ପଣ୍ଡିତ ସାଧୁବାଣୀ – ଧଳା ମନ୍ଦାର ଫୁଲ କେଉଁ କାର୍ଯ୍ୟରେ ଲାଗେ ?ଏହି କଥା ପ୍ରାୟ ଲୋକ ଜାଣିନଥିବେ

Spread the love

ସମସ୍ତଙ୍କ ଘରେ ଅନେକ ପ୍ରକାରର ଫୁଲ ଫୁଟିଥାଏ।ତେବେ ସେହି ସବୁ ଫୁଲ ମଧ୍ୟରେ ଏକ ଫୁଲ ରହିଛି ଯାହାର ନାମ ହେଉଛି ମନ୍ଦାର ଫୁଲ। ମନ୍ଦାର ଫୁଲ ବିଭିନ୍ନ ପ୍ରକାରର ରହିଛି ଯେପରିକି ରକ୍ତ ମନ୍ଦାର ବା ନାଲି ମନ୍ଦାର, ଶ୍ୱେତ ମନ୍ଦାର ବା ଧଳା ମନ୍ଦାର।ତେବେ ଆମ ଶାସ୍ତ୍ର ଅନୁସାରେ ହିନ୍ଦୁ ଦେବୀ ମାନେ ମନ୍ଦାର ଫୁଲକୁ ବହୁତ ଅଧିକ ଭଲ ପାଇଥାନ୍ତି।ତେବେ ସେମାନେ ସମସ୍ତ ଫୁଲ ମଧ୍ୟରେ ନାଲି ମନ୍ଦାରକୁ ସବୁଠାରୁ ଅଧିକ ପସନ୍ଦ କରିଥାନ୍ତି।ସେଥିପାଇଁ ସମସ୍ତ ମନ୍ଦିରରେ ବା ସମସ୍ତେ ନିଜ ଘରେ ଦେବୀ ମାନଙ୍କ ଉପରେ ନାଲି ମନ୍ଦାର ଚଢାଇ ଥାଆନ୍ତି।

ମନ୍ଦାର ଫୁଲ ମା ତାରିଣୀଙ୍କର ମଧ୍ୟ ପ୍ରିୟ ଫୁଲ ଅଟେ।ଏହି ଫୁଲ ସର୍ବଦା ମା ତାରିଣୀଙ୍କ ସେବାରେ ଲାଗିଥାଏ।ଏହା ସହିତ ଏହି ଫୁଲର ଏକ ଅଦ୍ଭୁତ ଶକ୍ତି ମଧ୍ୟ ରହିଛି।ଯଦି ଆମେ ଧଳା ମନ୍ଦାରର ଚେରକୁ ଏପରି କିଛି କାର୍ଯ୍ୟ ରହିଛି ଯେଉଁଥିରେ ବ୍ୟବହାର କରିବା ଫଳରେ ଆମକୁ ଅନେକ ଶୁଭ ଫଳ ମିଳିଥାଏ।ତେବେ ଏହି ଶ୍ୱେତ ମନ୍ଦାର ଫୁଲକୁ ତାନ୍ତ୍ରିକ ଫୁଲ ମଧ୍ୟ କୁହାଯାଏ।ଏହାକୁ ଅନ୍ୟ କୌଣସି ପ୍ରାଣୀକୁ ବସ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ ବୋଲି କିଛି ଲୋକ ମତ ଦେଇଥାନ୍ତି।

ତେବେ ପ୍ରତ୍ୟେକ ଘରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥାଏ ତେବେ ଏହି ଧଳା ମନ୍ଦାରର ଚେରକୁ ବ୍ୟବହାର କରି ପାରିବା।ପ୍ରତ୍ୟେକ ଘରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ।ଏହା ଏକ ସାଧାରଣ କଥା।କିନ୍ତୁ ଯଦି ସେମାନଙ୍କ ମଧ୍ୟରେ ଅଧିକ ଝଗଡ଼ା ହେଉଥାଏ।ଅଥବା ସେମାନଙ୍କ ମଧ୍ୟରେ କୌଣସି କାର୍ଯ୍ୟ କରିବାରେ ସାମଞ୍ଜସ୍ୟ ରହୁ ନଥାଏ।ସେମାନଙ୍କର ପ୍ରତି କଥାରେ ବାରମ୍ବାର ଝଗଡ଼ା ହେଉଥାଏ ତେବେ ଏହି ଶ୍ୱେତ ମନ୍ଦାର ବା ଧଳା ମନ୍ଦାରର ଚେରକୁ ବ୍ୟବହାର କରି ଏହି ସମସ୍ୟାର ସମାଧାନ କରାଯାଇ ପାରିବ।

ତେବେ ସ୍ବାମୀ ଓ ସ୍ତ୍ରୀଙ୍କର ଏହି ସମସ୍ୟାର ସମାଧାନ କରିବା ପାଇଁ ଚନ୍ଦ୍ର ଗ୍ରହଣ ସମୟରେ ଏହି ଧଳା ମନ୍ଦାରର ଚେରକୁ ଆଣି ଅଭିମନ୍ତ୍ରିତ କରି ଯଦି ସ୍ବାମୀ ଓ ସ୍ତ୍ରୀ ଉଭୟ ନିଜ ହାତରେ ବାନ୍ଧି ଦିଅନ୍ତୁ ତେବେ ସେମାନଙ୍କ ମଧ୍ୟରେ ଥିବା ସମସ୍ତ ଝଗଡ଼ା ସମାପ୍ତ ହେଇଯିବ।ସେମାନଙ୍କର ମଧ୍ୟରେ ଭଲ ପାଇବା ବୃଦ୍ଧି ପାଇବ।ଏହା ସହିତ ସେମାନେ ପରସ୍ପରକୁ ସମ୍ମାନ କରିବେ।ସେମାନଙ୍କ ମଧ୍ୟରେ ଅଧିକ ଝଗଡ଼ା ହେବ ନାହିଁ।ଏହି ଫୁଲ ଗଛର ଚେର ଏପରି କାର୍ଯ୍ୟ କରୁଥିବାରୁ ଏହାକୁ ତାନ୍ତ୍ରିକ ଫୁଲ କୁହା ଯାଇଥାଏ।

ତେବେ ଧ୍ୟାନ ରଖିବା ଆବଶ୍ୟକ ଯେ ଏହାକୁ ଚନ୍ଦ୍ର ଗ୍ରହଣ ପୂର୍ବରୁ କିମ୍ବା ଚନ୍ଦ୍ର ଗ୍ରହଣ ପରେ ଯଦି ଆଣି ସ୍ବାମୀ ଓ ସ୍ତ୍ରୀ ନିଜ ହାତରେ ବାନ୍ଧନ୍ତି ତେବେ ଏହା ଅଶୁଭ ଫଳ ଦେବାର ସମ୍ଭାବନା ମଧ୍ୟ ରହିଛି।ତେଣୁ ଏଥି ପ୍ରତି ସାବଧାନ ରହିବା ଆବଶ୍ୟକ। ଠିକ ଚନ୍ଦ୍ର ଗ୍ରହଣ ଥିବା ସମୟରେ ଏହାର ଚେରକୁ ଆଣିବା ଆବଶ୍ୟକ।ଯାହା ଫଳରେ ଅନେକ ଶୁଭ ଫଳ ମଧ୍ୟ ମିଳି ପାରିବ।

Leave a Reply

Your email address will not be published. Required fields are marked *