ଓଡିଶାରେ ନିଯୁକ୍ତିର ନେଇ ବଡ ଖବର – ଓଡ଼ିଶାରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ନେଇ ଆସିଲା ଖବର – ଯୋଗ୍ୟତା କେବଳ +୨ ପାସ – ଦରମା ଜାଣି ରଖନ୍ତୁ ଏବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡିଶାରେ ଦୁଇଟି ନିଯୁକ୍ତି ବିଷୟରେ।ପ୍ରଥମରେ ରହୁଛି ପ୍ରାଇମେରି ସ୍କୁଲର ଶିକ୍ଷକନିଯୁକ୍ତି ଏବଂ ଏଥିପାଇଁ ଆପଣଙ୍କୁ କୌଣସି ପରୀକ୍ଷା କିମ୍ବା ପରୀକ୍ଷା ଫି ଦେବାକୁ ପଡିବ ନାହିଁ।ଏହା ପରେ ରହିଛି ସମସ୍ତେ ଏହାକୁ ମାଗଣାରେ ଅପ୍ଲାଇ କରିପାରିବେ।ଏହାପରେ ଦ୍ୱିତୀୟ ଅପଡେଟ ହେଉଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ନିଯୁକ୍ତି ଏଥିପାଇଁ ମଧ୍ୟ ଆପଣଙ୍କୁ କୌଣସି ପରୀକ୍ଷା କିମ୍ବା ଫି ଦେବାକୁ ପଡିବ ନାହିଁ।ଏହା ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ନିଯୁକ୍ତି ଗୁଡିକ ସମ୍ପର୍କରେ ଏବଂ କିପରି ଆପଣ ଏଥିପାଇଁ ଅପ୍ଲାଇ କରିବେ ଏହାର ସିଲେକ୍ସନ ପ୍ରୋସେସ କିପରି ରହିବ ଏହିସବୁ ବିଷୟରେ।

ତେବେ ପ୍ରଥମେ ଆସନ୍ତୁ ଜାଣିବା ଶିକ୍ଷକ ନିଯୁକ୍ତି ବିଷୟରେ।ଏହି ପୋଷ୍ଟ ଅଫିସ ଅଫ ଦ କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟ , ଓଡିଶା ସରକାରଙ୍କ ତରଫ ରୁ ରହୁଛି।ଟ୍ରାଇବାଲ ଭାଷା ପାଇଁ ଏହି ପୋଷ୍ଟ ରହିଅଛି।ଏବଂ ଏଥିରେ ଉଭୟ ପୁଅ ଏବଂ ଝିଅ ଅପ୍ଲାଇ କରିପାରିବେ।

ଏହାକୁ ଆପଣ ଅଫଲାଇନରେ ଅପ୍ଲାଇ କରିପାରିବେ ପୋଷ୍ଟାଲ ସାହାଯ୍ୟରେ।ଏହାକୁ ଆପଣ ୨୯ ଜୁନ ୨୦୨୧ରୁ ନେଇ ୨୬ ଜୁଲାଇ ୨୦୨୧ ମଧ୍ୟରେ ଅପ୍ଲାଇ କରି ପାରିବେ।ଏହି ନିଯୁକ୍ତିର ସ୍ଥାନ ହେଉଛି ରାୟଗଡା ଜିଲ୍ଲାରେ ରହିବ।ଏବେ ଆସନ୍ତୁ ଜାଣିବା ଏହି ପୋଷ୍ଟ ପାଇଁ ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ।

ଏହି ପୋଷ୍ଟ ପାଇଁ ପାର୍ଥି ନିଶ୍ଚିତ ଭାବରେ ଯୁକ୍ତ ଦୁଇ କଳା, ବିଜ୍ଞାନ କିମ୍ବା ବାଣିଜ୍ୟ ଯେକୌଣସି କ୍ଷେତ୍ରରେ ପାସ କରିଥିବା ଦରକାର।ଏବଂ ଯେଉଁମାନେ ଉପଯୁକ୍ତ ଯୋଗ୍ୟତା ସହିତ ଡିପ୍ଲୋମା ମଧ୍ୟ କରିଥିବେ ସେମାନେ ମଧ୍ୟ ଏହି ପୋଷ୍ଟ ପାଇଁ ଅପ୍ଲାଇ କରିପାରିବେ।

ଏହା ସହିତ ଯେଉଁ ପାର୍ଥି ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ରହିଥିବେ ସେମାନେ ଏଥିପାଇଁ ଅପ୍ଲାଇ କରିପାରିବେ।ଏହାର ଦରମା ୯୨୫୦ ଟଙ୍କା ପ୍ରତି ମାସ ରହିଛି।ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାର ଆପ୍ଲିକେସନ ଫି ଦେବାକୁ ପଡିବ ନାହିଁ।ଏହା ଆପଣଙ୍କ ମେରିଟ ଉପରେ କରାଯିବ ଏବଂ ଆପଣଙ୍କୁ ଏକ ନିପୁଣତା ପରୀକ୍ଷା ଦେବାକୁ ହେବ।ଏଥିରେ ଆପଣ ସୌରା ଏବଂ କୋଭି ଭାଷା କହି ଜାଣିଥିବା ଦରକାର।ଯଦି ଜାଣିଛନ୍ତି ତେବେ ଏଥିପାଇଁ ଅପ୍ଲାଇ କରନ୍ତୁ।

ଏବେ ଆସନ୍ତୁ ଜାଣିବା ଯେଉଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ପୋଷ୍ଟ ରହିଛି ତେବେ ସେଥିପାଇଁ ଆପଣଙ୍କୁ କେଉଁ ସବୁ ଯୋଗ୍ୟତା ଥିବା ଦରକାର।ଏହି ପୋଷ୍ଟର ନାମ ହେଉଛି ବ୍ଲକ ପ୍ରୋଗ୍ରାମ ମ୍ୟାନେଜର।ଏହାକୁ ଓଡିଶାର ସମସ୍ତ ପାର୍ଥି ଅପ୍ଲାଇ କରିପାରିବେ।ଏହାକୁ ଉଭୟ ମହିଳା ଏବଂ ପୁରୁଷ ଅପ୍ଲାଇ କରିପାରିବେ।ଏହାକୁ ମଧ୍ୟ ଆପଣ ଅଫଲାଇନ ଉପାୟରେ ପୋଷ୍ଟ ଅଫିସ ଜରିଆରେ ଅପ୍ଲାଇ କରିପାରିବେ।

ଏହାକୁ ଆପଣ ୧ ଜୁଲାଇ ୨୦୨୧ରୁ ନେଇ ୧୫ ଜୁଲାଇ ୨୦୨୧ ମଧ୍ୟରେ ଅପ୍ଲାଇ କରିପାରିବେ।ଏହି ପୋଷ୍ଟ ଗଞ୍ଜାମ ଜିଲ୍ଲାରେ ରହିଅଛି।ଏହି ପୋଷ୍ଟ ପାଇଁ ପାର୍ଥିର ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଦରକାର।ଏଥିପାଇଁ ମଧ୍ୟ ଆପଣଙ୍କୁ କୌଣସି ପରୀକ୍ଷା ଫି ଦେବାକୁ ପଡିବ ନାହିଁ।ଏହାର ଦରମା ୨୭୫୬୮ ଟଙ୍କା ପ୍ରତି ମାସ ରହିଛି।

ଏବେ ଆସନ୍ତୁ ଜାଣିବା ଏହି ପୋଷ୍ଟ ପାଇଁ ପାର୍ଥିର କଣ ଶିକ୍ଷାଗତ ଯୋଗ୍ୟତା ରହିଥିବା ଦରକାର।ଏହି ପୋଷ୍ଟ ପାଇଁ ଅତି କମରେ ୫୫% ପ୍ରତିଶତ ମାର୍କ ରଖି ପୋଷ୍ଟ ଗ୍ରାଜୁଏସନ କରିଥିବେ ସେମାନେ ଏହି ପୋଷ୍ଟ ପାଇଁ ଅପ୍ଲାଇ କରିପାରିବେ ଏବଂ ଏହା ସହିତ ପାର୍ଥିର ଅତି କମରେ ଏକ ବର୍ଷ କମ୍ପୁଟରରେ ଜ୍ଞାନ ଥିବା ଦରକାର।ଏଥିରେ ଆପଣଙ୍କୁ ସର୍ଟ ଲିଷ୍ଟ କରାଯିବ ଏବଂ ଇଣ୍ଟରଭିଉ ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *