ବିଜୁ ପକ୍କା ଘର ପାଇଁ ଅନଲାଇନ ଆପ୍ଲାଏ ର ପକ୍ରିୟା ଜାଣିରଖନ୍ତୁ – ଆପଣଙ୍କୁ ମିଳିବ ୧ ଲକ୍ଷ ୨୦ ହଜାର ଘର କରିବା ପାଇଁ..

Spread the love

ବନ୍ଧୁଗଣ, ଯଦି ଆପଣଙ୍କ ଚାଳ ଛପର ଘର ଅଛି ଏବଂ ଆପଣ ଚାହୁଁଛନ୍ତି ପକ୍କା ଘର ଗୋଟାଏ ପାଇବା ପାଇଁ ତେବେ ଆପଣ ଚାହିଁଲେ ଅନଲାଇନ ମାଧ୍ୟମରେ ବିଜୁ ପକ୍କଘର ପାଇଁ ଆବେଦନ କରି ପାରିବେ।ବନ୍ଧୁଗଣ ଖାଲି ବିଜୁ ପକ୍କାଘର ପାଇଁ ନୁହେଁ, ଯଦି ଆପଣ ସରକାରଙ୍କ କୌଣସି ଯୋଜନାର ଲାଭ ଉଠାଇ ପାରୁନାହାନ୍ତି ତାହାହେଲେ ଆପଣ ଚାହିଁଲେ ନିଜ ମୋବାଇଲ ଦ୍ଵାରା ଅନଲାଇନ ମାଧ୍ୟମରେ ଆପଣ କଲେକ୍ଟରଙ୍କୁ ,ଆପଣଙ୍କ ବିଡ଼ିଓଙ୍କୁ କିମ୍ବା ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ କଂପ୍ଲେନ ଦେଇପାରିବେ।

ତେବେ କିପରି ଆପଣ ଏହି ଅଭିଯୋଗ ଦେବେ ବା ବିଜୁ ପକ୍କାଘର ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ ଚାଲନ୍ତୁ ତାହା ଉପରେ ନଜର ପକାଇବା।ପ୍ରଥମେ ଆପଣଙ୍କୁ ନିଜର ସ୍ମାର୍ଟଫୋନରେ କ୍ରୋମ ବ୍ରାଉଜର ଓପନ କରିବେ। ଓପନ କରିବା ପରେ ଗୁଗଲ ରେ ସର୍ଚ୍ଚ କରିବେ “ଇ ଅଭିଯୋଗ” ।ସର୍ଚ୍ଚ କରିବାପରେ ପ୍ରଥମ ଅପ୍ସନ ଟି ହେଉଛି “ଇ ଅଭିଯୋଗ ଗଭର୍ନମେଣ୍ଟ ଅଫ ଓଡ଼ିଶା”, ଏହା ଉପରେ କ୍ଲିକ କରିବେ।ଏହି ଲିଙ୍କ ଓପନ ହେବା ପରେ ଆପଣଙ୍କ ସ୍କ୍ରିନରେ “ଲଜ୍ ଗ୍ରିଭାନ୍ସ” ଅପ୍ସନ ଟି ଆସିଯିବ।ଏହା ଉପରେ ଆପଣଙ୍କୁ କ୍ଲିକ କରିବାକୁ ହେବ।

କ୍ଲିକ କରିବା ପରେ ଆପଣଙ୍କ ସ୍କ୍ରିନରେ ଏକ ଫର୍ମ ଓପନ ହୋଇଯିବ।ଆପଣଙ୍କୁ ଏହି ଫର୍ମକୁ ଫିଲପ କରିବାକୁ ହେବ।ଆପଣ ଏହି ଫର୍ମ ମାଧ୍ୟମରେ ନିଜର କଲେକ୍ଟର, ବିଡ଼ିଓ ବା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର ଅଭିଯୋଗ କରି ପାରିବେ।

ପ୍ରଥମ କଥାଟି ହେଉଛି ଆପଣ କଣ ପାଇଁ ଅଭିଯୋଗ କରିବେ।ଆପଣ ନିଜ ଅଭିଯୋଗଟି ସମ୍ବନ୍ଧୀୟ ବିଭାଗକୁ କରିବାକୁ ହେବ।ଆପଣ ଫର୍ମଟିକୁ ଇଂରାଜୀ ବା ଓଡିଆ ଭାଷାରେ ପୂର୍ଣ୍ଣ କରିପାରିବେ।ଏହାପରେ ଥିବା “ଆପଣଙ୍କ ଅଭିଯୋଗ ସମ୍ବନ୍ଧୀୟ ବିଭାଗ ଚୟନ କରନ୍ତୁ” ରେ ଆପଣ ସମ୍ବନ୍ଧିତ ବିଭାଗକୁ ସିଲେକ୍ଟ କରିବେ।

ବିଜୁ ପକ୍କାଘରପାଇଁ ଆପ୍ଲାଏ କରୁଥିଲେ “ଡିଷ୍ଟ୍ରିକ୍ଟ କଲେକ୍ଟର” ଅପ୍ସନଟି ଚୁଜ କରିବେ।ଏହାପରେ “ସିଲେକ୍ଟ କଲେକ୍ଟର” ଅପ୍ସନରେ କ୍ଲିକ କରି ନିଜ ଜିଲ୍ଲାର ନାମ ସିଲେକ୍ଟ କରିବେ।ଏହାପରେ ପୂର୍ବରୁ ଯଦି ଏ ବିଷୟରେ ଅଭିଯୋଗ କରିଛନ୍ତି କି ନାହିଁ ତାହା ଅପ୍ସନମଧ୍ୟରୁ ଚୁଜ କରିନେବେ।ଏହାପରେ ନିଜର ନାମ ନିର୍ଭୁଲ ଭାବେ ଦେବାକୁହେବ।ନାମ ପରେ ନିଜର ଲିଙ୍ଗ,ନିଜର ଶ୍ରେଣୀ, ଯୋଜାଯୋଗପାଇଁ ପୂର୍ଣ୍ଣ ଠିକଣା(ଗ୍ରାମ, ପୋଷ୍ଟ, ଜିଲ୍ଲା, ଦେଶ, ରାଜ୍ୟ, ପିନ କୋଡ ଇତ୍ୟାଦି),ମୋବାଇଲ ନମ୍ବର, ଇମେଲ ଆଇଡି, ନିଜର ପରିଚୟ ପ୍ରମାଣ ପତ୍ର ଓ ନିଜର ଅଭିଯୋଗକୁ ନମ୍ବର ଦେଇ ସୁବିସ୍ତୃତ ଭାବରେ ଲେଖିପାରିବେ।

ଏହି ସମସ୍ତ ସ୍ଥାନକୁ ପୂର୍ଣ୍ଣ କରିବାପରେ ପ୍ରଯୁଜ୍ୟ ଡକ୍ୟୁମେଣ୍ଟ ଅପଲୋଡ ଆଟାଚ କରିପାରିବେ।ଏହାପରେ କ୍ୟାପଚା କୋଡ ଦେଇ ଏହାକୁ ସବମିଟ କରିବେ।ଏହିପରି କଂପ୍ଲେନଟି ସକ୍ସେସଫୁଲ ହୋଇଯିବ।ଏହାପରେ ଆପଣ ଜିମେଲକୁ ଯାଇ କଂପ୍ଲେନର ଷ୍ଟାଟସ ଚେକ କରିପାରିବେ।ଷ୍ଟାଟସ ଚେକ କରିବାପାଇଁ ନିଜର ରେଜିଷ୍ଟ୍ରେସନ ନମ୍ବର,ପାଶୱର୍ସ (ଯଦି ଅଛି), କ୍ୟାପଚା କୋଡ ଦେଇ ସବମିଟ ଉପରେ କ୍ଲିକ କରିବେ।ଏହାପରେ ନିଜ ସ୍କ୍ରିନରେ ଆପଣ ନିଜ କମ୍ପ୍ଲେନର ଡିଟେଲ ଦେଖିପାରିବେ।

Leave a Reply

Your email address will not be published. Required fields are marked *