ପୁଣି କାନ୍ଦି କାନ୍ଦି ରାନୀ ପଣ୍ଡା ନିଜର ଦୁଃଖ କହିଲେ – କହିଲେ ଭୁବନେଶ୍ୱର ରେ ମୋତେ ଘର ଭଡା ମିଳୁନାହିଁ ଓ ମାଲିକ କହୁଛନ୍ତି ମୁଁ ତାଙ୍କୁ..

Spread the love

ଅଭିନେତ୍ରୀ ରାନୀ ପଣ୍ଡାଙ୍କର ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।ସେ ଏହି ଭିଡିଓରେ ନିଜର ପୂର୍ବ ତଥା ନିଜର ସଂଘର୍ଷ ସମୟର କାହାଣୀ ବର୍ଣ୍ଣନା କରିଛନ୍ତି।ସେ କହିଛନ୍ତି କି ତାଙ୍କର ଜୀବନରେ ଅନେକ ଦୁଃଖ ଓ କଷ୍ଟ ଆସିଛି।ଏହା ପରେ ମଧ୍ୟ ସେ ଅନେକ ସଂଘର୍ଷ ପରେ ଆଜି ଏହି ସଫଳତାରେ ପହଞ୍ଚି ପାରିଛନ୍ତି।ତେବେ। ସେ କହିଛନ୍ତି କି ସେ ଗତ ବର୍ଷ ଗରିବ ଲୋକଙ୍କୁ କିଛି କିଛି ସହାୟତା କରୁଥିଲେ କାରଣ ତାଙ୍କ ପାଖରେ କିଛି ସମ୍ବଳ ରହିଥିଲା ଓ ସେ ଆହୁରି କହିଛନ୍ତି କି ବର୍ତ୍ତମାନ ସମସ୍ତ କାର୍ଯ୍ୟ ଲକଡାଉନ ଫଳରେ ବନ୍ଦ ଥିବାରୁ ସେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କି ତାଙ୍କର ବର୍ତ୍ତମାନ ଆୟ କ୍ଷେତ୍ରରେ କିଛିଟା ବାଧା ଉତ୍ପନ୍ନ ହୋଇଛି ଯାହା ଫଳରେ ସେ ବର୍ତ୍ତମାନ କିଛି ମାତ୍ରାରେ ଅର୍ଥ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି ସେଥିପାଇଁ ସେ ଗରିବ ଲୋକଙ୍କୁ ସାହାଯ୍ୟ କରି ପାରୁ ନାହାନ୍ତି।ତେବେ ସେ କହିଛନ୍ତି କି କିଛି ବର୍ଷ ପୂର୍ବରୁ ସେ ମାସକୁ ମାତ୍ର ୧୦ ହଜାର ଟଙ୍କା ରୋଜଗାର କରି ପାରୁଥିଲେ।ଯେଉଁଥିରେ ସେ ଚଳିବା ବହୁତ କଷ୍ଟ ଥିଲା।ସେ ୧୦ ହଜାର ଟଙ୍କା ମଧ୍ୟରୁ ୭ ହଜାର ଟଙ୍କା ଘର ଭଡ଼ା ବାବଦକୁ ଖର୍ଚ୍ଚ କରୁଥିଲେ।ଏହା ସହିତ ସେ ୧.୫ ହଜାର ଟଙ୍କାର ପୋଷକ ପତ୍ର କିଣୁଥିଲେ।

ବାକି ବଞ୍ଚିଥିବା ୧.୫ ହଜାର ଟଙ୍କାରେ ସେ ଖାଦ୍ୟ ଖାଉଥିଲେ।ତାଙ୍କ ପକ୍ଷରେ ସମ୍ପୂର୍ଣ୍ଣ ମାସ ଏହିପରି ଚଳିବା ବହୁତ କଷ୍ଟ ଦାୟକ ଥିଲା।ଫଳରେ ସେ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଥିଲେ।ତେବେ ସେ ନିଜର ଏହି ଅସୁବିଧା ସଂପର୍କରେ ଏକ ଭିଡିଓ ମାଧ୍ୟମରେ ସମଗ୍ର ଜନତାଙ୍କୁ ଜଣାଇ ଥିଲେ।ସେ ଆହୁରି ମଧ୍ୟ କହିଛନ୍ତି କି ସେ ଅନେକ ଦିନ ଧରି କେବଳ ଛତୁଆ ଖାଇ ରହୁଥିଲେ।ଯାହା ଫଳରେ ତାଙ୍କୁ ସଠିକ ପୋଷଣ ମଧ୍ୟ ମିଳି ପାରୁ ନଥିଲା।ସେ ଏହା ସହିତ ଆହୁରି ମଧ୍ୟ କହିଥିଲେ କି ତାଙ୍କ ପାଇଁ ଏପରି ଚଳିବା ବହୁତ କଷ୍ଟ ଦାୟକ ଥିଲା।

ସେ ଯଦି କୌଣସି ସ୍ଥାନରେ ଘରଭଡ଼ା ନେଇ ରୁହନ୍ତି ତେବେ ସେହି ଘର ମାଲିକ ବା ସେଠାକାର ଲୋକମାନେ ତାଙ୍କୁ ଅନେକ ପ୍ରକାରର କୁ ବାକ୍ୟ କୁହନ୍ତି ବୋଲି ସେ କହିଛନ୍ତି।ତାଙ୍କୁ ଅନେକ ଘର ମାଲିକ ଓ ଆଖପାଖର ଲୋକ ବେ-ଶ୍ୟା ବୋଲି ସମ୍ବୋଧନ କରି ଥାଆନ୍ତି।ଏହା ସହିତ ସେ ଅନେକ ସ୍ଥାନରୁ ତାଙ୍କ ଘର ମାଲିକ ତାଙ୍କୁ ତଡି ଦେଇଛନ୍ତି ବୋଲି ସେ କହିଛନ୍ତି।ଏହାପରେ ସେ କିଛି ବର୍ଷ ତଳେ ଯେତେବେଳେ ଯାତ୍ରା ଦୁନିଆରେ ପାଦ ଦେଲେ ଏହା ପରେ ତାଙ୍କର ଆର୍ଥିକ ଅବସ୍ଥାରେ କିଛିଟା ସୁଧାର ଆସିଲା ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କି ବର୍ତ୍ତମାନ ସେ ଯେଉଁ ସ୍ଥାନରେ ଘର ଭଡ଼ା ନେଇ ରହୁଛନ୍ତି ସେହି ସ୍ଥାନର ଘର ମାଲିକ ଅତ୍ୟନ୍ତ ଉଦାର ସ୍ୱଭାବର ମହିଳା।ସେ କହିଛନ୍ତି ସେ ଜଣେ ମହିଳା ହୋଇଥିବାରୁ ସେ ଆଉ ଜଣେ ମହିଳାର ଦୁଃଖ ଓ କଷ୍ଟ ଭଲ ଭାବରେ ବୁଝି ପାରୁଛନ୍ତି।ଏହା ସହିତ ସେ କହିଛନ୍ତି କି ସେ ତାଙ୍କୁ ନିଜର ବଡ଼ ଭଉଣୀ ବୋଲି ମାନନ୍ତି।ଏହା ସହିତ ସେ ନିଜ ଗାଡ଼ିର ଟଙ୍କା ଭରିବା ପାଇଁ ନିଜର ଭାଇଙ୍କ ଠାରୁ ସାହାଯ୍ୟ ଆଣୁଥିବା କଥା ମଧ୍ୟ କହିଛନ୍ତି।ତେବେ ଏହି ସବୁ ଅସୁବିଧା ହେତୁ ସେ ବର୍ତ୍ତମାନ ଅନେକ ସମସ୍ୟା ମଧ୍ୟରେ ଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *