ଆଇପିଏଲ ଆଗରୁ ହଟାତ ଏହି ବଡ ଖେଳାଳି CRICKET ଜଗତକୁ କହିଲେ ବିଦାୟ,ସମସ୍ତଙ୍କ ପ୍ରିୟର ଥିଲେ ଏହି ଖେଳାଳି,ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କ୍ରିକେଟକୁ ନେଇ କିଛି ବିଶେଷ ଖବର ବିଷୟରେ ଆଲୋଚନା କରିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ମିଳିଥିବା ଖବର ଅନୁସାରେ କ୍ରିକେଟକୁ ବିଦାୟ ଦେଲେ ମାଲିଙ୍ଗା।ଶ୍ରୀଲଙ୍କାର କ୍ରିକେଟର ଲାସିତ ମାଲିଙ୍ଗା ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ମାଲିଙ୍ଗା ଅବସର ଘୋଷଣା କରିଛନ୍ତି।

୩୮ ବର୍ଷୀୟ ଏହି ଖେଳାଳି ୩୦ଟି ଟେଷ୍ଟ ମ୍ୟାଚ, ୨୨୬ଟି ଦିନିକିଆ ଏବଂ ୮୪ଟି ଟି ୨୦ ମ୍ୟାଚ ଖେଳିଛନ୍ତି।ଟେଷ୍ଟ ମ୍ୟାଚରେ ୧୦୧ଟି ଆଉଟ କରିଛନ୍ତି।୨୦୧୪ ଟି ୨୦ ବିଶ୍ୱକପରେ ଶ୍ରୀଲଙ୍କା ଦଳର ଅଧିନାୟକ ଦାଇତ୍ୱ ନେଇଥିଲେ ଲାସିତ ମାଲିଙ୍ଗା।ତାଙ୍କ ନେତୃତ୍ୱରେ ୨୦୧୪ ଟି ୨୦ ବିଶ୍ୱକପ ଜିତିଥିଲା ଶ୍ରୀଲଙ୍କା।ସେ ଖେଳାଳି ଭାବରେ ଅବସର ନେଇଛନ୍ତି ଗତ ମାର୍ଚ୍ଚ1 ଠାରୁ ସେ ଖେଳୁ ନଥିଲେ।

ଟେଷ୍ଟ ମଧ୍ୟ ଖେଳିବା ଛାଡିଦେଇଥିଲେ।କିନ୍ତୁ ସେ ସବୁବେଳେ ମନେ ରହିବେ ଭିର୍ଣ୍ଣ ବୋଲର ହିସାବରେ ସେ ଯେଉଁପ୍ରକାର ଭଙ୍ଗୀରେ ବଲ ପକେଇଥାନ୍ତି ଆଉ ୟର୍କର ପକେଇବା ପାଇଁ ଷ୍ଟମ୍ପ ଉପରେ ସଠିକ ବଲ ପକେଇଥାନ୍ତି।କୁହାଯାଇଥାଏ ଯେ ଷ୍ଟମ୍ପ ଉପରେ ନିୟମିତ ଭାବରେ ବୋଲିଙ୍ଗ କରିବା ସହଜ କଥା ହୋଇନଥାଏ।ସେ କିନ୍ତୁ ଏହାକୁ ବହୁତ ସହଜରେ କରିଥାନ୍ତି।

ତାଙ୍କୁ ଖେଳାଳି ଭାବରେ କେବେହେଲେ କେହି ଭୁଲିପାରିବେ ନାହିଁକାରଣ ଆପଣ ହାଟ୍ରିକର କଥା କୁହନ୍ତୁ ବା ଦୁଇଥର ଚାରୋଟି ଆଉଟ ଚାରୋଟି ବଲରେ କରିବା କଥା କୁହନ୍ତୁ ଦୁଇଟି ଯାକ ଫର୍ମାଟରେ ସାଢେ ପାଞ୍ଚ ଶହ ଆଉଟ କରିଥିବା ଖେଳାଳିଙ୍କୁ ଆମେ ଭୁଲିପାରିବା ନାହିଁ।ସେ ଆଇ ପି ଏଲର ଜଣେ ସବୁଠାରୁ ଖ୍ୟାତନାମା ସପ୍ରଭାବୀ ଖେଳାଳି।

୨୦୧୯ ଫାଇନାଲରେ ଶେଷ ବଲ ଦୁଇ ରନ ଦରକାର ଥିବା ବେଳେ ମାଲିଙ୍ଗା ସେହି ମ୍ୟାଚ ଜିତାଇଦେଇଥିଲେ।ସେ ନିଶ୍ଚିତ ଭାବରେ ତାଲିମ ଦେବା କଥା କିମ୍ବା କୋଚ ବନିବା କଥା ଜାରି ରହିବ।ଶ୍ରୀଲଙ୍କା ଜାତୟ ଦଳରେ ମଧ୍ୟ କୋଚ ଭାବରେ ଦେଖି ପାରିବା ତାଙ୍କୁ।ମାଲିଙ୍ଗା ଜଣେ ସଫଳ କ୍ରିକେଟର ସଫଳ ବୋଲର ଏବଂ ମ୍ୟାଚ ଜିତେଇବାରେ ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଷ୍ଟମ୍ପରେ ନିୟମିତ ଭାବରେ ବୋଲିଙ୍ଗ କରିବା।ବ୍ୟାଟ୍ସମ୍ୟାନ ମାନଙ୍କୁ ରୁମ ନଦେବା ସଟ ଖେଳିବା ପାଇଁ ଦଳକୁ ଜିତେଇବାର ଆଶା ମାଲିଙ୍ଗାଙ୍କ ଉପରେ ରହିଥାଏ ଯେପରି ଭାରତବର୍ଷ କଥା କହିଲେ ଆମେ ଏବେ ବୁମରାହଙ୍କୁ ଖୋଜୁଛୁ।କାରଣ ତାଙ୍କ ପାଖରେ ମାଲିଙ୍ଗାଙ୍କ ଭଳି ଏକ ସ୍ୱତନ୍ତ୍ର ଷ୍ଟାଇଲ ରହିଛି।ଯଦିଓ କ୍ରିକେଟକୁ ବିଦାୟ ଦେଇଛନ୍ତି ମାଲିଙ୍ଗା କିନ୍ତୁ ତାଙ୍କୁ ସବୁଦିନପାଇଁ ମନେ ରଖିବେ ଖେଳାଳି ଓ ଫ୍ୟାନମାନେ।ଶ୍ରୀଲଙ୍କା ଫାଷ୍ଟ ବୋଲର ଲାସିତ ମାଲିଙ୍ଗା କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *