ବଙ୍ଗୋପସାଗରରେ ସୃଷ୍ଟି ହେଲା ବଡ ଧରଣ ର ଘୁର୍ଣ୍ଣି ବଳୟ,ଆସନ୍ତା ୨୪ ଘଣ୍ଟା ଭିତରେ ଅତି ପ୍ରବଳ ବାତ୍ୟାର ରୂପ ନେବ,Kendujhar ସହିତ ଏହି ୫ଟି ଜିଲ୍ଲାକୁ Red ଆଲର୍ଟ

Spread the love

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପାଗର ଓ ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୁର୍ଣି ବଳୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ।ଏହା ସହିତ ଏହା ଓଡ଼ିଶା ଉପକୂଳ ଓ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ବଙ୍ଗୋପସାଗର ଅଞ୍ଚଳରେ ଗତି କରିବ।ଲଘୁଚାପ ପ୍ରଭାବରେ ୫ ଟି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ,ନବରଙ୍ଗପୁର,କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହିତ ଏହି ସମସ୍ତ ଜିଲ୍ଲାର ଲୋକଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ତରଫରୁ ନିର୍ଦ୍ଦେଶ ରହିଛି।

ଏହା ସହିତ ଏହି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବା ସହିତ ଆଗକୁ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ସତର୍କ ରହିବା ପାଇଁ କୁହା ଯାଇଛି।ଏହା ସହିତ ଏହି ବାତ୍ୟା ପ୍ରଭାବରେ ବର୍ତ୍ତମାନ କିଛି କିଛି ଅଞ୍ଚଳରେ ବର୍ଷା ହେବା ସହିତ କିଛି ଅଞ୍ଚଳରେ ବଜ୍ରପାତ ମଧ୍ୟ ହୋଇଛି।ତେବେ ଏହି ସମସ୍ତ ଜିଲ୍ଲାରେ ବର୍ଷା ସହିତ କିଛି ମାତ୍ରାରେ ପବନ ମଧ୍ୟ ହୋଇଛି।ତେବେ ଏହି ସମସ୍ତ ଜିଲ୍ଲାରେ ପବନର ବେଗ ୭୦-୮୦ କିମି ପ୍ରତି ଘଣ୍ଟା ରହିଥିଲା।

ଏହା ସହିତ ଏହି ସମସ୍ତ ଜିଲ୍ଲାରେ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ କୁହା ଯାଇଛି।ଏହା ସହିତ ବର୍ଷା ହେବା ସମୟରେ ଜନସାଧାରଣଙ୍କୁ ବାହାରକୁ ନ ଯିବା ପାଇଁ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।ଏହା ସହିତ ଏହି ସମସ୍ତ ଜିଲ୍ଲାରେ ବର୍ଷାର ପରିମାଣ ଅନ୍ୟ ସମସ୍ତ ଜିଲ୍ଲା ତୁଳନାରେ ଅଧିକ ହେବାର ସମ୍ଭାବନା ରହିଥିବାରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ କୁହା ଯାଇଛି।

ଏହା ସହିତ କନ୍ଧମାଳ,କଳାହାଣ୍ଡି,ଢେଙ୍କାନାଳ,ବଲାଙ୍ଗୀର,ମୟୂରଭଞ୍ଜ, କେନ୍ଦୁଝର,ନୂଆପଡ଼ା ଓ ଅନୁଗୁଳ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି।ଏହାର ପ୍ରଭାବରେ ୧୭-୧୮ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ଅନୁମାନ କରାଯାଇଛି।ଏହା ସହିତ ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାରେ ଆଜି ବର୍ଷାର ପରିମାଣ ଅଧିକ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି।

ଏହା ସହିତ ସମୁଦ୍ର ଅଶାନ୍ତ ରହିବ।ଏହା ଫଳରେ ୧୭-୧୮ ତାରିଖରେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରା ଯାଇଛି।ଏହା ସହିତ ସମସ୍ତ ଜିଲ୍ଲାରେ ବାତ୍ୟା ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ରହିବ।ତେବେ ଅଗଷ୍ଟ ସୁଦ୍ଧା ସମଗ୍ର ରାଜ୍ୟରେ ୭୪୯.୫ ମିଲି ମିଟର ବର୍ଷା ରେକର୍ଡ କରାଯିବା କଥା।ମାତ୍ର ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରେ ୫୨୪.୮ ମିଲି ମି. ବର୍ଷା ରେକର୍ଡ କରାଯାଇଛି।

ତେବେ ଅନେକ ଜିଲ୍ଲାରେ ଆବଶ୍ୟକ ଠାରୁ କମ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ଏହା ସହିତ ବର୍ତ୍ତମାନ ମଧ୍ୟ ସମଗ୍ର ରାଜ୍ୟରେ ନିଅଣ୍ଟିଆ ବର୍ଷା ଲାଗି ରହିଛି ବୋଲି କୁହାଯାଇଛି।ଏହା ସହିତ ବର୍ତ୍ତମାନ ଯେତିକି ବର୍ଷା ହୋଇଛି ତାହା ସ୍ବାଭାବିକ ବର୍ଷା ଠାରୁ ୩୦ ପ୍ରତିଶତ କମ ବର୍ଷା ବୋଲି ରେକର୍ଡ କରାଯାଇଛି।ଏହା ସହିତ ୨୪ ଟି ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ନିଅଣ୍ଟିଆ ବର୍ଷା ହୋଇଛି।

Leave a Reply

Your email address will not be published. Required fields are marked *