ମୋଟପଣ କମାଇବାର ଉପାୟ – ଏହି ଉପାୟ କଲେ ଆପଣ ପେଟ ମୋଟାପଣ ସମ୍ପୂର୍ଣ ଭଲ ହେଇଯିବ

Spread the love

ସାଙ୍ଗମାନେ ଆଜି ଆମେ ଜାଣିବା ମୋଟପଣ ବିଷୟରେ।ଓବେସିଟିକୁ ମୋଟପଣ ବୋଲି କୁହାଯାଇଥାଏ।ବିଜ୍ଞାନ ଅନୁସାରେ BMI ହିଁ ସ୍ଥିର କରେ ମୋଟପଣ।ଆମେ ଉଚ୍ଚତାକୁ ସେଣ୍ଟିମିଟର ଅନୁସାରେ ନେଇ ତାହାକୁ ନିଜର ଓଜନ ଦ୍ୱାରା ହରିଲେ ଯାହା ଉତ୍ତର ଆସେ ତାହା ହଉଛି ଆପଣଙ୍କ BMI।ଯଦି ଏହି BMI ଆପଙ୍କର ୧୮.୫ରୁ କମ ଥାଏ ତେବେ ତାହା କମ ଓଜନ ଧରାଯାଏ।୧୮.୫ରୁ ୨୪ ପର୍ଯ୍ୟନ୍ତ ହେଉଛି ସାଧାରଣ ଓଜନ।୨୫ ଠାରୁ ଯଦି ଅଧିକ ହେବ ତାହା ଅଧିକ ଓଜନ ଏବଂ ୩୦ ଠାରୁ ଅଧିକ ହେଲେ ତାହା ଓବେସିଟି।ଏହାର ଅର୍ଥାତ ଆପଣଙ୍କ ଓଜନ ଉଚ୍ଚତା ଅନୁସାରେ ଠିକ ନାହିଁ।

ଯଦି ଆପଣଙ୍କ ଉଚ୍ଚତା ତୁଳନାରେ ଓଜନ ଅଧିକ ରହିଲା ତେବେ ଆପଣଙ୍କ ଶରୀରର ଚର୍ବି ଆପଣଙ୍କ ଶରୀରରେ ଲାଗିବାକୁ ଆରମ୍ଭ ହୋଇଥାଏ ଏବଂ ତାହାକୁ ଓବେସିଟି କୁହାଯାଇଥାଏ।ଏବେ ଆସନ୍ତୁ ଜାଣିବା ମୋଟା ହେବାର କାରଣ କଣ?

ଆଜିକାଲିର ପିଲା ମାନେ ଖେଳକୁଦ ନକରି ଦିନ ରାତି ଘର ମଧ୍ୟରେ ରହୁଛନ୍ତି।ଏଥିପାଇଁ ଆପଣ ସବୁବେଳେ ନିଜ ପିଲା ମାନଙ୍କୁ ଖେଳ କୁଦରେ ପ୍ରୋତ୍ସାହନ କରନ୍ତୁ ଏବଂ ତାଙ୍କର ଖେଳିବାର ମନୋଭାବ ରଖନ୍ତୁ।ପ୍ରତ୍ୟେକ ଖାଦ୍ୟରେ ଅଧିକ ଚିନିର ବ୍ୟବହାର କରିବା ବାହାର ଖାଦ୍ୟ ଖାଇବା ଏହା ସବୁ ଆପଣ ପିଲାବେଳଠାରୁହିଁ କମ କରନ୍ତୁ।ଏବଂ ଆପଣ ନିଜ ଖାଦ୍ୟର ଟାଇମ ସଠିକ ରଖନ୍ତୁ।ଆପଣ ଯଦି ଖାଇସାରିବାପରେ ସଙ୍ଗେ ସଙ୍ଗେ ଶୋଇବାକୁ ଯାଆନ୍ତି ତେବେ ମଧ୍ୟ ଓଜନ ବଢ଼ିବାର ସମ୍ଭାବନା ଥାଏ।ଏଥିପାଇଁ ଆପଣ ଖାଇସାରିବାପରେ ଅଳ୍ପ ଚଲାବୁଲା କରନ୍ତୁ।ଏବେ ଆସନ୍ତୁ ଜାଣିବା ମୋଟପା ନହେବାନପାଇଁ କଣ କରିବେ।

ଯୋଗ ଏବଂ ପ୍ରାଣୟମର ଅଭ୍ୟାସ ନିଜର ଦିନର ରୁଟିନରେ ମିଶାନ୍ତୁ।ପ୍ରତିଦିନ ବ୍ୟାୟାମ କରନ୍ତୁ।ନିଜର କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ।ଆପଣ ଖାଦ୍ୟରେ ତେଲ ମସଲା ଆଦି ଅଧିକ ବ୍ୟବହାର କରନ୍ତୁ ନାହିଁ।ଖାଦ୍ୟରେ ଆପଣ ଅଜାଣରେ ଅଧିକ ତେଲ ବ୍ୟବହାର କରୁଛନ୍ତି ତାହାର ପରିମାଣ କମ କରନ୍ତୁ।ଆପଣ ସିଝା ଜିନିଷ ଅଧିକ ଖାଆନ୍ତୁ।ଅଣ୍ଡା, ମାଛ ମାଂସ ଆଦି ପ୍ରୋଟିନ ଜାତୀୟ ଦ୍ରବ୍ୟ ଖାଆନ୍ତୁ।କିନ୍ତୁ ଏହାର ପରିମାଣ କମ କରନ୍ତୁ।ଆପଣ ପ୍ରତିଦିନ ଖାଦ୍ୟରେ ସଲାଡ଼ ଖାଆନ୍ତୁ।

ଯଦି ଆପଣ ବ୍ୟାୟାମ କରୁଛନ୍ତି ତେବେ ଧର୍ଯ୍ୟର ସହିତ ପ୍ରତିଦିନ କରନ୍ତୁ।ଆପଣଙ୍କ ଓଜନ ହୁଏତ ଅଳ୍ପ ଦିନ ମଧ୍ୟରେ କମିଯାଇପାରେ କିନ୍ତୁ କିଛି ଦିନ କଲା ପରେ ପ୍ରାୟ ଏକ ମାସ ପରେ ଆପଣ ଏହାର ପ୍ରଭାବ ଜାଣିପାରିବେ।ଆପଣ କୌଣସିଭି ପରିସ୍ଥିତିରେ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *