ଅର୍ଚ୍ଚିତା ସାହୁଙ୍କ ସମ୍ପତି କେତେ ଏହା ଜାଣି ଆପଣ ସମସ୍ତେ ଆଶ୍ଚର୍ଯ୍ୟ ହେବେ? ଫିଲ୍ମ ବ୍ୟତୀତ ଏହି ସବୁ କାମ କରି ସେ ଟଙ୍କା ରୋଜଗାର କରନ୍ତି ଅର୍ଚିତା..

Spread the love

ଅର୍ଚ୍ଚିତା ସାହୁ ଓଡ଼ିଆ ଫିଲ୍ମ ଜଗତର ଏକ ଜଣାଶୁଣା ନାମ।ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିଙ୍କର ମନ କିଣିବାରେ ସଫଳ ହୋଇଥିଲେ।ସେ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ପରିଚିତ।ଓଡ଼ିଶାର ପ୍ରାୟ ସମସ୍ତ ଦର୍ଶକ ତାଙ୍କର ଅଭିନୟ ଦେଖିବାକୁ ଖୁବ ପସନ୍ଦ କରନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ସମଗ୍ର ଓଡ଼ିଶାର ଲୋକଙ୍କ ନିକଟରେ ପରିଚିତ ହୋଇ ପାରିଥିଲେ ଏହା ସହିତ ସେ ବର୍ତ୍ତମାନ ଓଡ଼ିଶାର ଜଣେ ଆଗ ଧାଡ଼ିର ଅଭିନେତ୍ରୀ।ସେ ନିଜର ଅଭିନୟ ଦ୍ଵାରା ଅନେକ ସଫଳତା ହାସଲ କରି ସାରିଲେଣି।

ତେବେ ଏହି କିଛି ଦିନ ତଳେ ସେ ଆମ ଓଡ଼ିଶାର ଅନ୍ୟ ଏକ ବିଶିଷ୍ଟ ଅଭିନେତା ସବ୍ୟସାଚୀଙ୍କୁ ବିବାହ କରିଥିଲେ।ସେମାନେ ଅନେକ ସମୟରୁ ପରସ୍ପରକୁ ଭଲ ପାଉଥିଲେ।ତେବେ ଏହି କିଛିଦିନ ତଳେ ସେମାନଙ୍କର ବିବାହ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି।ଏହା ସହିତ ସେମାନେ ଦୁହେଁ ଆମ ଓଡ଼ିଆ ସିନେମା ଜଗତକୁ ଅନେକ ସୁପରହିଟ ଫିଲ୍ମ ଗୁଡ଼ିକ ଭେଟି ଦେଇଛନ୍ତି।ଫଳରେ ସେମାନେ ଆମ ଓଡ଼ିଆ ସିନେମା ଜଗତ ପାଇଁ ଏକ ଆଶୀର୍ବାଦ ସହ ସମାନ।ତେବେ ଆମେ ବର୍ତ୍ତମାନ ଅର୍ଚ୍ଚିତାଙ୍କ ସମ୍ପତି ବିଷୟରେ ଆଲୋଚନା କରିବା।

ଅର୍ଚ୍ଚିତା ଫିଲ୍ମ ଜଗତକୁ ଆସିବା ପୂର୍ବରୁ ସେ ଏକ ବହୁତ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟକାର ଥିଲେ।ସେ ନିଜ ସମୟରେ ସବୁଠାରୁ ଭଲ ଓଡ଼ିଶୀ ନାଚି ପାରୁଥିଲେ।ତେବେ ସେ ୬ ବର୍ଷ ବୟସରୁ ଓଡ଼ିଶୀ ଶିଖିଥିଲେ।ସେ ୨୦୦୫ ମସିହାରେ ଓଡ଼ିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ।ସେ ମିସ ଇଣ୍ଡିଆରେ ଭାଗ ନେଇ ସେଠାରେ ଦିତୀୟ ସ୍ଥାନରେ ବିଜୟୀ ହୋଇଥିଲେ।ଅର୍ଚ୍ଚିତାଙ୍କୁ ବର୍ତ୍ତମାନ ୨୭ ବର୍ଷ ବୟସ।ତାଙ୍କର ଓଜନ ହେଉଛି ୫୫ କିଲୋ।ତାଙ୍କର ଉଚ୍ଚତା ହେଉଛି ୫ ଫୁଟ ୯ ଇଞ୍ଚ।

ଏହା ସହିତ ତାଙ୍କ ପାଖରେ ଏକ ୫୫ ଲକ୍ଷ ଟଙ୍କାର ଏକ ବି ଏମ ଡବ୍ଲ୍ୟୁ କାର ରହିଛି।ଏହା ସହିତ ତାଙ୍କ ପାଖରେ ଏକ ବହୁତ ବଡ଼ ଓ ବିଳାସମୟ ଘର ରହିଛି।ସେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ ପାଖାପାଖି ୧୦-୧୫ ଲକ୍ଷ ଟଙ୍କା ନେଇଥାନ୍ତି।ଏହା ସହିତ ସେ ଅନେକ ବିଜ୍ଞାପନ ମଧ୍ୟ କରିଥାନ୍ତି।ସେ ଅନେକ ବ୍ରାଣ୍ଡର ବିଜ୍ଞାପନ କରିଥାନ୍ତି।ସେ ଗୋଟିଏ ବିଜ୍ଞାପନ କରିବାକୁ ପାଖାପାଖି ୨-୩ ଲକ୍ଷ ଟଙ୍କା ନେଇଥାନ୍ତି।ତେବେ ସେ ଅନେକ ଫିଲ୍ମରେ ଅଭିନୟ କରିବା ପରେ ବର୍ତ୍ତମାନ କିଛି ସମୟ ପାଇଁ ଅଭିନୟ ଜୀବନରୁ ଦୂରେଇ ରହିଛନ୍ତି।

ତେବେ ସେ କେବେ ପୁଣି ଓଡ଼ିଆ ସିନେମା ଜଗତକୁ ଫେରିବେ ଏହା ଦେଖିବା ପାଇଁ ଅନେକ ଦର୍ଶକ ବର୍ତ୍ତମାନ ଅପେକ୍ଷା କରି ରହିଛନ୍ତି।ସେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୫ଟି ଫିଲ୍ମ କରି ସାରିଛନ୍ତି।ଓଡ଼ିଶାରେ ତାଙ୍କର ଅନେକ ଅନୁଗତ ରହିଛନ୍ତି।ତେବେ ସେ ଓଡ଼ିଶାର ଅନେକ ଯୁବକ ଓ ଯୁବତୀଙ୍କ ପାଇଁ ପ୍ରେରଣା ଅଟନ୍ତି।ତେବେ ସେ ଓଡ଼ିଶାର ସମସ୍ତ ଅଭିନେତ୍ରୀଙ୍କ ଠାରୁ ଅଧିକ ଟଙ୍କା ନେଇଥାନ୍ତି କୌଣସି ଫିଲ୍ମ କରିବା ପାଇଁ।ତେବେ ଏହା ଥିଲା ଅର୍ଚ୍ଚିତା ସାହୁଙ୍କ ଜୀବନ ବିଷୟରେ କିଛି ବିବରଣୀ।

Leave a Reply

Your email address will not be published. Required fields are marked *