ଆପଣଙ୍କର ବିବାହ ରେଖା କଣ କହୁଛି ? ଏବେ ଗୋଟେ ମିନିଟ ଭିତରେ ଆପଣଙ୍କ ହାତ ରେଖା ନିଜେ ପଢନ୍ତୁ

Spread the love

ଯଦି ଆମ ପପୁଲିର ଗୁରୁ ପର୍ବତ ଓ ଶୁକ୍ର ପର୍ବତ ବଢ଼ିଥାଏ ତେବେ ଏହା ବିବାହ ଯୋଗ ଦେଇଥାଏ।ତେବେ ବିଦ୍ୱାନମାନେ ଏହାକୁ ନେଇ ଅନେକ ମତ ଦେଇଛନ୍ତି।ଯଦି ପାପୁଲିରେ ରେଖା ଉତ୍ତର ପର୍ବତରୁ ବାହାରି ଦୃଦୟ ରେଖରେ ଶେଷ ହୋଇଥିବ ଓ ଗୁରୁ ପର୍ବତ ଉପରେ ଛକି ପଡ଼ିଥିବ ତେବେ ଏହା ସୁଖି ବିବାହର ଯୋଗ ଦେଇଥାଏ।ଏହା ସହିତ ଯଦି ଶୁକ୍ର ପର୍ବତ ଉପରେ ଲାଲି ଚିନ ରହିଥିବ ତେବେ ଏହା ସୁଖି ବିବାହର ସୂଚନା ଦେଇଥାଏ।ଏହି ବ୍ୟକ୍ତିମାନଙ୍କର ବିବାହ ଅଚାନକ ହୋଇଯାଇଥାଏ।

ଏମାନେ ସାଧାରଣତଃ ପ୍ରେମ ବିବାହ କରିଥାନ୍ତି।ଏମାନଙ୍କର ଦୁଇରୁ ଅଧିକ ପିଲା ହେବାର ସମ୍ଭାବନା ରହିଥାଏ।ଏମାନେ ନିଜ ଜୀବନରେ ଅନେକ ସୁଖ ଭୋଗ କରିଥାନ୍ତି।ଏହା ସହିତ ଏମାନେ ନିଜ ଜୀବନରେ ନିଜର ଜୀବନ ସାଥିଙ୍କୁ ଅନେକ ଭଲପାଇବା ଦେଇଥାନ୍ତି।ଏହି ବ୍ୟକ୍ତିମାନେ ସର୍ବଦା ଅନ୍ୟର ଉପକାର କରିଥାନ୍ତି।ଏହା ସହିତ ଏମାନେ ଯେଉଁ ବ୍ୟକ୍ତିକୁ ନିଜର ଜୀବନ ସାଥି ରୂପେ ବାଛି ଥାଆନ୍ତି ସେମାନେ ସର୍ବଦା ତାଙ୍କର ସମସ୍ତ କାର୍ଯ୍ୟରେ ତାଙ୍କର ପୂର୍ଣ୍ଣ ସହଯୋଗ କରିଥାନ୍ତି ଓ ତାଙ୍କ ସହିତ ସର୍ବଦା ରହିଥାନ୍ତି।

ଯଦି ସୂର୍ଯ୍ୟ ପର୍ବତ ଓ ବିବାହ ରେଖା ପରସ୍ପର ସହିତ ଯୋଡ଼ି ହୋଇଥାନ୍ତି ତେବେ ଅନବର ବିବାହ ରେଖା ହୋଇଥାଏ।ଏହି ବିବାହ ଯୋଗରେ ସୂର୍ଯ୍ୟ ପର୍ବତ ବହୁତ ଛୋଟ ହୋଇଥାଏ।ଏହି ବ୍ୟକ୍ତିମାନଙ୍କର ବିବାହ ଘର ଲୋକଙ୍କର ଉପସ୍ଥିତିରେ ହୋଇଥାଏ।ଏମାନଙ୍କର ବିବାହ ସମସ୍ତଙ୍କର ସମ୍ମତି କ୍ରମେ ହୋଇଥାଏ।ଏହା ସହିତ ଏମାନେ କେବେ ଲୁଚି ପଳାଇ ବିବାହ କରନ୍ତି ନାହିଁ।ଏମାନେ ଘର ଲୋକଙ୍କ ଅନୁମତିରେ ବିବାହ କରିଥାନ୍ତି।ଏମାନଙ୍କର ଗୋଟିଏ କିମ୍ବା ଦୁଇଟି ସନ୍ତାନ ଜାତ ହୋଇଥାଏ।

ଯଦି ମଣି ପର୍ବତରୁ କୌଣସି ରେଖା ବୁଧ ପର୍ବତ ଆଡ଼କୁ ଯାଇଥାଏ ଓ ଶୁକ୍ର ପର୍ବତ ସୂର୍ଯ୍ୟ ରେଖା ଆଡକୁ ଯାଇଥାଏ ତେବେ ସେହି ବ୍ୟକ୍ତି ମାନଙ୍କର ବୈପାରିକ ବିବାହ ଯୋଗ ହୋଇଥାଏ।ଏହି ବ୍ୟକ୍ତି ମାନଙ୍କର ବିବାହ ଅନେକ ଡେରିରେ ହୋଇଥାଏ।ଏହା ସହିତ ଏହି ମହିଳାମାନେ ସାଧାରଣତଃ ବ୍ୟବସାୟ କରୁଥିବା ବ୍ୟକ୍ତି ମାନଙ୍କୁ ବିବାହ କରିଥାନ୍ତି।ଏହି ବ୍ୟକ୍ତିମାନେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ କୁଣ୍ଠା ବୋଧ କରିଥାନ୍ତି।ଏମାନେ କେବେ ମଧ୍ୟ ଅଯଥା ଖର୍ଚ୍ଚ କରନ୍ତି ନାହିଁ।ଏମାନଙ୍କୁ ବିବାହ କରିଥିବା ମହିଳାମାନେ ସୁଖରେ ରହିଥାନ୍ତି।

ଏହାପରେ ହେଉଛି ବୁଧ ବିବାହ ଯୋଗ।ଯଦି କୌଣସି ବ୍ୟକ୍ତିଙ୍କର ହାତ ଅଧିକ ସଂକୀର୍ଣ୍ଣ ହୋଇଥାଏ ଅଥବା ସେମାନଙ୍କର ଚନ୍ଦ୍ର ପର୍ବତ ପାଖରେ ଅଧିକ ଛୋଟ ଛୋଟ ରେଖା ରହିଥାଏ ତେବେ ସେହି ବ୍ୟକ୍ତିମାନଙ୍କର ବୁଧ ବିବାହ ଯୋଗ୍ୟା ରହିଥାଏ।ଏମାନଙ୍କର ସନ୍ତାନ ହେବାରେ ଅସୁବିଧା ହୋଇଥାଏ।କିନ୍ତୁ ଏହି ବ୍ୟକ୍ତି ମାନେ ସୁଖରେ ରହିଥାନ୍ତି।ଯଦି ଶୁକ୍ର ପର୍ବତରୁ ହୃଦୟ ରେଖା ଯାଏ କୌଣସି ରେଖା ସିଧା ଯାଇଥାଏ ତେବେ ଏମାନଙ୍କର ଛାଡପତ୍ର ବିବାହ ହୋଇଥାଏ।ଏମାନଙ୍କର ବୈବାହିକ ଜୀବନରେ ସର୍ବଦା କଳହ ଲାଗି ରହିଥାଏ।ତେବେ ଏମାନଙ୍କର ବିବାହର କିଛି ଦିନପରେ ଛାଡ଼ପତ୍ର ହେବାର ସମ୍ଭାବନା ରହିଥାଏ।

Leave a Reply

Your email address will not be published. Required fields are marked *