Raipur ରୁ ଓଡିଶା ଫେରୁଥିବା ବେଳେ ସେଦିନ କାଳରାତ୍ରି ର ଘଟଣା ଶୁଣିଲେ ଛାତିରେ ଆପଣଙ୍କର ଛନକା ପଶିଯିବେ,ଅନ୍ଧାର କୁ ବାହାରିବା ପାଇଁ ଡରିବେ ଆପଣ

Spread the love

ତେବେ ଆମେ ପ୍ରତିଦିନ ଖବରକାଗଜରେ ଅନେକ ଭୌତିକ କଥା ଶୁଣିଥିବା ଆମେ ବର୍ତ୍ତମାନ ଏହି ପରି ଏକ ଭୌତିକ କଥା ସମ୍ପର୍କରେ ଆଲୋଚନା କରିବା।ତେବେ ସୂଚନା ଅନୁସାରେ ମୋହନ ନାମକ ଜଣେ ବ୍ୟକ୍ତି ନିଜର ମାମୁଙ୍କ ସହ ଏକ ଟ୍ରକରେ ଡ଼୍ରାଇଭର କାର୍ଯ୍ୟ କରୁଥିଲା।ସେ ଦିନେ କୌଣସି କାର୍ଯ୍ୟ ପାଇଁ ରାୟପୁର ଯାଇଥିଲେ।ଏହାପରେ ସେମାନେ ରାୟପୁରରୁ ଫେରିବା ସମୟରେ ତାଙ୍କର ମାମୁଁଙ୍କ ସହିତ ସେ ଏକ ଟ୍ରକ ଚଳାଉ ଥିଲେ।

ତାଙ୍କର ମାମୁଁ କିଛି ସମୟ ପରେ ଟ୍ରକ ଚଳାଇବା ପରେ ତାଙ୍କୁ ଟ୍ରକ ଚଳାଇବାକୁ କହି ନିଜେ ଶୋଇଗଲେ।ଏହା ପରେ ସେ ନିଜେ ଗାଡ଼ି ଚାଲିବା ଆରମ୍ଭ କଲେ।କିଛି ସମୟ ଗାଡ଼ି ଚଳାଇବା ପରେ ସେ ଦେଖିଲେ କି ରାସ୍ତା ଉପରେ ଏକ ଟ୍ରକ ଛିଡା ହୋଇଛି।

ଏହାପରେ ସେ ଭାବିଲେ କି ଲୋକମାନେ ମଧ୍ୟ କେତେ ଖରାପ ହୋଇ ଗଲେଣି କି ଏକ ଗାଡ଼ିକୁ ଏପରି ଭାବରେ ରାସ୍ତା ମଝିରେ ଛାଡ଼ି ଚାଲି ଯାଉଛନ୍ତି।ଏହାପରେ ସେ ଦେଖିଲେ କି କିଛି ଲୋକ ତାଙ୍କ ଟ୍ରକ ଆଗରେ ଠିଆ ହୋଇଛନ୍ତି।ଏହାପରେ ସେ ସେମାନଙ୍କୁ କହିଲେ କି ରାସ୍ତାରୁ ହଟି ଯିବା ପାଇଁ।ଏହାପରେ ସେ ଦେଖିଲେ କି ସେମାନେ ତାଙ୍କର କଥା ଶୁଣୁ ନାହାନ୍ତି।

ସେହିପରି ଭାବରେ ସେମାନେ ରାସ୍ତାରେ ଛିଡା ହୋଇ ରହିଛନ୍ତି।ଏହାପରେ ସେ ଦେଖିଲେ କି ସେମାନେ ରାସ୍ତାରୁ ହଟୁ ନାହାନ୍ତି।ଶେଷରେ ସେ ସେମାନଙ୍କୁ ଅଧିକ ବଡ଼ ପାଟିରେ କହିଲେ ରାସ୍ତାରୁ ଉଠିବା ପାଇଁ।ଏହାପରେ ତାଙ୍କର ମାମୁଁ ମଧ୍ୟ ନିଦରୁ ଉଠି ଯାଇଥିଲେ।ସେ ପଚାରିଲେ କି କଣ ପାଇଁ ଏତେ ବଡ ପାଟି କରୁଚୁ।ସେ କହିଲେ କି ଦେଖୁନ ଲୋକମାନେ କିପରି ଭାବରେ ରାସ୍ତାରେ ଛିଡ଼ା ହୋଇଛନ୍ତି।

ଏହାପରେ ତାଙ୍କର ମାମୁଁ କହିଲେ କି କେଉଁଠି।ସେ ଯେତେବେଳେ ଦେଖିଲେ ସେଠାରେ ଆଉ କେହି ମଧ୍ୟ ନଥିଲେ।ଏହାପରେ ସେ ପୁଣି ଗାଡ଼ି ଚଳାଇବାକୁ ଲାଗିଲେ।ପୁଣି କିଛି ବାଟ ଯିବା ପରେ ସେ ଦେଖିଲେ କି ଆଉ କିଛି ଲୋକ ରାସ୍ତା ମଝିରେ ସେହିପରି ଭାବରେ ଛିଡା ହୋଇଛନ୍ତି।ଏହାପରେ ସେ ସେମାନଙ୍କୁ ପୁଣି ରାସ୍ତାରୁ ଉଠିବା ପାଇଁ କହିଲେସେ ଯେତେବେଳେ ସେମାନଙ୍କ ପାଖକୁ ଯାଇଛନ୍ତି ସେ ଦେଖିଲେ କି ସେମାନେ କେଉଁଆଡେ ଧୂଆଁ ହୋଇଗଲେ।

ଏହାପରେ ସେ ତାଙ୍କର ମାମୁଁଙ୍କୁ ଡାକିବା ପାଇଁ ଯାଇଛନ୍ତି ସେ ଦେଖିଲେ କି ତାଙ୍କର ମାମୁଁଙ୍କ ମୁଣ୍ଡ ଉପରେ କେହି ଜଣେ ବସିଛି।ଏହାପରେ ସେ ମଧ୍ୟ ଅଚାନକ ବେହୋସ ହୋଇଗଲେ।କିଛି ସମୟ ପରେ ଯେତେବେଳେ ତାଙ୍କର ଚେତା ଫେରିଲା ସେ ସାଙ୍ଗେ ସାଙ୍ଗେ ଗାଡ଼ି ଚଳାଇବା ଆରମ୍ଭ କଲେ।ଏହାପରେ ସେ କିଛି ରାସ୍ତା ଯିବାପରେ ରାସ୍ତାରେ ଏକ ଶିବ ମନ୍ଦିର ପଡ଼ିଲା।

ସେ ସାଙ୍ଗେ ସାଙ୍ଗେ ସେଠାକୁ ଯାଇ ନିଜର ମାମୁଁଙ୍କ ମୁହଁରେ ପାଣି ପକାଇ ତାଙ୍କୁ ଉଠାଇଲେ।ଏହାପରେ ସେ କାନ୍ଦିବାକୁ ଲାଗିଲେ।ତାଙ୍କର ମାମୁଁ ତାଙ୍କୁ ପଚାରିଲେ କି କାନ୍ଦୁଛୁ କଣ ପାଇଁ।ଏହାପରେ ସେ ଯାହା ଯାହା ହୋଇଥିଲା ସେ ସମସ୍ତ କଥା କହିଲେ।ଏହାପରେ ସେ ତାଙ୍କୁ ସୋଇଯିବାରୁ କହିଲେ।ଏହାପରେ ମୋହନ ଆଉ କେବେ ମଧ୍ୟ ତାଙ୍କର ମାମୁଁଙ୍କ ସହ ଆଉ କେଉଁଆଡେ ମଧ୍ୟ ଗଲେ ନାହିଁ।ଏହାକୁ କେବଳ ଏକ ଗଳ୍ପ ଆକାର ରେ ଗ୍ରହଣ ଆକରିବା ପାଇଁ ଅନୁରୋଧ ଆମେ କୌଣସି ଭୁତ ପ୍ରେତ ରେ ବିଶ୍ୱାସ କରୁ ନାହୁଁ

Leave a Reply

Your email address will not be published. Required fields are marked *