ଆସିଲା ଭୟଙ୍କର ଲଘୁଚାପ,ଆରମ୍ଭ ହେଇଯିବ ଖୁବ ଜୋର ବର୍ଷା,ଏହି ଅଂଚଳ ରେ Heavy Rain ହେବ ବୋଲି ପାଣିପାଗ ବିଭାଗ ଦେଲେ ସୂଚନା

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଶାର ପାଣିପାଗକୁ ନେଇ କିଛି ବିଶେଷ ଖବର ବିଷୟରେ ଜାଣିବା।ବର୍ତ୍ତମାନ ସମୟରେ ଯେଉଁ ନୂତନ ଅପଡେଟ ଆସୁଛି ଆଇ ଏମ ଡି ଏବଂ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଯେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏକ ଆଣ୍ଟି ସାଇକ୍ଲୋନିକ ସରକୁଲେସନ ବା ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହେଉଛି ବଙ୍ଗୋପ ସାଗରରେ।ଆସନ୍ତା ଦୁଇ ଦିନ ମଧ୍ୟରେ ଏକ ଲୋ ପ୍ରେସର ଏରିଆ ବା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।

ଯାହାର ପ୍ରଭାବରେ ଆମ ଓଡିଶାରେ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।ଏବଂ ସମ୍ଭାବ୍ୟ ମରୁଡି ଜିଲ୍ଲା ଗୁଡିକରେ ମଧ୍ୟ ଜଳର ସଞ୍ଚାଳନ ହେବ।ଏହା ସହିତ ଏହି ବର୍ଷ କୃଷି ଉପଯୋଗୀ ହେବ ନା ନାହିଁ ଏବଂ କେଉଁ ଜିଲାରେ କେତେ ପରିମାଣରେ ବର୍ଷା ହେବ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।

ତେବ ଆସନ୍ତୁ ଜାଣିବା ଏହି ବିଷୟରେ।ଆପଣମାନେ ତ ଜାଣନ୍ତି ଆମ ଓଡିଶାରେ କିଛି ମାସ ହେବ ମୈସୁମୀ ବାୟୁ ଗାୟବ ହୋଇ ଯାଇଛି।ଏହାର ଅର୍ଥ ଓଡ଼ିଶାରେ ମୈସୁମୀ ବାୟୁ ଜନିତ ବର୍ଷା ଏପର୍ଯ୍ୟନ୍ତ ଦେଖିବାକୁ ମିଳିଲା ନାହିଁ।କାରଣ ମୈସୁମୀ ବାୟୁ ଆସିବା ପରଠାରୁହିଁ ମୈସୁମୀ ବାୟୁ ଦୁର୍ବଳ ହୋଇକରି ରହିଛି।ପାଞ୍ଚ ପାଞ୍ଚଟି ଲଘୁଚାପ ହେବା ପରେ ମଧ୍ୟ ମୈସୁମୀ ବାୟୁ ସକ୍ରିୟ ହେଲା ନାହିଁ।

ଏ ବର୍ଷ ଶ୍ରବଣ ମାସରେ ମଧ୍ୟ ଆମକୁ ବର୍ଷା ଦେଖିବାପାଇଁ ମିଳିଲା ନାହିଁ।ଏହି କାରଣରୁ ସାରା ଓଡ଼ିଶାରେ ୩୦ ଟି ଜିଲ୍ଲାରୁ 27 ଟି ଜିଲ୍ଲା ମାନଙ୍କରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି।ଏବଂ ଅନେକ ଜିଲ୍ଲାରେ ନିଆଣ୍ଟିଆ ବର୍ଷା ମଧ୍ୟ ଦେଖାଦେଇଛି।ଗତ କିଛି ବର୍ଷ ହେବ ନିଆଣ୍ଟିଆ ବର୍ଷାର ପରିମାଣ ଅଧିକ ଦେଖା ଦେଇଛି।ଯେଉଁଥିପାଇଁ କୃଷି କାର୍ୟ୍ଯ ଅତ୍ୟଧିକ ମାତ୍ରାରେ ବାଧା ପ୍ରାପ୍ତ ହେଉଛି।

ଏହାଛଡା ଗୁଳୁଗୁଳି ଏବଂ ଗରମର ପରିମାଣ ମଧ୍ୟ ବୃଦ୍ଧି ପାଉଛି ଖରାର ପରିମାଣ ମଧ୍ୟ କାମୁନାହିଁ।ଯାହାର ପ୍ରଭାବରେ ଆଗକୁ ଦେଖ ଅସୁସ୍ଥ ହେବାର ମଧ୍ୟ ସମ୍ଭାବନା ରହିଛି ଏପରି କୃଷି କାର୍ଯ୍ୟ ତ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇସାରିଛି ଆଗକୁ ଯେଉଁ ବର୍ଷା ହେବ ଅଧିକାଂଶ ଜାଗାରେ କୃଷି କାର୍ଯ୍ୟ ଆଉ ଫଳପ୍ରଦ ହେବ ନାହିଁ।କାରଣ କୃଷି କାର୍ଯ୍ୟ ସାରିଲାଣି।ଏବଂ ଅଳ୍ପ କିଛି ସ୍ଥାନରେ ଯେଉଠରେ କୃଷି କାର୍ଯ୍ୟ ଚାଲୁଛି ସେହି ଏରିଆରେ କିଛିଟା ସୁଫଳ ମିଳିପାରେ କିନ୍ତୁ ଅଧିକାଂଶ ଏରିଆରେ ମିଳିବ ନାହିଁ।

କିନ୍ତୁ ସମ୍ଭାବ୍ୟ ବର୍ଷାକୁ ନେଇ କିଛି ଜିଲ୍ଲା ମାନଙ୍କରେ ୟେଲୋ ୱାର୍ଣ୍ଣି ଜରିକରାଯାଇଛି।ଯେଉଠରେ ପ୍ରବଳ ବର୍ଷା ହେବ।ଏବଂ ସାରା ଓଡ଼ିଶାରେ ବର୍ଷାର ପ୍ରଭାବ ଦେଖାଯିବ।ଅଧିକାଂଶ ଏରିଆରେ ପାଗ ମୁଖ୍ୟତଃ କୋହଲା ହେବା ସହିତ ହାଲ୍କା ଝିପି ଝିପି ବର୍ଷା ବା ତୁହାକୁ ତୁହା ବର୍ଷା ଲାଗି ରହିପାରେ।ବର୍ଷା ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଆହୁରି ବୃଦ୍ଧି ପାଇବ।

Leave a Reply

Your email address will not be published. Required fields are marked *