Multiple ଲଘୁଚାପ ମାଡି ଆସୁଛି ଓଡିଶା ଆଡକୁ,ପୁରା ୧୦ ଦିନ Trigger ବର୍ଷା ଢାଳିବ,ଆରମ୍ଭ ହେବ ୨୬ ରୁ ବର୍ଷ ର ପ୍ରକୋପ

Spread the love

ପଛକୁ ପଛ ଲଘୁଚାପ ଚଳିତ ମାସଶେଷ ସୁଧା ସୃଷ୍ଟି ହେବ ଅନେକ ଘୁର୍ଣ୍ଣିବଳୟ। ଏହି କାରଣରୁ ପାଣିପାଗ ବିଭାଗର ସତର୍କ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା ୧୦ ଦିନ ପ୍ରବଳ ବର୍ଷା ହେବ। ଗୋଟେ ଘୁର୍ଣ୍ଣିବଳୟ ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇରହିଥିବା ବେଳେ ଆଗକୁ ଆଉଏକ ଲଘୁଚାପସୃଷ୍ଟି ହେବାକୁ ଯାଉଛି। ଏହି ଘୁର୍ଣ୍ଣିବଳୟ ଗୁଡାକ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇ ମିଆଁମାର, ଥାଇଲ୍ୟାଣ୍ଡ ଦେଇ ବଙ୍ଗୋପସାଗର ଆଡ଼କୁ ଗତିକରିବ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଏହିପରି ଆସନ୍ତା ୨୩ ରେ ଏହି ଲଘୁଚାପ ଓଡିଶା ଆନ୍ଦ୍ର ଆଡ଼କୁ ଗତିକରିପାରେ। ଏହା ପରେ ଗୋଟେ ବା ଦୁଇ ଦିନ ମଧ୍ୟରେ ରାଜ୍ୟରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ଏହା ପରେ ଏହି ଲଘୁଚାପ ୨୬-୨୭ ତାରିଖ ବେଳକୁ ଗଭୀର ଅଵପାତ ନେଇପାରେ ବୋଲି ଅନୁମାନ କରାଯାଉଛି।ଏହା ପରେ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ପାଣିପାଗ ବିଭାଗ ତରଫରୁ ଯେଉଁ କୁହାଯାଉଛି ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ତେବେ ଏହାକୁ ନେଇ ଆସନ୍ତୁ ଜାଣିବା ପାଣିପାଗ ବିଭାଗର ବିଶେଷଜ୍ଞ ଉମାଶଙ୍କର କଣ କହିଛନ୍ତି,”ଦେଖନ୍ତୁ ଏହି ଯେଉଁ ଲଘୁଚାପ ହେଉଛି ଏହା ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହେଉଛି ଓ ଅଧିକାଂଶ ସମୟରେ ଏହା ବଙ୍ଗୋପସାଗର ଆଡ଼କୁ ଚାଲିଆସୁଛି ଯାହା ପ୍ରଭାବ ଓଡିଶା ଉପରେ ପଡୁଛି।ଏହା ସହ ଏହି ବର୍ଷା ଓଡିଶା ଉପରେ ଖରାପ ପ୍ରଭାବ ପକାଇବ କାରଣ ଆବଶ୍ୟକତା ଠୁ ରାଜ୍ୟରେ ଅଧିକ ବର୍ଷା ହୋଇସାରିଲାଣି ଏବେ ଯଦି ଲଗାତର ୧୦ ଦିନ ଅଧିକ ବର୍ଷା ହେବ ଫସଲର ପରିମାଣ ବହୁତ ନଷ୍ଟ ହେବାର ସମ୍ଭାବନା ରହିଛି”।

ଆପଣଙ୍କୁ କହିରଖିବୁ ଏକ ମାସ ପୂର୍ବରୁ ଓଡ଼ିଆର ଅନେକ ଜିଲ୍ଲାରେ ଆବଶ୍ୟକତା ଠୁ କମ ବର୍ଷା ରେକର୍ଡ଼ କରାଯାଇଥିଲା ଯେଉଁଠି ପାଇଁ ଚାଷୀମାନେ ଅଶୁବିଧାର ସାମ୍ନା କରିଥିଲେ। କିନ୍ତୁ ସେପ୍ଟେମ୍ବର ଆରମ୍ଭରୁ ରାଜ୍ୟରେ ଆରମ୍ଭ ହୋଇଯାଇଥିଲା ଲଘୁଚାପ କେବଳ ଗୋଟେ କି ଦୁଇଟି ନୁହେଁ ଏବେ ପର୍ଯ୍ୟନ୍ତ ସେପ୍ଟେମ୍ବର ମାସରେ ଅନେକ ଲଘୁଚାପ ସରିଲାଣି ଓ ଆଗକୁ ଆହୁରି ଲଘୁଚାପ ହେବାକୁ ଯାଉଛି।

୧୧ ତାରିଖରେ ହୋଇଥିବା ଲଘୁଚାପ ଉପରେ ଅଧିକ ପ୍ରେସର ପକାଇଥିଲା ଯାହା ଦ୍ୱାରା ରାଜ୍ୟରେ ଅନେକ ଚାଷ ନଷ୍ଟ ହେବା ସହ ଧନଜୀବନ ନଷ୍ଟ ହୋଇଛି। ଏବେ ପାଣିପାଗ ବିଭାଗର ଏହି ସତର୍କ ସୂଚନା ପରେ ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡିଛି କାରଣ ବିଲରୁ ଏବେ ପର୍ଯ୍ୟନ୍ତ ପାଣି ଭଲସେ କଟିନି ଏହା ମଧ୍ୟ ଆସିଯାଇଛି ପୁଣି ଲଘୁଚାପ। ଯଦି ୧୦ ଦିନ ଅତି ପ୍ରବଳ ବର୍ଷା ହେବ ତେବେ ରାଜ୍ୟରେ ବଡ଼ ଧରଣର ବନ୍ୟା ହେବାର ସମ୍ଭାବନା ମଧ୍ୟ ଅଧିକ। ଆପଣ ଏହାକୁ ଆଗରେ ରଖି ସତର୍କତା ନିଶ୍ଚିତ ଭାବରେ ଅବଲମ୍ବନ କରନ୍ତୁ। ବର୍ଷା ସହିତ ଘଡଘଡି ହେବାର ଚାନ୍ସ ବି ଅଛି। ସେଥିପାଇଁ ବିଶେଷ ସତର୍କ ରୁହନ୍ତୁ।

Leave a Reply

Your email address will not be published. Required fields are marked *