ଆସିଲା ଖୁସି ଖବର – ଓଡ଼ିଶାରେ ଇଲେକ୍ଟ୍ରି ସ୍କୁଟି – ମାତ୍ର ୧ ଟଙ୍କାରେ ଚାଲିବ ୫୦ କିଲୋମିଟର – ଦାମ ଏତିକି ଯେ ଆଜି କିଣିବା ପାଇଁ ଇଚ୍ଛା କରିବେ..

Spread the love

ବର୍ତ୍ତମାନ ସାରା ଭାରତରେ ପେଟ୍ରୋଲର ଦର ଆକାଶ ଛୁଆଁ ହେବାରେ ଲାଗିଛି।ତେବେ ଭାରତରେ କେତେକ ସ୍ଥାନରେ ବର୍ତ୍ତମାନ ପେଟ୍ରୋଲ ଦର ୧୦୦ ଟଙ୍କାରୁ ଉର୍ଦ୍ଧ୍ବ ହୋଇ ସାରିଲାଣି।କେତେକ ସହରରେ ବର୍ତ୍ତମାନ ଏହି ଦର କମିବାରେ ନାମ ନେଉନାହିଁ।ସେଥିପାଇଁ ବର୍ତ୍ତମାନ ଏହା ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକ ମାନଙ୍କ ପାଇଁ ଏକ ବହୁତ ବଡ଼ ସମସ୍ୟା ରୂପରେ ଛିଡା ହୋଇଛି।ତେବେ ଲୋକମାନେ ଏହି ସମସ୍ୟାରୁ କିଭଳି ଭାବରେ ବାହାରିବେ ସେଥିପାଇଁ କିଛି ଗାଡ଼ି କମ୍ପାନୀ ବିଦ୍ୟୁତ ଚାଳିତ ସ୍କୁଟି ନିର୍ମାଣ କରୁଛନ୍ତି।

ତେବେ ବର୍ତ୍ତମାନ ଏହି ବର୍ଦ୍ଧିତ ପେଟ୍ରୋଲ ଦରକୁ ଦୃଷ୍ଟିରେ ରଖି ଅନେକ ଲୋକ ବିଦ୍ୟୁତ ଚାଳିତ ସ୍କୁଟି ବ୍ୟବହାର କରିବା ପାଇଁ ନିଜକୁ ପ୍ରସ୍ତୁତ କରି ସାରିଲେଣି।ତେବେ ଏହି ବର୍ଦ୍ଧିତ ପେଟ୍ରୋଲ ଦରକୁ ଦୃଷ୍ଟିରେ ରଖି ହିରୋ କମ୍ପାନୀ ଏକ ସ୍କୁଟିର ନିର୍ମାଣ କରିଛନ୍ତି ଯାହାର ନାମ ରଖାଯାଇଛି ହିରୋ ଇଲେକ୍ଟ୍ରି ଡେସ୍କ।ତେବେ ଏହି ସ୍କୁଟିଟି ସମ୍ପୂର୍ଣ୍ଣ ରୂପରେ ବିଦ୍ୟୁତରେ ଚାଲିଥାଏ

ସେଥିପାଇଁ ଏଥିରେ ପେଟ୍ରୋଲର କୌଣସି ଆବଶ୍ୟକତା ନାହିଁ।ବର୍ତ୍ତମାନ ପେଟ୍ରୋଲ ଦର ୧୦୦ ଛୁଇଁ ସାରିଲାଣି।ଯଦି ଜଣେ ବ୍ୟକ୍ତିର ଗାଡ଼ି ୪୦-୪୫ କିମି ମାଇଲେଜ ଦେଖାଉ ଥାଏ ତେବେ ସେହି ବ୍ୟକ୍ତି ୧୦୦ ଟଙ୍କାର ତେଲ ପକାଇ ମାତ୍ର ୪୦-୪୫ କିମି ଯାତ୍ରା କରି ପାରୁଛି।ଏହା ବର୍ତ୍ତମାନ ଅନେକ ଲୋକଙ୍କ ପାଇଁ ବହୁତ ବଡ଼ ସମସ୍ୟା ହୋଇଛି।

ଏହା ସହିତ ବର୍ତ୍ତମାନ ହିରୋ ଇଲେକ୍ଟ୍ରି ଡେସ୍କ ନାମରେ ଯେଉଁ ନୂତନ ସ୍କୁଟି ବର୍ତ୍ତମାନ ବଜାରକୁ ଆସିଛି ତାହାର ମୂଲ୍ୟ ବର୍ତ୍ତମାନ ୫୫,୦୦୦ ଟଙ୍କା ରଖା ଯାଇଛି।ଫଳରେ ଜଣେ ମଧ୍ୟବିତ୍ତ ପରିବାରର ଲୋକ ଏହାକୁ ଆରାମରେ କିଣି ପାରିବେ।ବର୍ତ୍ତମାନ ଏହି ସ୍କୁଟିକୁ ଅନେକ ଲୋକ ପସନ୍ଦ କରୁଥିବାର ଦେଖା ଯାଉଛି।ତେବେ ଏହାକୁ ଆପଣ ୩-୪ ଘଣ୍ଟା ଚାର୍ଜ କଲା ପରେ ଏହା ସମ୍ପୂର୍ଣ୍ଣ ରୂପରେ ଚାର୍ଜ ହୋଇ ଯାଇଥାଏ।

ଆପଣ ଏହାକୁ ଫୁଲ ଚାର୍ଜ କରିବା ପରେ ଏହାକୁ ଆପଣ ୪୦-୪୫ କିମି ପର୍ଯ୍ୟନ୍ତ ଯାଇ ପାରିବେ।ଏହା ବର୍ତ୍ତମାନ ଅନେକ ମାତ୍ରାରେ ବିକ୍ରି ହେବାରେ ଲାଗିଛି।ତେବେ ଏଥିରେ ଆପଣ ସର୍ବାଧିକ ୨ ଜଣ ଲୋକ ବସି ପାରିବେ।ଏହା ସହିତ ଏଥିରେ ଆପଣ ୭୭ କିଲୋ ଓଜନର ଜିନିଷ ବହନ କରି ପାରିବେ।ତେବେ ପେଟ୍ରୋଲର ଏଭଳି ବର୍ଦ୍ଧିତ ଦର ପାଇଁ ଏହି ସ୍କୁଟି ବର୍ତ୍ତମାନ ବଜାରରେ ଅଧିକ ମାତ୍ରାରେ ବିକ୍ରି ହେବାରେ ଲାଗିଛି।

ତେବେ ଏହା ଉପରେ କମ୍ପାନୀ ଗୁଡ଼ିକ ଗ୍ୟାରେଣ୍ଟି ଦେଉଛନ୍ତି।ଯେପରିକି ଏହି ସ୍କୁଟିର ବ୍ୟାଟେରି ଉପରେ ଏହି କମ୍ପାନୀ ଗୁଡ଼ିକ ୩ ବର୍ଷର ଗ୍ୟାରେଣ୍ଟି ଦେଉଛନ୍ତି।ଯଦି ଏହି ସମୟ ଅବଧି ମଧ୍ୟରେ ଏହି ସ୍କୁଟିର ବ୍ୟାଟେରି ଖରାପ ହୋଇଯାଏ ତେବେ ଏହି କମ୍ପାନୀ ଆପଣଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଏହି ବ୍ୟାଟେରି ବଦଳରେ ଏକ ନୂତନ ବ୍ୟାଟେରି ଆପଣଙ୍କୁ ପ୍ରଦାନ କରିବ।

ତେବେ ଲୋକମାନେ ପେଟ୍ରୋଲ ଦରକୁ ନଜରରେ ରଖି ବର୍ତ୍ତମାନ ଏହାକୁ ଅଧିକ ବ୍ୟବହାର କରିବାକୁ ଲାଗିଲାଣି।ସେଥିପାଇଁ ଏହାକୁ ପେଟ୍ରୋଲ ଦରର ଏକ ସମାଧାନ ରୂପେ ଗ୍ରହଣ କରାଯାଉଛି।

Leave a Reply

Your email address will not be published. Required fields are marked *