ବଡ଼ ଦୁଃଖ ଖବର – କରୋନା ରେ ଜୀବନ ହାରିସାରିଛନ୍ତି ଏହି ବଡ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ – ସାର ରାଜ୍ୟରେ ଶୋକର ଲହଡି ହେଇଥିଲା..

Spread the love

ଜନ୍ମ ଓ ମୃତ୍ୟୁ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଅପରିହାର୍ଯ୍ୟ ଅଙ୍ଗ ଅଟେ।ତେବେ ଆମ ସମ୍ମୁଖରେ କେତେବେଳେ ମୃତ୍ୟୁ ଆସି ପହଞ୍ଚି ଯିବ ତାହାର କେହି ମଧ୍ୟ ପୂର୍ବାନୁମାନ କରି ପାରିବେ ନାହିଁ।ତେବେ ଏହିଭଳି ଏକ ଦୁଃଖଦ ଘଟଣା ଏବେ ସମ୍ପୂର୍ଣ୍ଣ ଓଲିଉଡ ଜଗତରେ ଶୋକର ଛାୟା ଖେଳାଇ ଦେଇଛି।ତେବେ ଏବେ ଆସୁଥିବା ଖବର ଅନୁସାରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଘୋଷାଲଙ୍କର ପରଲୋକ ହୋଇଯାଇଛି।ଯାହା ଫଳରେ ସମ୍ପୂର୍ଣ୍ଣ ଓଲିଉଡ ଜଗତରେ ବର୍ତ୍ତମାନ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ଶାନ୍ତିରାଜ ଅନେକ ବଡ଼ ବଡ଼ ଫିଲ୍ମରେ ନିଜର ସଙ୍ଗିତ ନିର୍ଦ୍ଦେଶନା ଦେଇ ସାରିଛନ୍ତି।ତେବେ।ସେହି ସବୁ ଫିଲ୍ମ ଗୁଡ଼ିକ ହେଉଛି ଡନ, କେଉଁ ଦୁନିଆରୁ ଆସିଲ ବନ୍ଧୁ, ମତେ ଆଣିଦେଲ ଲକ୍ଷେ ଫଗୁଣ, ଏ ସି ପି ରଣବିର, ମୁଁ ସପନର ସୌଦାଗର, ତୋର ମୋର ଯୋଡ଼ି ସୁନ୍ଦର,ବାଇଶି ପାହାଚେ ଖେଳିବ ମୀନ ଭଳି ସୁପରହିଟ ଚଳଚ୍ଚିତ୍ର ମାନଙ୍କରେ ନିଜର ସଙ୍ଗୀତ ନିର୍ଦ୍ଦେଶନା ଦେଇ ସାରିଛନ୍ତି।ଏହା ସହିତ ସେ ଅନେକ ଫିଲ୍ମରେ ନିଜର ଦକ୍ଷତାର ପ୍ରମାଣ ଦେଇସାରିଛନ୍ତି।ତେବେ ଏହି ସମସ୍ତ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିବା ସଙ୍ଗୀତ ଗୁଡ଼ିକ ଅନେକ ଲୋକପ୍ରିୟ ହୋଇ ପାରିଥିଲା।

ଶାନ୍ତିରାଜ ଘୋଷଲ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହିତ ସେ ଜଣେ ସଂଗୀତଜ୍ଞ ମଧ୍ୟ ଥିଲେ।ସେ ପଚାଶ ବର୍ଷରେ ପାଦ ଦେଲାପରେ ମୃତ୍ୟୁ ବରଣ କରିଛନ୍ତି।ତେବେ ଗତ ମେ୨୨ ରେ ସେ କୋଭିଡ ସଂକ୍ରମିତ ବୋଲି ଚିହ୍ନଟ ହୋଇଥିଲେ।ଚିହ୍ନଟ ହେବା ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥିତ କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ତେବେ ତାଙ୍କର ଅବସ୍ଥାରେ ଉନ୍ନତି ହେବାରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା।କିନ୍ତୁ ଆଜି ତାଙ୍କର ଶରୀର ଅଧିକ ଖରାପ ହେବାରୁ ତାଙ୍କୁ ଆଜି ପୁଣି କଟକ ବଡ଼ ମେଡ଼ିକାଲ ନିଆ ଯାଉଥିଲା।

ଯିବା ମାର୍ଗରେ ହିଁ ସେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।ତାଙ୍କର ପରିବାର ଲୋକ ଏହା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ସେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହିତ ଅତି ସୁନ୍ଦର ଗୀତ ମଧ୍ୟ ଗାଇ ଥାଆନ୍ତି।ତେବେ ତାଙ୍କର ଘର କଟକ ଠାରେ ଅବସ୍ତିତ।ସେ ନିଜର ନିର୍ଦ୍ଦେଶନା ମାଧ୍ୟମରେ ଅନେକ ସମ୍ମାନ ଅର୍ଜନ କରିଛନ୍ତି।ତେବେ ଶାନ୍ତିରାଜ ଥିଲେ ପ୍ରେମାନନ୍ଦଙ୍କର ଜଣେ ଭଲ ସହଯୋଗୀ।ଫଳରେ ତାଙ୍କର ଏପରି ବିୟୋଗରେ ପ୍ରେମାନନ୍ଦ ଦୁଃଖ ପ୍ରକାଶ କରିଛନ୍ତି।ତାଙ୍କ ସହିତ ଓଲିଉଡର ଅନେକ ଅଭିନେତା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

ଆଲବମ ହେଉ ଅଥବା ଭଜନ ସେ ସମସ୍ତ ସଙ୍ଗୀତ କ୍ଷେତ୍ରରେ ନିଜର ଦକ୍ଷତା ଦେଖାଇ ପାରିଥିଲେ।ଏହା ସହିତ ସେ ନିଜର ନିର୍ଦ୍ଦେଶନା ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଥିଲେ।ତେବେ ତାଙ୍କର ଏଭଳି ଅଚାନକ ବିୟୋଗରେ ଓଲିଉଡ ଜଗତରେ ବର୍ତ୍ତମାନ ଶୋକର ଛାୟା ଖେଳି ଯାଇଛି।ଏହା ସହିତ ଆମେ ଭଗବାନଙ୍କ ନିକଟରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଗୁହାରି କରିବା ସହିତ ତାଙ୍କର ପରିବାରକୁ ଏଭଳି ସମୟରେ ଶକ୍ତି ଦେବା ପାଇଁ ପ୍ରାର୍ଥନା କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *