ପାଣିପାଗ ବିଭାଗର ସତର୍କ ସୂଚନା ,ଏହି ସପ୍ତାହ ଯାକ ପ୍ରବଳ ରୁ ଅତି ପ୍ରବଳ ବର୍ଷିବ,ଆଜିଠୁ ଏହି ଜିଲ୍ଲାଗୁଡିକରେ ନିସ୍ତାର ନାହିଁ – ପାଣିପାଗ ବିଶେଷଜ୍ଞନ Mrutyunjaya ମିଶ୍ର

Spread the love

ସପ୍ତାହ ପର୍ଯ୍ୟନ୍ତ ଓଡ଼ିଆରେ ପ୍ରବଳ ବର୍ଷିବ,କାରଣ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହି ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ ଯାହାର ପ୍ରଭାବରେ ଉତ୍ତର ପୂର୍ଵ ଓଡ଼ିଆ ଓ ଅଭ୍ୟନ୍ତରଣ ଓଡ଼ିଆରେ ପ୍ରବଳ ବର୍ଷା ସହିତ ଘଡ଼ଘଡିର ସମ୍ଭାବନା ରହିଛି।ପ୍ରବଳ ବର୍ଷା ସମ୍ଭାବନା ଥିବା ମାଲକାନଗିରି, କୋରାପୁଟ, ରାଜଗଡା ,ଗଜପତି ,ଓ ପୁରୀ ଜିଲ୍ଲାକୁ ୟେଲୋ ୱାନିଙ୍ଗ ଜାରିକରାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଆସନ୍ତା କାଲି ଓ ସାତ ତାରିଖରେ ଓଡିଶାରେ କେତେକ ଜାଗାରେ ଅତି ପ୍ରବଳ ବର୍ଷା ସହ ବିଜୁଳିର ସମ୍ଭାବନା ରହିଛି ଓ ଅନେକ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।ଆସନ୍ତା କାଲି ୬ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି ଓ ୭ ତାରିଖରେ ଅନେକ ଜିଲ୍ଲାରେ ବର୍ଷାର ପରିମାଣ ରହିବ ବୋଲି ୟେଲୋ ୱାରନିଙ୍ଗ ଜାରି କରାଯାଇଛି।

ଲଘୁଚାପ ପ୍ରଭାବରେ ପବନର ବେଗ ୪୦-୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ମାଛ ଧରାଳି ମାନଙ୍କୁ ସୁମୁଦ୍ରକୁ ଯିବାକୁ ବାରଣ କରାଯାଇଛି।ଜୁନ ୧ ରୁ ଏବେ ପର୍ଯ୍ୟନ୍ତ ଓଡିଶାରେ ୬୮୧.୯ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି।ଏହି ସମୟରେ ସ୍ବଭାବିକ ବର୍ଷାର ପରିମାଣ ୯୭୪.୬ ମିଲିମିଟର ରହିଥାଏ।

ରାଜ୍ୟରେ ୩୦% କମ ବର୍ଷା ହୋଇଛି ଏହା ସହ ୨୫ ଜିଲ୍ଲାରେ ସ୍ବଭାବିକ ଠାରୁ କମ ବର୍ଷା ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ସର୍ବାଧିକ ୫୫% କମ ବର୍ଷା ହୋଇଛି।ସେହିପରି ଭଦ୍ରକରେ ୪୯%, ବଲାଙ୍ଗୀରରେ ୪୫ ଏହା ସହ ଝାଡ଼ସୁଗୁଡା ଓ ଅନୁଗୁଳରେ ୪୧% କମ ବର୍ଷା ହୋଇଥିବା ଜଣାପଡିଛି କିନ୍ତୁ କାଲିଠୁ ପ୍ରବଳ ବର୍ଷା ଓ ସବୁଠୁ ବଡ଼ କଥା ହେଉଛି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ ଯାହା ଦ୍ୱାରା ମରୁଡିର ଆଶଙ୍କା କମିଯିବ।ପାଣିପାଗ ବିଭାଗର ବିଶେଷଜ୍ଞ ଉମାସଙ୍କର ଦାସ କହିଛନ୍ତି,

ଯେବେ କୌଣସି ଲଘୁଚାପ ହୋଇଥାଏ ଏହାର ପ୍ରଭାବ ଦୁଇ ଦିନ ପର୍ଯ୍ୟନ୍ତ ରହିଥାଏ ଯଦି ଲଘୁଚାପ ଅଧିକ ବଡ଼ ହୋଇଥାଏ ତେବେ ଏହାର ପ୍ରଭାବ ତିନିଦିନ ପର୍ଯ୍ୟନ୍ତ ରହିପାରେ।ଏବେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ଦେଖାଯାଇଛି ଜାହାର ପ୍ରଭାବରେ ଆଜି ଓଡିଶାରେ କିଛି ଉପକୂଳ ଅଞ୍ଚଳରେ ବର୍ଷା ହେବ।

ଏହା ସହ ଆସନ୍ତା କାଲି ବର୍ଷାରେ ପରିମାଣ ସର୍ବାଧିକ ରହିବ ଓ ୭ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବ।ଏହି ବର୍ଷା ସେହି ଜିଲ୍ଲାରେ ସହାୟକ ହେବ ଯେଉଁଠି ଚାଷ କାମ ଆରମ୍ଭ ହୋଇସାରିଛି।ଯେଉଁଠି ଆରମ୍ଭ ହୋଇନି ସେମାନଙ୍କ ପାଇଁ ଅସୁବିଧା ହେବ କାରଣ ଏହି ବର୍ଷ ସେମାନଙ୍କ ଭରଣ କରିପାରିବନି ଓ ଅକ୍ଟୋବରରୁ ବର୍ଷାର ପରିମାଣ କମିଯିବ।ଏହା ସହ ସେପ୍ଟେମ୍ବର ୧୦-୧୩ ମଧ୍ୟରେ ଆଉଏକ ଲଘୁଚାପର ଅନୁମାନ କରାଯାଇଛି ଯାହା ସମୟକ୍ରମେ ଜଣାପଡିବ”।

Leave a Reply

Your email address will not be published. Required fields are marked *