ପ୍ରେମ ବିବାହ ସତ୍ତ୍ୱେ କାହିଁକି ହୁଏ ଝଗଡ଼ା ? ଏହା ହେଉଛି ମୁଖ୍ୟ କାରଣ – ଏହି କାମ କଲେ କେବେ ଘରେ ହେବ ନାହିଁ ଝଗଡା..

Spread the love

ଏହି ଦୁନିଆରେ ସମସ୍ତେ କାହାକୁ ନା କାହାକୁ ଭଲପାଇଥାନ୍ତି।ଯଦି କେହି ଏପରି କୁହନ୍ତି କି ସେ କେବେ କାହାକୁ ଭଲ ପାଇ ନାହାଁନ୍ତି ତେବେ ସେ ସମ୍ପୂର୍ଣ୍ଣ ମିଛ କହୁଛନ୍ତି କାରଣ ଦୁନିଆରେ ଏଭଳି କୌଣସି ବି ବ୍ୟକ୍ତି ନାହାନ୍ତି ଯିଏକି ନିଜ ଜୀବନରେ କେବେ କାହାକୁ ଭଲପାଇ ନଥିବେ।ସମସ୍ତଙ୍କ ପାଇଁ ଜଣେ ନା ଜଣେ କିଏ ଥିବେ ଯାହା ପାଇଁ ସେ କିଛି ବି କରିପାରିବେ।ଆଜିକାଲି ବହୁତ ପ୍ରେମ ବିବାହ ଦେଖିବାକୁ ମିଳୁଛି ଏହା ପରେ ବି ସେମାନଙ୍କ ମଧ୍ୟରେ ଅନେକ ଛୋଟ ଛୋଟ କାରଣ ପାଇଁ ଝଗଡ଼ା ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି।

ଏହି ଦୁନିଆରେ ଗୋଟେ ପୁଅ ଅନେକ ଝିଅଙ୍କୁ ଦେଖିଥାଏ ଓ ଅନେକ ଝିଅଙ୍କ ସହ ମିଶିଥାଏ କିନ୍ତୁ ସେ କେବଳ ଗୋଟେ ଝିଅକୁ ଭଲ ପାଇଥାଏ ବା ଗୋଟେ ଝିଅ ସହ ଜୀବନ ବିତାଇବାକୁ ଇଚ୍ଛା କରିଥାଏ।ଗୋଟେ ଝିଅ କ୍ଷେତ୍ରରେ ମଧ୍ୟ ଏହା ସମାନ ଗୋଟେ ଝିଅ ମଧ୍ୟ ଅନେକ ପୁଅଙ୍କୁ ଦେଖିଥାଏ ଓ ଅନେକ ପୁଅଙ୍କ ସହ ମିସିଥାଏ ମାତ୍ର କେବଳ ଗୋଟିଏ ପୁଆପାଇଁ ତା ମନରେ ଭଲପାଇବା ସୃଷ୍ଟି ହୋଇଥାଏ ଓ ସେ ସେହି ପୁଅ ସହିତ ତାର ସାରା ଜୀବନ ଅତିବାହିତ କରିବାକୁ ଚାହିଁଥାଏ।ସେଥିପାଇଁ ଆଜିକାଲି ଅନେକ ପ୍ରେମ ବିବାହ ମଧ୍ୟ ଦେଖିବାକୁ ମିଳୁଛି।

ଯେତେବେଳେ କୌଣସି ପୁଅକୁ ଅଥବା ଝିଅକୁ ପ୍ରେମ ହୋଇଥାଏ ସେତେବେଳେ ସେ ପ୍ରେମ କରୁଥିବା ବ୍ୟକ୍ତିକୁ ଦେଖିବାମାତ୍ରେ ସେମାନଙ୍କ ନିସ୍ୱାସର ବେଗ ବଢ଼ିଯାଇଥାଏ।ସେମାନେ ରାତିରେ ଶୋଇପାରନ୍ତି ନାହିଁ।ଏଭଳି ହେବାର କାରଣ ହେଉଛି ସେମାନଙ୍କ ମଧ୍ୟରେ ଥିବା ଆକର୍ଷଣ କରିବାର ହର୍ମନ ଝରିବା ଆରମ୍ଭ ହୋଇଯାଇଥାଏ।ସେଥିଲାଗି ସେମାନେ ଭଲପାଉଥିବା ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ ସେମାନଙ୍କର ଶରୀରରେ ଏହିଭଳି ପରିବର୍ତ୍ତନ ଦେଖାଯାଇଥାଏ।ଏହି ଭଳି ପରିବର୍ତ୍ତନ ଦେଖାଦେବା ମାନେ ସେହି ପିଲାଟି କାହାକୁ ନା କାହାକୁ ଭଲ ପାଉଛି।

ଭଲପାଇବାର ଅର୍ଥ କେବଳ ଶାରିରୀକ ଆକର୍ଷଣ ନୁହେଁ।ମାନସିକ ସ୍ତରରେ ଜଡ଼ିତ ହେବାପରେ ଆମେ ଏହାକୁ ଭଲପାଇବା କହିପାରିବା।ତେଣୁ କେବଳ ଏତିକି ନୁହେଁ ବରଂ ସେମାନଙ୍କ ଜ୍ଞାନ ଓ ଦକ୍ଷତା ମଧ୍ୟ ସମାନ ହେବା ଆବଶ୍ୟକ।ନଚେତ ସେମାନେ ଗୋଟେ ପ୍ରକାରର ନିଷ୍ପତି ନେଇପାରିବେ ନାହିଁ ଫଳରେ ସେମାନଙ୍କ ମଧ୍ୟରେ ସାମଞ୍ଜସ୍ୟ କମ ଓ ପର୍ଥ୍ୟକ ଅଧିକ ଦେଖାଯିବ ଫଳରେ ସେମାନଙ୍କ ମଧ୍ୟରେ ଅଧିକ ଝଗଡ଼ା ହେବ ଯାହା ଆଜିକାଲି ଏକ ସାଧାରଣ ଘଟଣା ହୋଇସାରିଲାଣି।

ଆଜିକାଲିର ପିଲାମାନେ କେବଳ ସୁନ୍ଦରତା ପଛରେ ଯାଇ ପ୍ରେମ ବିବାହ କରିଦେଉଛନ୍ତି।ଫଳରେ ସେମାନଙ୍କ ମଧ୍ୟରେ ତାଳମେଳରେ ଗଡ଼ବଡ ଦେଖା ଦେଉଛି ଓ ସେମାନେ ନିଜ ନିଜର ନିଷ୍ପତିକୁ ସଠିକ ଭାବରେ ନେଇ ପାରୁନାହାନ୍ତି ଓ ସେମାନଙ୍କ ନିଷ୍ପତିରେ ପାର୍ଥକ୍ୟ ରହୁଛି ଯାହା ଫଳରେ ସେମାନଙ୍କ ମଧ୍ୟରେ ଅଧିକ ସମୟରେ ଝଗଡ଼ା ହେବାର ଦେଖାଯାଉଛି ଓ ସେମାନେ କିଛି ସମୟ ପରେ ଅଲଗା ମଧ୍ୟ ହୋଇଯାଉଛନ୍ତି।ତେଣୁ କେବଳ ଶାରିରୀକ କ୍ଷେତ୍ରରେ ନୁହେଁ ବରଂ ମାନସିକ କ୍ଷେତ୍ରରେ,ଜ୍ଞାନ, ଓ ଦକ୍ଷତା କ୍ଷେତ୍ରରେ ମଧ୍ୟ ସାମଞ୍ଜସ୍ୟ ଥିବା ଝିଅ ବା ପୁଅ ସହ ବିବାହ କରିବା ଆବଶ୍ୟକ।ଫଳରେ ସେମାନଙ୍କ ବୈବାହିକ ଜୀବନ ସୁଖମୟ ହେବ।

Leave a Reply

Your email address will not be published. Required fields are marked *