ଆଜିଠୁ ମାଡି ଆସିବ ଆଉ ଗୋଟିଏ ବଡ ଲଘୁଚାପ,SRC ଦେଲେ ଏହି ବଡ ସତର୍କ ସୂଚନା,ଏହି ଅଂଚଳ ରେ ସୃଷ୍ଟି ହେଇପାରେ ବନ୍ୟା (Flood) ପରିସ୍ଥିତି

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଶାର ପାଣିପାଗକୁ ନେଇ କିଛି ବିଶେଷ କଥା ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ବର୍ତ୍ତମାନ ଯେଉଁ କିଛି ନୂତନ ଅପଡେଟ ଆସୁଛି ସେହି ଅନୁସାରେ ଆଇ ଏମ ଡି ବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କି ଆସନ୍ତା ୪୮ ଘଣ୍ଟା ମଧ୍ୟେରେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ପୁଣି ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହେବାକୁ ଯାଉଛି।

ଯାହାକି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି।ଯାହା ସେଇ ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବ।ଯେଉଁ ସବୁ ଜିଲ୍ଲା ମାନଙ୍କରେ ଜଳ ବନ୍ଦୀ ପରିସ୍ଥିତି ଲାଗି ରହିଛି ଓ ଯେଉଁ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହୋଇଛି ସେହି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବ ଓ ଜଳ ବନ୍ଦୀ ପରିସ୍ଥିତି ଆହୁରି ଲାଗି ରହିବ।

ଦଶଟି ନଦୀର ଜଳ ସ୍ତର ବର୍ତ୍ତମାନ ବୃଦ୍ଧି ପାଉଛି ଓ ତା ଠାରୁ ଏକ ବଡ଼ ଅପଡେଟ ହେଉଛି।ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଗେଟ ଗୁଡିକ ମଧ୍ୟ ଖୋଲି ଗଲାଣି।ସେହି କାରଣ ପାଇଁ ଆଗକୁ ବନ୍ୟା ପରିସ୍ଥିତି ଆହୁରି ସଙ୍ଗିନ ହୋଇପାରେ।ଏଥିପାଇଁ ଆପଣମାନେ ନିହାତି ଭାବରେ ସତର୍କ ଓ ସଜାଗ ରୁହନ୍ତୁ।ଏବେ ଏବେ ଯାହା କିଛି ନୂତନ ଅପଡେଟ ଆସୁଛି

ଆଗକୁ ବର୍ଷା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଲାଗି ରହିବ।୧୮ ତାରିଖ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି।ତାହା ସେହି ଉତ୍ତର ଓଡିଶା ଦେଇ ଗତି କରିବ।ଉତ୍ତର ଓଡିଶା ଓ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ।ଏହି ଯେଉଁ ଲଘୁଚାପ ସୃଷ୍ଟି ହୋଇଥିଲା ତାହା ମଧ୍ୟ ଦୁର୍ବଳ ହେଉଛି।ଆମ ଓଡିଶାରେ ଦଶଟି ନଦୀ ମାନଙ୍କରେ ଜଳ ସ୍ତର ବୃଦ୍ଧି ପାଇଛି।

ଆହୁରି ଜଳବନ୍ଦୀ ପରିସ୍ଥିତି ସାଙ୍ଘାତିକ ହୋଇପାରେ।ଆଜି ମଧ୍ୟ କିଛି କିଛି ଜିଲ୍ଲା ମାନଙ୍କରେ ବର୍ଷା ହେବ।ଯାହାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମର ୬ଟି ଗେଟକୁ ମଧ୍ୟ ଖୋଲିଦିଆ ଯାଇଛି।ଏହା ଛଡା ଯେତିକି କ୍ଷୟ କ୍ଷତି ହୋଇଛି।ବହୁତ ଘର ଭାଙ୍ଗିଛି।ଅନେକ ଚାଷ ଜମି ବର୍ତ୍ତମାନ ଜଳ ମଗ୍ନ ଅବସ୍ଥାରେ ଯାହାର ସ୍ଥିତି ଆକଳନ କରିବା ପାଇଁ ସବୁ ଜିଲ୍ଲାର କୃଷି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବଲପୁର, ଝାରସୁଗୁଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀରେ ହଲକାରୁ ମଧ୍ୟମ ଧରଣର ବର୍ଷା ହେବ।କାଲି ପାଗ ଶୁଖିଲା ରହିଲେ ମଧ୍ୟ ଏହା ପରେ ବର୍ଷା ହେବ।କାରଣ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଯିବ ପୁଣି ସେହି ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ।

Leave a Reply

Your email address will not be published. Required fields are marked *