ଓଡ଼ିଆ ହିରୋ Babi ମିଶ୍ରଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ,ପଡୋଶୀ ଙ୍କୁ କହିଲେ ତତେ ବାଡ଼େଇକି ତୋ ସ୍ତ୍ରୀ କି ବାହା ହେବି ! କଣ ଏହାର ସତ୍ୟତା

Spread the love

ତେବେ ଆମେ ସମସ୍ତେ ଅଭିନେତା ବବି ମିଶ୍ରଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ପାଇଁ ନିଜକୁ ଓଡ଼ିଶାର ଘରେ ଘରେ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ମଧ୍ୟ ପସନ୍ଦ କରନ୍ତି।ସେ ଅନେକ ଦିନ ହେବ ନିଜକୁ କୌଣସି କାରଣରୁ ଅଭିନୟ ଜୀବନରୁ ଦୂରେଇ ରଖିଛନ୍ତି।ଏହା ସହିତ ସେ ଅନେକ ଫିଲ୍ମ ଓ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରି ସାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ବାସ୍ତବରେ ଅନେକ ମାତ୍ରାରେ ଆକର୍ଷଣୀୟ ହୋଇଥାଏ।

ତେବେ ସେ ବର୍ତ୍ତମାନ ଏକ କାରଣକୁ ନେଇ ଅନେକ ଚର୍ଚ୍ଚାରେ ଅଛନ୍ତି।ସୂଚନା ଅନୁସାରେ ତାଙ୍କର ପଡୋଶୀ ହେଉଛନ୍ତି ତପି ମିଶ୍ର।ଯିଏକି ଜଣେ ଫିଟନେସ ଟ୍ରେନର ଅଟନ୍ତି।ତେବେ ଅଭିନେତା ବବି ମିଶ୍ର ଓ ତାଙ୍କର ପଡୋଶୀ ତପି ମିଶ୍ରଙ୍କ ମଧ୍ୟରେ ଏକ ଛୋଟ କାରଣ ନେଇ କୌଣସି କଳହ ଆରମ୍ଭ ହୋଇଥିଲା।ଏହା ପରେ ଏହି କଳହ ଏତେ ଅଧିକ ବଢ଼ିଗଲା ଯେ ଏହା ଶେଷରେ ପୋଲିସ ଥାନା ପର୍ଯ୍ୟନ୍ତ ଚାଲି ଯାଇଥିଲା।

ଏହାପରେ ମଧ୍ୟ ଏହି ଘଟଣାର କୌଣସି ସମାଧାନର ରାସ୍ତା ବାହାରି ପାରି ନଥିଲା।ଯାହା ଫଳରେ ପୋଲିସ ଥାନାରେ ଶେଷରେ ଅଭିଯୋଗ ଦାଖଲ ହୋଇଥିଲା।ତେବେ ସୂଚନା ଅନୁସାରେ ଗାଡ଼ି ପାର୍କିଂକୁ ନେଇ ସେମାନଙ୍କ ମଧ୍ୟରେ କଳହ ହୋଇଥିଲା।ତେବେ ତାଙ୍କର ଓ ତାଙ୍କର ପଡୋଶୀଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଅନେକ ସମୟ ପର୍ଯ୍ୟନ୍ତ କଳହ ଚାଲିଥିଲା।

ତେବେ ତପି ମିଶ୍ର ଏହା ଅଭିଯୋଗ ଆଣିଥିଲେ କି ଅଭିନେତା ବବି ମିଶ୍ର ମଦ ପିଇବା ପରେ ତାଙ୍କର ଘରକୁ ଆସି ଅସଭ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କର ପତ୍ନୀଙ୍କ ସହିତ ଦୁର୍ବ୍ୟବହାର ମଧ୍ୟ କରିଥିଲେ।ତେବେ ଏହି ସମସ୍ତ ଅଭିଯୋଗକୁ ଅଭିନେତା ବବି ମିଶ୍ର ଖଣ୍ଡନ କରିଛନ୍ତି।

ସେ କହିଛନ୍ତି କି ତପି ମିଶ୍ର ଏପରି କହୁଛନ୍ତି କାରଣ ସେ ସମସ୍ତଙ୍କ ସମ୍ମୁଖକୁ ନିଜକୁ ଆଣିବାକୁ ପ୍ରୟାସ କରୁଛନ୍ତି।ସେଥିପାଇଁ ସେ ଏଭଳି ଭାବରେ ଏକ ମିଛ କେସ କରି ନିଜକୁ ଅଧିକ ପ୍ରସିଦ୍ଧ କରିବାକୁ ପ୍ରୟାସ କରୁଛନ୍ତି।ଏହା ସହିତ ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ତେବେ ଏହି ଘଟଣାର ସମାଧାନ କେବେ ହେଉଛି ଓ ଏହି ଘଟଣାର ମୋଡ଼ ଆଗକୁ କେଉଁଆଡେ ଯାଉଛି ଏହା ବର୍ତ୍ତମାନ ଦେଖିବାକୁ ବାକି ରହିଛି।

ତେବେ ତପି ମିଶ୍ରଙ୍କ କହିବା ଅନୁସାରେ ଅଭିନେତା ବବି ମିଶ୍ର ତାଙ୍କ ସହିତ ଅନେକ ଖରାପ ବ୍ୟବହାର କରିବା ସହିତ ଜଣେ ଡନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ନେଇ ତାଙ୍କୁ ଧାମକାଇବାକୁ ଲାଗିଥିଲେ ଯାହା ଫଳରେ ସେ ବାଧ୍ୟ ହୋଇ କାନୁନର ସାହାରା ନେଇଛନ୍ତି ବୋଲି କହିଛନ୍ତି।ଏହା ସହିତ ସେ କହିଛନ୍ତି କି ଅଭିନେତା ବବି ମିଶ୍ର ପ୍ରଚୁର ପିଇବା ପରେ ତାଙ୍କର ୩-୪ ଜଣ ସାଙ୍ଗଙ୍କ ସହିତ ଆସି ଏହି ଝଗଡ଼ା କରିଥିଲେ ଏହାପରେ ସେ ତାଙ୍କର ଘରକୁ ପଶିବାକୁ ପ୍ରୟାସ ମଧ୍ୟ କରିଛନ୍ତି ବୋଲି ଅଭିଯୋଗ ଆଣିଥିଲେ ତପି ମିଶ୍ର।

Leave a Reply

Your email address will not be published. Required fields are marked *