ଆସିଗଲା ଅଙ୍ଗନବାଡ଼ି ଚାକିରୀ – ଏବେ ଏପରି ଭାବେ ମିଳିବ ଅଙ୍ଗନବାଡ଼ି ଚାକିରୀ ଓ ମିଳିବ ଏତେ ହଜାର ଟଙ୍କା ଦରମା – କିପରି ଆବେଦନ କରିବେ ଜାଣିରଖନ୍ତୁ

Spread the love

ସାଙ୍ଗମାନେ ବର୍ତ୍ତମାନ ଓଡ଼ିଶାରେ ଅଙ୍ଗନବାଡ଼ି ଚାକିରୀ ଆସିଯାଇଛି।ଯେଉଁମାନଙ୍କର ଏଥିପାଇଁ ଆବେଦନ କରିବା ପାଇଁ ଇଚ୍ଛା ଅଛି ଓ ସେମାନେ କେଉଁ ୱେବସାଇଟରୁ ଆବେଦନ କରିବେ,ଆପଣଙ୍କ ଗାଁରେ ପୋଷ୍ଟ ଖାଲି ରହିଛି ନା ନାହିଁ,ଆପଣଙ୍କୁ କେତେ ଟଙ୍କା ଦରମା ମିଳିବ ଓ ଏଥିପାଇଁ କେଉଁ ଡକ୍ୟୁମେଣ୍ଟ ସବୁ ଦରକାର ତାହା ମୁଁ ଆଜି କହିବି।ଏଥିପାଇଁ ଆପଣ ନିଜ ମୋବାଇଲରେ କ୍ରୋମ ବ୍ରାଉଜର ଖୋଲିବାକୁ ପଡ଼ିବ।ସେଠାରେ  http://engagement-awc.odisha.gov.in/landing ୱେବସାଇଟକୁ ଯାଇ ଅଙ୍ଗନବାଡ଼ି ଜବ ଉପରେ କ୍ଲିକ କରନ୍ତୁ।ସେଠାରେ ସବିଶେଷ ବିବରଣୀ ଦିଆଯାଇଛି ଯେ କେଉଁମାନେ ଏଥିପାଇଁ ଆବେଦନ କରିପାରିବେ ଓ ସେମାନଙ୍କ ଯୋଗ୍ୟତା ଓ ସମସ୍ତ ଜିନିଷ ଅଛି।

ଆବେଦନକାରୀ ସେହି ଅଞ୍ଚଳର ହୋଇଥିବା ଆବଶ୍ୟକ।ତାଙ୍କ ବୟସ ୧୮ ରୁ ୪୨ ବର୍ଷ ଭିତରେ ହୋଇଥିବା ଆବଶ୍ୟକ।ସେ ଦଶମ ପାସ କରିଥିବା ଆବଶ୍ୟକ ଓ ଯଦି ସେ +୨ ବା +୩ ପାସ କରିଥାନ୍ତି ତ ତାଙ୍କୁ ଏଥିପାଇଁ ଗ୍ରେସ ମିଳିବ।ଯେଉଁମାନେ ବିକଳାଙ୍ଗ,ବିଧବା ଓ ୩୫ ବର୍ଷରୁ ଉର୍ଦ୍ଧ ହୋଇଥାନ୍ତି ସେମାନଙ୍କୁ ମଧ୍ୟ ଗ୍ରେସ ମିଳିବ।ଏଥିରେ ୭୫୦୦ ଟଙ୍କା ଦରମା ଭାବରେ ମିଳିବ।ଆବେଦନ ତାରିଖ ଆରମ୍ଭ ହୋଇଯାଇଛି ଓ ଏହାର ଶେଷ ତାରିଖ ରହିଛି ୧୪/୭/୨୦୨୧।ଏଥିପାଇଁ ଦଶମ ସାର୍ଟିଫିକେଟ,+୨ ଓ +୩ ସାର୍ଟିଫିକେଟ ରେଶିଡେଣ୍ଟ ସାର୍ଟିଫିକେଟ, କାଷ୍ଟ ସାର୍ଟିଫିକେଟ ଆଦି ଆବଶ୍ୟକ।ଯଦି ସେ ବିକଳାଙ୍ଗ ହୋଇଥିବେ ତ ତାହାର ମଧ୍ୟ ପ୍ରମାଣ ପତ୍ର ଆବଶ୍ୟକ।

ଆପଣ ଆପଣଙ୍କ ସ୍ଥାନରେ କେତୋଟି ପୋଷ୍ଟ ଖାଲି ତାହା କିପରି ଜାଣିପାରିବେ ଆସନ୍ତୁ ଆଲୋଚନା କରିବା।ଆପଣ ସେଠାରେ ଚେକ ପୋଷ୍ଟ ଥିବା ଆଇକନ ଉପରେ କ୍ଲିକ କରି ଦେଖିପାରିବେ।ଆପଣ ସେଠାରେ ନିଜ ଜିଲ୍ଲା ଓ ବ୍ଲକ ଆଦି ଦର୍ଶାଇ ନିଜ ଅଞ୍ଚଳରେ କେତୋଟି ପୋଷ୍ଟ ଖାଲି ଅଛି ତାହା ଜାଣିପାରିବେ।ଆପଣ ସେଠାରେ ଥିବା ପିଡିଏଫକୁ ଡାଉନଲୋଡ କରି ସବିଶେଷ ତଥ୍ୟ ଜାଣିପାରିବେ।ସେଠାରେ ସମସ୍ତ ଜିନିଷ ଆଗରୁ ଲେଖା ଯାଇଥିବ।ଆପଣ ମାନଙ୍କ ହିତ ପାଇଁ ଜଣାଇ ଦେଉଚି ଯେ ଏହି ପଦବୀ ସମ୍ପୂର୍ଣ୍ଣ ଅସ୍ଥାୟୀ ଓ ସାନ୍ତ୍ୱନା ମୂଳକ ଅଟେ।ଆପଣ ଏହାର ଆବେଦନ ୧୪ ଜୁଲାଇ ପର୍ଯ୍ୟନ୍ତ କରିପାରିବେ।ଜୁଲାଇ ୧୬ ତାରିଖରେ ଆପଣଙ୍କ ସମସ୍ତ ଡକ୍ୟୁମେଣ୍ଟ ମାନଙ୍କର ଯାଞ୍ଚ କରାଯିବ।

ଏହାପରେ ସମସ୍ତ ଆବେଦନକାରି ମାନଙ୍କ ଡକ୍ୟୁମେଣ୍ଟ ନିକଟସ୍ତ ଅଫିସରେ ଯାଞ୍ଚ କରାଯିବ।ଆପଣ ସେହି ଅଞ୍ଚଳର ବାସିନ୍ଦା ହୋଇଥିବା ନିହାତି ଆବଶ୍ୟକ।ଯଦି ପ୍ରାର୍ଥୀ ଦିବ୍ୟଙ୍ଗ ବା ବିଧବା ହୋଇଥିବେ ଓ ତା ସହିତ ୩୫ ବର୍ଷରୁ ଉର୍ଦ୍ଧ ହୋଇଥିବେ ସେମାନଙ୍କୁ ସେଠାରେ ଥିବା କ୍ଷମତା ପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ସୁବିଧା ପ୍ରଦାନ କରାଯିବ।ଆପଣ ଦରଖାସ୍ତ ସହିତ ସମସ୍ତ ଡକ୍ୟୁମେଣ୍ଟ ମାନଙ୍କର ଏକ ନକଲ ମଧ୍ୟ ନେଇକି ଯିବେ।

Leave a Reply

Your email address will not be published. Required fields are marked *