ଆସିଲା ଲଘୁଚାପ – ଆଜି ଠୁ ଓଡ଼ିଶାର ଏହି ଜିଲ୍ଲାରେ ହେବ ପ୍ରବଳ ମାତ୍ରା ରେ ବର୍ଷା – ଦେଖନ୍ତୁ କେଉଁ ଜିଲ୍ଲା ସାମିଲ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଅନ୍ୟ ଏକ ଆସିବାକୁ ଯାଉଥିବା ବାତ୍ୟା ସମ୍ବନ୍ଧରେ ଆଲୋଚନା କରିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା।ଉତର ବଙ୍ଗୋପ ସାଗରରେ ଏକ ଘୁର୍ଣ୍ଣିଳୟ ସୃଷ୍ଟି ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ଭାରତୀୟ ପାଣିପାଗ ବିଭାଗ ମଧ୍ୟ ସୂଚନା ଦେଇଛନ୍ତି।ଏହା ଆସନ୍ତା କିଛି ସମୟ ମଧ୍ୟରେ ଲଘୁଚାପରେ ପରିଣତ ହେବାକୁ ଯାଉଛି।ଏହା ଏକ ବଡ଼ ଲଘୁଚାପରେ ପରିଣତ ହେବ।ଏହାପରେ ଏହା ଆହୁରି ଅଧିକ ଘନୀଭୂତ ହୋଇ ଅବପାଦରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଯାହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ହେବ।କିଛି ଜିଲାରେ ଦୁଇ ଶହରୁ ଚାରି ଶହ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହିତ ବନ୍ୟା ଏବଂ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ପଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାରୁ ଜଣା ପଡିଛି।ଏହି କାରଣକୁ ଆଖି ଆଗରେ ରଖି ମାଛ ଧରାଳି ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ଏହି କାରଣ ପାଇଁ ଏସ ଆର ସି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ପାଖକୁ ଚିଠି ଲେଖିଛନ୍ତି ଏବଂ ସତର୍କ ରହିବାପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି।ଜିଲ୍ଲା ପରିଷଦ ମାନଙ୍କୁ ମଧ୍ୟ ବନ୍ୟା ପରିସ୍ଥିତି ଏବଂ ଜଳବନ୍ଦୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୪ ଘଣ୍ଟା ଆଲର୍ଟ ରହିବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଏହା ସହିତ ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ପ୍ରବଳ ପବନ ବହିବା ସହ ପ୍ରବଳ ବର୍ଷା ହେବାର କିଛି କିଛି ଜିଲ୍ଲାରେ ହେବ ବୋଲି ପନପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏହା ଆଜି ରାତି ଠାରୁ ହେବାର ସମ୍ଭାବନା ରହିଛି।

ତେବେ କେଉଁ କେଉଁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ଏବଂ କେଉଁ କେଉଁ ଜିଲ୍ଲାରେ ବନ୍ୟା ହେବାର ସମ୍ଭାବନା ରହିଛି ଓ କେଉଁ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା।ଓଡିଶାର ୨୧ଟି ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ଆଶଙ୍କା ନେଇ ରବିବାର ଦିନ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା।

ତାହା ମଧ୍ୟରେ କଟକ, ନବରଙ୍ଗପୁର, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ନୟାଗଡ଼, ଖୋର୍ଦ୍ଧା, ନୂଆପଡା, ବଲାଙ୍ଗୀର, ସୁନ୍ଦରଗଡ, ସମ୍ବଲପୁର, ଦେଓଗଡ଼, ଗଞ୍ଜାମ, ଗଜପତି ଓ କୋରାଫୁଟ ଆଦି ଜିଲ୍ଲା ଗୁଡିକ ରହିଛି।ଏହି ସବୁ ଜିଲ୍ଲାରେ ଆଗାମୀ ତିନି ଘଣ୍ଟା ପାଇଁ ବର୍ଷା ସହ ବଜ୍ରପାତର ଆଶଙ୍କା କରାଯାଉଛି।ତେଣୁ ବଜ୍ରପାତରୁ ରକ୍ଷା ପାଇବାପାଇଁ ନିରାପଦ ସ୍ଥାନରେ ରହିବାପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *