ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଓଡ଼ିଶାର ୬ଟି ଜିଲ୍ଲାକୁ ରେଡ଼ ୱାର୍ନିଙ୍ଗ ଜାରି କରାଯାଇଛି – ଆଜିଠୁ ପ୍ରବଳ ବର୍ଷିବ ସମ୍ଭାବନା

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ପାଗ ସମ୍ବନ୍ଧୀୟ କିଛି ତଥ୍ୟ ଜାଣିବା।ଅତି ଭୀଷଣ ରୁପ ନେଇଛି ଲଘୁଚାପ।ଏହା ଉତର ପଶ୍ଚିମ ବଙ୍ଗୋପ ସାଗର ସଂଲଗ୍ନ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଲଙ୍ଗ ପ୍ରେସରରେ ପରିଣତ ହୋଇଛି।ଏବଂ ଏହା ବେଳକୁ ବେଳ ଅଧିକ ଘନୀଭୂତ ହେବାରେ ଲାଗିଛି।ତେବେ ଏହା ଆସନ୍ତା ଉତର ଏବଂ ଉତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ମୁହାଁ ହେବନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

ଏହି ଲଘୁଚାପ କାରଣପାଇଁ ଓଡିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିବ।ଏହାର ପ୍ରଭାବ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।ତେବେ ଆଜି ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ୫ଟି ଜିଲ୍ଲାକୁ ରେଡ଼ ୱାର୍ନିଙ୍ଗ ସହିତ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ।କେବଳ ଏତିକି ନୁହେଁ ପାଣିପାଗ ବିଭାଗ ଦ୍ଵାରା ଆହୁରି ୧୬ଟି ଜିଲାକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।

ତେବେ ଏହି ସବୁ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଅନ୍ୟକିଛି ଜିଲା ମାନଙ୍କରେ ହାଲୁକାରୁ ମାଧ୍ୟମ ଧାରଣର ବର୍ଷା କିମ୍ବା ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ପାଣିପାଗ ବିଭବ ସୂଚନା ଦେଇଛି।ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ମୈସୁମୀ ବର୍ଷା ଦେଖିବାପାଇଁ ମିଳିଛି।ରାଜ୍ୟର ଦକ୍ଷିଣ ଓଡିଶାରେ ପ୍ରବଳ ମୈସୁମୀ ବର୍ଷା ଦେଖିବାପାଇଁ ମିଳିଛି ଏବଂ ରାଜ୍ୟର ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଉ ସବୁ ସ୍ଥାନ ମାନଙ୍କରେ ମୈସୁମୀ ବର୍ଷାର ସମ୍ଭାବନା ଅଛି ବୋଲି ସ୍ଥିର କରିଛି ପାଣିପାଗ ବିଭାଗ।

ତେବେ ଆଇ ଏମ ଡି ପକ୍ଷରୁ ଆସିଥିବା ସୂଚନା ମଧ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରେଡ଼ ୱାର୍ନିଙ୍ଗ ଜାରି ହୋଇଥିବା ଜିଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବାପାଇଁ ମିଳିବ।ବିଶେଷ କରି ସମ୍ବଲପୁର, ସୋନପୁର, କଳାହାଣ୍ଡି, ବରଗଡ଼, ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବାପାଇଁ ମିଲିବ।ତେଣୁ ଏହିସବୁ ଜିଲାରେ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାପାଇଁ ସୂଚନା ଜାରି ହୋଇଛି।ଏହା ସହିତ ଅନ୍ୟ ସବୁ ଜିଲ୍ଲା ମାନଙ୍କରେ ହାଲୁକାରୁ ମାଧ୍ୟମ ଧାରଣର ବର୍ଷା ସହ ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

ବିଶେଷକରି ଯାଜପୁର,ଭଦ୍ରକ,ଜଗତସିଂହପୁର,କେନ୍ଦ୍ରାପଡା, କଟକ, ଢେଙ୍କାନାଳ ସହ ଅନୁଗୁଳ,ସୋନପୁର,ବଲାଙ୍ଗୀର ଏବଂ ବୌଦ୍ଧ ଜିଲାକୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ।ତେଣୁ ଏହି ସବୁ ଜିଲା ମାନଙ୍କରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଏହା ସହ ୟେଲୋ ୱାର୍ନିଙ୍ଗ ଜାରି ହୋଇଥିବା ଜିଲ୍ଲାମାନଙ୍କରେ ରହିଛି ମାଲକାନଗିରି ,କୋରାଫୁଟ, ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦୁଝର,ଖୋର୍ଦ୍ଧା,ପୁରୀ,ନୟାଗଡ଼ଗଞ୍ଜାମ,କଳାହାଣ୍ଡି,କନ୍ଧମାଳ,ନବରଙ୍ଗପୁର,ନୂଆପଡା,ବରଗଡ଼,ଝାରସୁଗୁଡା,ସୁନ୍ଦରଗଡ ଏବଂ ଦେଓଗଡ଼ ଆଦି ଜିଲ୍ଲା।ଏହି ସବୁ ଜିଲ୍ଲା ମାନଙ୍କରେ ହାଲୁକାରୁ ମଧ୍ୟମ ଧାରଣର ବର୍ଷା ହେବାର ସମ୍ଭାବନା ରହିଛି।ଏବଂ କିଛି ଅଞ୍ଚଳରେ ପାଗ ମୂଖ୍ୟତଃ ମେଘୁଆ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *