ଜାଙ୍କଲିନ ପରିଡ଼ା ଏତେ ପତଳା କାହିଁକି? ଏହାର ଅସଲ କାରଣ କହିଲେ ତାଙ୍କ ସ୍ୱାମୀ ଅରବିନ୍ଦ – ଜାଣିଲେ ଆପଣ କହିବେ ଲାଜ..

Spread the love

ଏବେ ଏକ ରିସେଣ୍ଟ ସୋସିଆଲ ମିଡ଼ିଆ ଭିଡ଼ିଓରେ କହିଥିଲେ ଯେ ଲୋକ ମାନଙ୍କର ଯେଉଁ ସାଧାରଣ ପ୍ରଶ୍ନ ଥିଲା ଯେ ଆମେ କେବେ ବାହା ହେବୁ ତାହା ସମାପ୍ତ ହୋଇଗଲା। ଜାଙ୍କଲିନ ମଧ୍ୟ କହିଛନ୍ତି ଯେ ସେ ଏତେ ଶୀଘ୍ର ବାହା ହେବେ ବୋଲି ଜମା ଆଶା କରି ନଥିଲେ।ସେ ବହୁତ ଖୁସି ବ୍ୟକ୍ତ କରିଛନ୍ତି ଯେ ସେ ଅରବିନ୍ଦ ଭଳି ଯତ୍ନବାନ ସ୍ବାମୀ ପାଇଛନ୍ତି।ଜାଙ୍କଲିନ କହିଛନ୍ତି ଯେ ଅରବିନ୍ଦ ସବୁବେଳେ ଛୋଟ ଛୋଟ କଥାରେ ରାଗି ଯାଆନ୍ତି ଓ କିଛି ସମୟ ପରେ ପୁଣି ଶାନ୍ତ ହୋଇଯାଆନ୍ତି।ଅରବିନ୍ଦ କୁହନ୍ତି ଯେ ମୁଁ ତାଙ୍କ ଉପରେ ରାଗେ କେବଳ ଗୋଟିଏ କାରଣ ପାଇଁ।

ସେ ସବୁବେଳେ କମ ଖାଆନ୍ତି।ଅରବିନ୍ଦ କହିଛନ୍ତି ଯେ ତାଙ୍କୁ ବେଶୀ କିଛି ରୋଷେଇ ଆସେ ନାହିଁ କିନ୍ତୁ ସେ ଚିକେନ ତରକାରୀ ବହୁତ ଭଲ ଭାବେ ତିଆରି କରି ପାରନ୍ତି।ଜାଙ୍କଲିନ ଏକ ସାକ୍ଷାତ କାରରେ କହିଛନ୍ତି ଯେ ସେ ବହୁତ ଖୁସି ଅଛନ୍ତି କାରଣ ସେ ଏତେ ବାଟ ପର୍ଯ୍ୟନ୍ତ ଅଭିନୟ ଦୁନିଆରେ ଆସି ପାରିଛନ୍ତି।

ଅରବିନ୍ଦ କହିଛନ୍ତି ଯେ ସେ ଏବେ ଲକଡାଉନରେ ସିରିଏଲ ନୁହେଁ ୱେବ ସିରିଜ ଦେଖୁଛନ୍ତି।ସେ କହିଛନ୍ତି ଯେ ମନୋଜ ବାଜପେୟୀ ତାଙ୍କର ବଲିଉଡରେ ସବୁଠୁ ପସନ୍ଦର ଅଭିନେତା।ସେ ଏହା ମଧ୍ୟ କହିଛନ୍ତି ଯେ ସେ ଯେତେବେଳେ ଅଭିନୟ ଦୁନିଆକୁ ଆସି ନଥିଲେ ତ ସେ ମୁନା ଭାଇଙ୍କୁ ଅନୁସରଣ କରୁଥିଲେ।

ସେ କହିଛନ୍ତି ଯେ ମୁଁ ଅଭିନୟ ସେଟରେ ସର୍ବଦା ଏକଲବ୍ୟ ହୋଇ ସିଖିଥାଏ।ଜାଙ୍କଲିନ କହିଛନ୍ତି ଯେ ସେ ଅଭିନୟ ସମୟରେ ମଧ୍ୟ ନିଜ ପାଠପଢ଼ା ଜାରୀ ରଖିଥିଲେ।ସେ ଅଭିନୟକୁ ତା ବାଟରେ ଓ ପାଠକୁ ଅଲଗା ବାଟରେ ରଖିଥିଲେ।ତାଙ୍କ ମତରେ ପାଠ ପଢାକୁ ହଠାତ ଅଭିନୟ ପାଇଁ ଛାଡ଼ି ଦେବା ଉଚିତ ନୁହେଁ।

ସେ କହିଛନ୍ତି ଯେ ଓଡ଼ିଆ ଅଭିନୟ ଦୁନିଆରେ ବଲିଉଡ ଭଳି ସେଟେଲ ହେବା ବହୁତ କଷ୍ଟକର।ଜାଙ୍କଲିନ କହିଥିଲେ ଯେ ସେତେବେଳେ ଅରବିନ୍ଦଙ୍କ ପାଖରେ ବହୁତ ଈର୍ଷା ଥିଲା।ସେ ସବୁ କଥାରେ ଜାଙ୍କଲିନଙ୍କୁ ଥଟା କରୁଥିଲେ।ସେ ଏହା ମଧ୍ୟ କହିଛନ୍ତି ଯେ ସେ ଦୁଇ ଜଣଙ୍କ ମଧ୍ୟରେ କେବେ ବି ବିଶ୍ୱାସକୁ ନେଇ ଝଗଡ଼ା ହୋଇନାହିଁ।

ସେ ଏବେ ଏକ ରିଶେଣ୍ଟ ସାକ୍ଷାତ କାରରେ କହିଛନ୍ତି ଯେ ଜାଙ୍କଲିନ ଜମା ବି ଖାଆନ୍ତି ନାହିଁ।ସେ ସର୍ବଦା ସକାଳ ଜଳଖିଆ ହେଉ କି ରାତି ଖାଇବା ସବୁବେଳେ କମ ଖାଇଥାନ୍ତି।ସେ ଜମାରୁ ୨ ପଟ ରୁଟି ଖାଇଥାନ୍ତି।ସେଥିପାଇଁ ସେ ଏତେ ପତଳା ଅଟନ୍ତି।ସେ କହିଛନ୍ତି ଯେ ଲକଡାଉନ ହେବା ପର ଠାରୁ ଜାଙ୍କଲିନ ଖାଇବା ଅଧିକ କରି ଦେଇଛନ୍ତି।ଅରବିନ୍ଦ କୁହନ୍ତି ଯେ ଜାଙ୍କଲିନ ପ୍ରତିଦିନ ତାଙ୍କ ସହ ଖାଇବାକୁ ନେଇ ଝଗଡ଼ା କରିଥାନ୍ତି।

Leave a Reply

Your email address will not be published. Required fields are marked *