ଦୁନିଆ ରୁ ବିଦାୟ ନେଲେ Bhadrak ପୁଅ Abishek ମହାପାତ୍ର,ଏପରି ଭାବେ ଝରୁଛି ତାଙ୍କ ସ୍ତ୍ରୀ ମୌସୁମୀ,ଏହି ବିଶେଷ କାରଣ ପାଇଁ ସାରା ଓଡ଼ିଶାରେ ରେ ଶୋକର ଛାୟା

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବବିଶେଷ ଖବର ଉପରେ ଆଲୋଚନା କରିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପାଇବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ମିଳିଥିବା ସୂଚନା ଅନୁସାରେ ଜୀବନ ଯୁଦ୍ଧରେ ଲଢେଇ କରି ହାରିଗଲେ ଅଭିଷେକ ମହାପାତ୍ର।ଦୀର୍ଘ ତିନି ମାସ କାଳ କଲିକତାରେ ଚିକିତ୍ସିତ ହେବା ପରେ ଶୁକ୍ରବାର ରାତିରେ ଆଖି ବୁଜିଛନ୍ତି ଅଭିଷେକ।

ତିନି ମାସ ମଧ୍ୟରେ ପ୍ରତି ସେକେଣ୍ଡରେ ସେ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ।ଆଉ ଏହି ସଂଘର୍ଷରେ ସାଥ ଦେଇଥିଲେ ନବ ବିବାହିତା ପତ୍ନୀ ମୈସୁମୀ।କରୋନାରେ ସ୍ୱମୀ ଆକ୍ରାନ୍ତ ହେବା ପୂର୍ବରୁ ଶେଷ ସମୟ ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତ୍ତରେ ଲଢେଇ କରିଛନ୍ତି ମୈସୁମୀ।କିନ୍ତୁ ନିଷ୍ଠୁର ନିୟତି ଆଗରେ ବେଶି ସମୟ ଲଢ଼ିପାରି ନାହାନ୍ତି ମୈସୁମୀ।

ବିବାହର ଚାରି ମାସ ପରେ ମୃତ୍ୟୁ ରୂପକ କାଳ ତାଙ୍କ ମଥାରୁ ସିନ୍ଦୁର ପୋଛି ଦେଇଛି।ମଇ ପାଞ୍ଚ ତାରିଖରେ ଭଦ୍ରକର ଅଭିଷେକଙ୍କ ହାତ ଧରିଥିଲେ ମୈସୁମୀ।ହୋମ ନିଆଁକୁ ସାକ୍ଷୀ ରଖି ଜୀବନ ସାରା ସାଥିରେ ରହିବାକୁ ନିଷ୍ପତ୍ତି ନେଇଥିଲେ।ଆଖିରେ ଥିଲା ଅସୁମାରୀ ଆଶା ଏବଂ ମନରେ ବସା ବାନ୍ଧିଥିଲା ନୂଆ ନୂଆ ସ୍ୱପ୍ନ।

କିନ୍ତୁ ବିବାହର ମାସକ ମଧ୍ୟରେ ବଦଳିଗଲା ସବୁ କିଛି।କରୋନାରେ ଆକ୍ରାନ୍ତ ହେଲେ ଅଭିଷେକ ଏବଂ ଏହା ପରଠାରୁ ମୈସୁମୀଙ୍କ ଜୀବନରେ ଆରମ୍ଭ ହେଲା ସବୁଠାରୁ କଠିନ ଅଧ୍ୟାୟ।କରୋନା ରୋଗରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ମୃତ୍ୟୁ ସହିତ ଲଢେଇ କରୁଥିଲେ ସ୍ୱମୀ।ଓ ଅନ୍ୟ ପଟେ ନିଜ ସିନ୍ଦୁରର ସୁରକ୍ଷା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ ପତ୍ନୀ ମୈସୁମୀ।

ଅଭିଷେକଙ୍କୁ ବଞ୍ଚିବାକୁ ହେଲେ ଇକମୋ ଚିକିତ୍ସାର ଅଵଶ୍ୟକତା ଅଛି।ଏବଂ ଏଥିପାଇଁ ତୁରନ୍ତ ତାଙ୍କୁ ଏୟାର ଲିଫ୍ଟ କରି କୋଲକାତା ନେବାକୁ ପରିବାର ଲୋକଙ୍କୁ କହିଥିଲେ ଡାକ୍ତର।କିନ୍ତୁ ଇକମୋ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଦରକାର।ଏହି କଥା ଜାଣିବା ପରେ ଅଭିଷେକଙ୍କ ପରିବାର ପାଦତଳୁ ମାଟି ଖସିଯାଇଥିଲା।

ଏତେ ଶୀଘ୍ର କେଉଁଠାରୁ ଏତେ ଟଙ୍କା ଆସିବ।କିଏ ବା କୋଟିଏ ଟଙ୍କା ଭରଷା କରି ଦେବ।ଏହିଭଳି ଏକ ଦ୍ୱନ୍ଦ ମଧ୍ୟରେ ଫସି ରହିଥିଲା ଅଭିଷେକଙ୍କ ଜୀବନ।କିନ୍ତୁ ଏଭଳି ସମୟରେ ସ୍ୱମୀ ଏବଂ ନିଜ ସିନ୍ଦୁରର ସୁରକ୍ଷା ପାଇଁ ଆଗେଇ ଆସିଥିଲେ ପତ୍ନୀ ମୈସୁମୀ।ଏଠିପାଇଁ ଓଡିଶା ବାସିଙ୍କ ସହଯୋଗ ଲୋଡିଥିଲେ ମୈସୁମୀ।ସିନ୍ଦୁରର ସୁରକ୍ଷା ପାଇଁ ସାଢେ ଚାରି କୋଟି ଓଡ଼ିଆଙ୍କ ନିକଟରେ ହାତ ପଠାଇଥିଲେ ମୈସୁମି।

ଆଖିରୁ ଲୁହ ଶୁଖୁ ନଥିଲା ଏବଂ ମନର କୋହ ଲୁହ ଆକାରରେ ବାହାରକୁ ଚାଲି ଆସୁଥିଲା।ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଅଭିଷେକଙ୍କୁ ବଞ୍ଚାଇବା ପାଇଁ ଆରମ୍ଭ ହୋଇଥିଲା ଅଭିଯାନ।ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତେ ଯେପରି ଆଭିଷେକଙ୍କ ଜୀବନ ବଞ୍ଚାଇବାପାଇଁ ଏକାଠି ହୋଇଯାଇଥିଲେ।

ଏହାପରେ ଅର୍ଥ ଯୋଗାଡ଼ ହେବା ପରେ ସେ କୋଲକାତା ଯାଇଥିଲେ।ଏହାପରେ ମୈସୁମୀ ଅନ୍ୟ ର୍କ ଭିଡିଓରେ ଅନ୍ୟ ମାନଙ୍କୁ ମଧ୍ୟ ଏହିପରି ସାହାଯ୍ୟ କରିବାପାଇଁ କହିଥିଲେ।କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା।ମୈସୁମୀଙ୍କୁ ଏକା କରି ଆର ପାରିକୁ ଚାଲିଗଲେ ଅଭିଷେକ।ତାଙ୍କୁ ଏବେ ଝୁରୁଛନ୍ତି ସ୍ତ୍ରୀ ମୌସୁମୀ ,ବାହାଘର କଣ ଜାଣିବା ଆଗରୁ ଲିଭିଗଲା ସିନ୍ଦୁର ଭାଙ୍ଗିଗଲା ଶଙ୍ଖା

Leave a Reply

Your email address will not be published. Required fields are marked *