ପାଣିପାଗ ର ବଡ ଖବର: ଆସୁଛି ଆଉ ଏକ ବଡ ଲଘୁଚାପ – ୨୧ ତାରିଖ ରୁ ଏହି ଅଂଚଳ ମାନଙ୍କରେ ପ୍ରବଳ ବରଷିବ – ଦେଖନ୍ତୁ କେଉଁ ଜିଲ୍ଲା ସାମିଲ ଅଛନ୍ତି..

Spread the love

ତେବେ ଏହି କିଛି ସମୟ ପୂର୍ବରୁ ପାଣିପାଗ ପକ୍ଷରୁ ଏକ ଖବର ପ୍ରକାଶିତ ହୋଇଛି।ଯେଉଁଥିରେ ସୂଚନା ଦିଆ ଯାଇଛି କି ଆଗକୁ ପୁଣି ଏକ ଲଘୁଚାପ ଆସୁଛି।ଏହି ଲଘୁଚାପ ଓଡ଼ିଶାରେ ୨୧ ତାରିଖ ସୁଦ୍ଧା ପହଞ୍ଚିବ ବୋଲି ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି।ଏହା ସହିତ ପାଣିପାଗ ପକ୍ଷରୁ ଏହା ମଧ୍ୟ କୁହାଯାଇଛି କି ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଯାଉଛି।ଏହା ସହିତ ପାଣିପାଗ ବିଭାଗ ଜନସାଧାରଣଙ୍କୁ ସଚେତନ ରହିବା ପାଇଁ ଆଗୁଆ ସଚେତନ କରିଛି।

ତେବେ ରାଜ୍ୟର ସମୁଦାୟ ଅଂଶର ୧୭ ପ୍ରତିଶତରେ ବର୍ଷା ହୋଇଛି।ଏହା ସହିତ ରାଜ୍ୟରେ ବର୍ତ୍ତମାନ ଆଶା ଅନୁସାରେ ବର୍ଷା ହେଉନାହିଁ ଯାହା ଫଳରେ ଅନେକ ଚାଷୀ ମାନେ ହଇରାଣ ହେଉଛନ୍ତି।ତେବେ ଏହା ପୂର୍ବରୁ ଯେଉଁ ମୌସୁମୀ ଆସିଥିଲା ସେଥିରେ ମଧ୍ୟ ଆଶା ଅନୁସାରେ ବର୍ଷା ହୋଇ ନଥିଲା।ଫଳରେ ରାଜ୍ୟରେ ବର୍ତ୍ତମାନ ବର୍ଷାର ଅଭାବ ଦେଖାଯାଉଛି।ଯାହା କୃଷି କାର୍ଯ୍ୟପାଇଁ ଅନେକ ବାଧା ଉତ୍ପନ୍ନ କରିପାରେ।

ତେବେ ବର୍ତ୍ତମାନ ସମସ୍ତେ ଆଶା କରୁଛନ୍ତି କି ଏହି ମୌସୁମୀ ବାୟୁ ଉପଯୁକ୍ତ ବର୍ଷା କରିବ।ଆମେରିକାର ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର- ପଶ୍ଚିମ ବଙ୍ଗୋପ ସାଗରରେ ଆସନ୍ତା ୨୧-୨୨ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।ଯାହା ଫଳରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ତେବେ ଭାରତୀୟ ପାଣିପାଗ ବିଭାଗ ଏବେ ପର୍ଯ୍ୟନ୍ତ ଏହି ଲଘୁଚାପ ସମ୍ପର୍କରେ କିଛି ନିର୍ଦ୍ଧିଷ୍ଟ ସୂଚନା ଦେଇନାହିଁ।

ତେବେ ଭାରତୀୟ ପାଣିପାଗ ବିଭାଗ କେବଳ ପୂର୍ବାନୁମାନ କରିଛି କି କେବଳ ଉପକୂଳବର୍ତ୍ତୀ ଦକ୍ଷିଣ-ପଶ୍ଚିମ ସୀମାନ୍ତ ଅଞ୍ଚଳର କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି।ଏହା ସହିତ ଆସନ୍ତା ୨୩-୨୯ ତାରିଖ ମଧ୍ୟରେ ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି।ବିଶେଷ କରି ଉତ୍ତର ଉପକୂଳ ଓ ଉତ୍ତର ଅଭ୍ୟନ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କେତେକ ସ୍ଥାନରେ ଅଧିକ ବର୍ଷା ହୋଇପାରେ ସେଥିପାଇଁ ଜନସାଧାରଣଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆ ଯାଇଛି।ଏହାର ପର ସପ୍ତାହରେ ଅର୍ଥାତ ୩୦ ଜୁଲାଇରୁ ୫ ଅଗଷ୍ଟ ପର୍ଯ୍ୟନ୍ତ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।୬ ଅଗଷ୍ଟରୁ ୧୨ ଅଗଷ୍ଟ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ସମ୍ପୂର୍ଣ୍ଣ ରୂପରେ କମିଯିବ।

କେବଳ କେତେକ ଅଳ୍ପ ଜାଗାରେ ବର୍ଷା ହୋଇପାରେ।ଶୁକ୍ରବାର ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ହେବାର ସମ୍ଭାବନା ରହିଛି।୧୮ ଓ ୧୯ ତାରିଖରେ ଘଡ଼ଘଡ଼ି ସହିତ ବର୍ଷାର ପରିମାଣ ବଢିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।ଏହା ସହିତ ଆଜି ମଧ୍ୟ କେତେକ ସ୍ଥାନରେ ସ୍ଵଳ୍ପ ବର୍ଷା ହୋଇଥିବାର ଦେଖିବାକୁ ମିଳିଥିଲା।

ତେବେ ପାଣିପାଗ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଛି।ଏହା ସହିତ ଆବଶ୍ୟକୀୟ ସାମଗ୍ରୀ ପାଖରେ ମହଜୁଦ ରଖିବା ପାଇଁ ମଧ୍ୟ କୁହାଯାଇଛି।ଆବଶ୍ୟକ ପଡିଲେ ବାତ୍ୟା ଆଶ୍ରୟ ସ୍ଥଳୀରେ ରହିବାକୁ ପରାମର୍ଶ ଦିଆ ଯାଇଛି।

Leave a Reply

Your email address will not be published. Required fields are marked *