ଆଶ୍ଚର୍ଯ୍ୟ ଖବର,ବନ୍ୟା ଜଳରେ ଭାସିଗଲେ Raanu Mandol,ଘଟଣା ଜାଣିଲେ କହିବେ ଅତି ଗର୍ବ ରେ ଏପରି ହେଲା

Spread the love

ସାଙ୍ଗମାନେ ଆଜି ଆମେ ଜାଣିବା ରାନୁ ମଣ୍ଡଳଙ୍କ ଖବର।ସୂଚନା ଅନୁସାରେ ବନ୍ୟା ଜଳରେ ଭାସିଗଲେ ରାନୁ ମଣ୍ଡଳ।ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ।ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର ହେଉଛି ବନ୍ୟାରେ ଭାସିଗଲେ ରାନୁ ମଣ୍ଡଳ।ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଫଟ।ତେବେ ଆସନ୍ତୁ ଜାଣିବା ଘଟଣା ସତ କିମ୍ବା ସତ ନୂହେ।ପଶ୍ଚିମ ବଙ୍ଗର ରାଣାଘାଟ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାନୁ ମଣ୍ଡଳ ରାତାରାତି ଷ୍ଟାର ହୋଇଥିଲେ।

ସାରା ଭାରତର ଲୋକଙ୍କ ମୁହଁରେ ତାଙ୍କର ଚର୍ଚ୍ଚା ଥିଲା।ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସା କରୁଥିଲେ।ରାତା ରାତି ହେବାପରେ ରାନୁଙ୍କ ଜୀବନ ରାତା ରାତି ଚମକି ଉଠିଥିଲା।ସବୁଠି ତାଙ୍କରି ଚର୍ଚ୍ଚା ଚାଲିଥିଲା।ତାଙ୍କ ଲୋକପ୍ରିୟତା ଆକାଶ ଛୁଆଁ ହୋଇଯାଇଥିଲା।ହେଲେ ଏବେ ପୁଣିଥରେ ରାନୁ ମଣ୍ଡଳଙ୍କ ଜୀବନ ଅନ୍ଧାରକୁ ଠେଲି ହୋଇଯାଇଛି।

କରୋନା ଯୋଗୁ ତାଙ୍କୁ କିଛି କାମ ମିଳୁନାହିଁ ଫଳରେ ରାନୁ ମଣ୍ଡଳଙ୍କ ଜୀବନ ପୂର୍ବରୁ ଯେମିତି ଥିଲା ସେମିତି ହୋଇଯାଇଛି ବୋଲି ଜାତୀୟ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଛି।ଏବେ ରାନୁଙ୍କ ଗୀତ ଶୁଣିବାକୁ ମିଳୁନାହିଁ।କି ତାଙ୍କୁ କେଉଁଠି ଦେଖିବାକୁ ମଧ୍ୟ ମିଳୁନାହିଁ।ତେବେ କହିବାକୁ ଗଲେ ରାନୁ ମଣ୍ଡଳ ଏବେ ବ୍ୟାକ ଫୁଟକୁ ଠେଲି ହୋଇ ଯାଇଛନ୍ତି।

ଆପଣ ମାନେ ଜାଣିଛନ୍ତି ୨୦୧୯ ନଭେମ୍ବରରେ ରାନୁ ମଣ୍ଡଳ ଵଲିଉଡ଼ ପ୍ରସିଦ୍ଧ ସିଙ୍ଗର ହୀମେଶ ରେସମୀୟାଙ୍କ ସହିତ ତିନୋଟି ଗୀତ ରେକର୍ଡ କରିଥିଲେ।ଏହି ଗୀତ ମଧ୍ୟରୁ ତେରୀ ମେରି ଗୀତଟି ବେଶ ଲୋକପ୍ରିୟ ହୋଇଥିଲା।ସମସ୍ତେ ଏହି ଗୀତକୁ ଗୁଣୁ ଗୁଣାଉ ଥିଲେ।ଏବେ କିନ୍ତୁ ରାନୁଙ୍କୁ କାମ ମିଳୁନାହିଁ କରୋନା ଯୋଗୁ ତାଙ୍କ ଅବସ୍ଥା ଖରାପ ହୋଇଯାଇଛି।

ସୂଚନା ଅନୁସାରେ ଲୋକପ୍ରିୟ ହେବା ପରେ ରାନୁ ନିଜର ପୁରୁଣା ଘର ଛାଡ଼ି ଏକ ନୂଆ ଘରକୁ ସ୍ଥାନାନ୍ତରିତ ହୋଇଥିଲେ।କିନ୍ତୁ ଏବେ ଯାହା ସୂଚନା ମିଳଚି ସେହି ଅନୁସାରେ ରାନୁ ମଣ୍ଡଳ ତାଙ୍କର ନୂଆ ଘର ଛାଡ଼ି ପୁଣି ଥରେ ପୁରୁଣା ଘରକୁ ସ୍ଥାନାନ୍ତରିତ ହୋଇଯାଇଛନ୍ତି।ଆର୍ଥିକ ଅଭାବ ଯୋଗୁ ତାଙ୍କ ଅବସ୍ଥା ବିଗିଡି ଯାଇଛି।ବର୍ତ୍ତମାନ ସମୟରେ ରାନୁ ମଣ୍ଡଳଙ୍କ ବନ୍ୟା ଜଳ ସହିତ ଏକ ଫଟୋ ଭାଇରାଲ ହେବାରେ ଲାଗିଛି।

ସେହି ଫଟୋରେ କୁହାଯାଇଛି ଯେ ଫଟୋରେ ଥିବା ଏହି ମହିଳା ହେଉଛନ୍ତି ରାନୁ ମଣ୍ଡଳ।ବନ୍ୟା ଯୋଗୁ ତାଙ୍କ ଘରେ ପାଣି ପଶିଯାଇଥିବାରୁ ସେ ଗଛର ସହାୟତା ନେଇଛନ୍ତି।ତେବେ ଏହି ଖବରଟି ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।ଆପଣ ଏଠାରେ ଜାଣି ରଖନ୍ତୁଯେ ଏହା ରାନୁ ମଣ୍ଡଳଙ୍କ ଫଟୋ ନୁହେଁ।ସାଙ୍ଗମାନେ ଆମେ ଆଶା କରୁଛୁ ଆପଣଙ୍କୁ ଖବରଟି ପସନ୍ଦ ଆସିଥିବ।

Leave a Reply

Your email address will not be published. Required fields are marked *