲେ କିନ୍ତୁ ୨୦୧୯ ମସିହାର ଗାଇଡ଼ ଲାଇନ ଅନୁସାରେ ନିଜର ଆଧାର କାର୍ଡକୁ ବ୍ୟଙ୍କ ପାସବହି ସହିତ ଲିଙ୍କ କରାନ୍ତୁ।

ଅନେକ ଲୋକ ବ୍ୟାଙ୍କ ଆକାଉଣ୍ଟ ଖୋଲିସାରିବା ପରେ ତାହା ଦେଖୁ ନାହାଁନ୍ତି ଏବେ ସେହି ଆକାଉଣ୍ଟ ଆଉ ଆକ୍ଟିଭ ଅଛି ନା ଆକ୍ଟିଭ ନାହିଁ।ଯଦି ଆପଣ ଅନେକ ଦିନ ପର୍ଯ୍ୟନ୍ତ ସେହି ଆକାଉଣ୍ଟରେ କୌଣସି ଟଙ୍କା ଉଠାଣ ବା ଜମା କରନ୍ତି ନାହିଁ ତେବେ ସେହି ଆକାଉଣ୍ଟଟି ଇନଆକ୍ଟିଭ ହୋଇଜାଇଥାଏ।ଏହି କ୍ଷେତ୍ରରେ ଯଦି ଆପଣ କେବଳ ୧୦୦ ଟଙ୍କା ନେଇ ନିଜ ବ୍ୟଙ୍କରେ ରଖନ୍ତି ତେବେ ତାହା ଆକ୍ଟିଭ ହୋଇଯିବ।

ଆପଣଙ୍କ ଆକାଉଣ୍ଟର ଭୁଲ ତଥ୍ୟ ଯୋଗୁ ସରକାରଙ୍କ ତରଫରୁ ଟଙ୍କା ଯାଇପାରୁନାହିଁ।ସେଥିପାଇଁ ପ୍ରଥମେ ଆପଣ ନିଜ ଆଧାରକୁ ଠିକ କରନ୍ତୁ।ଏହା ଆପଣ ଆଧାର ଠିକ କରିବା ସେଣ୍ଟରରେ କରିପାରିବେ।ଆଧାର ଅନୁସାରେ ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ଯାହା ସବୁ ତ୍ରୁଟି ରହିଛି ତାହାକୁ ସୁଧାର କରିଦିଅନ୍ତୁ।ଏହାପରେ ଆପଣଙ୍କ ଆଧାରକାର୍ଡର ଏକ ଜେରକସ ଏବଂ ବ୍ୟଙ୍କ ଖାତାର ଆଗ ପେଜର ଏକ ଜେରକସ ନେଇ ଏକ ଦରଖାସ୍ତ ଦ୍ୱାରା ଆପଣଙ୍କର ଏହି ଅସୁବିଧା ଜଣାଇ ବ୍ଲାକରେ ଥିବା ନୋଡାଲ ଅଧିକାରୀଙ୍କ ପାଖରେ ଜମା କରନ୍ତୁ।ଏହାପରେ ଆପଣ ଦେଖିବେ ଆପଣଙ୍କ ଆକାଉଣ୍ଟ ସବୁ ଠିକ ହୋଇଯାଇ ଆପଣଙ୍କ ଟଙ୍କା ଆସିବ।

Leave a Reply

Your email address will not be published. Required fields are marked *