ରଜ ପର୍ବ କାହିଁକି ପାଳନ କରାଯାଏ? ପ୍ରତିଟି ଓଡ଼ିଆ ଘର ଲୋକ ଏହି କଥା ଟି ଜାଣିବା ଦରକାର – ରଜ ପର୍ବରେ କଣ କରିବା ଅନୁଚିତ

ରଜ ୩ ଦିନର ମିଥୁନ ସଂକ୍ରାନ୍ତିର ଏକ ପର୍ବ।ଯାହା ମିଥୁନ ସୌର ମାସର ଆରମ୍ଭକୁ ସୂଚିତ କରିଥାଏ।ଏହି ଦିନ ବର୍ଷା ଋତୁର ଆରମ୍ଭ ହୋଇଥାଏ।ପୌରାଣିକ କଥା ଅନୁସାରେ ବସୁଧା ମା ଯିଏକି ବିଷ୍ଣୁଙ୍କ ପତ୍ନୀ ଅଟନ୍ତି ଏହି ତିନି ଦିନ ନିଜର ମାସିକ ଧର୍ମ ପାଳନ କରିଥାନ୍ତି।ଚତୁର୍ଥ ଦିନକୁ ବସୁମତୀ ଗାଧୁଆ ବୋଲି କୁହାଯାଇଥାଏ।ଯେଉଁ ଦିନ ଭୂଦେବୀଙ୍କୁ ସ୍ନାନ କରାଯାଇଥାଏ।ମଧ୍ୟ ଯୁଗରେ ଏହି ପର୍ବକୁ ଏକ କୃଷି ଭିତ୍ତିକ ଚୁଟି ରୂପେ ଗ୍ରହଣ କରାଯାଇଥିଲା।ମାତା ଭୁଦେବିଙ୍କର ଏକ ମୂର୍ତ୍ତି ଏବେ ମଧ୍ୟ ଜଗନ୍ନାଥଙ୍କ ପାଖରେ ଏବେ ମଧ୍ୟ ଦେଖିବାକୁ ମିଳେ।

ଏହିଦିନ ଗୁଡିକରେ ଘରର ସମସ୍ତ ମହିଳାଙ୍କୁ ସମସ୍ତ କାର୍ଯ୍ୟରୁ ନିବୃତ ରଖାଯାଇଥାଏ।ଏହା ସହିତ ଯେଉଁ ଖେଳ ଗୁଡ଼ିକ ଘର ମଧ୍ୟରେ ଖେଳା ଯାଇପାରେ ସେହି ସବୁ ଖେଳ ଗୁଡ଼ିକ ଖେଳାଯାଏ।ଝିଅମାନେ ନିଜକୁ ନୂଆ ପୋଷାକ ପାରମ୍ପରିକ ଶାଢ଼ୀ, ପାଦରେ ଅଳତାରେ ନିଜକୁ ସଜାଇ ହୋଇଥାନ୍ତି।ଖାଲି ପାଦରେ ମାଟିରେ ଚାଲିବାରୁ ନିବୃତ ରୁହନ୍ତି।ବହୁତ ପିଠାପଣା ଯେପରି ପୋଡପିଠା,ଚକୁଳି ପିଠା ଖାଇ ଏହି ପର୍ବକୁ ପାଳନ କରିଥାନ୍ତି।ଝିଅ ମାନେ ଦୋଳି ଖେଳିଥାନ୍ତି।ଗାଁର ଯୁବକ ମାନେ କବାଡି ଖେଳ ମଧ୍ୟ ଖେଳିଥାନ୍ତି।

ସମସ୍ତ ଲୋକମାନେ ରଜ ଗୀତ ଗାଇ ଏହି ପର୍ବକୁ ଆନନ୍ଦର ସହିତ ପାଳନ କରିଥାନ୍ତି।ପ୍ରଥମ ଦିନକୁ ପହିଲି ରଜ,ଦିତୀୟ ଦିନକୁ ରଜ ସଂକ୍ରାନ୍ତି,ତୃତୀୟ ଦିନକୁ ଭୁ ଦାହ ବା ବାସୀ ରଜ ବୋଲି କୁହାଯାଇଥାଏ।ଏହାର ପର ଦିନ ବା ଚତୁର୍ଥ ଦିନକୁ ବସୁମତୀ ସ୍ନାନ ବୋଲି କୁହାଯାଇଥାଏ।ଏହି ଦିନ ଘରର ମହିଳାମାନେ ଶିଳକୁ ଗାଧୋଇ ଦେଇଥାନ୍ତି।ଏହା ସହିତ ଫୁଲ ଓ ଚନ୍ଦନରେ ସଜାଇଥାନ୍ତି।ଏହା ସହିତ ଅନେକ ପ୍ରସାଦ ମଧ୍ୟ ଦିଆଯାଇଥାଏ।ରଜର ପ୍ରଥମ ଦିନକୁ ସଜବାଜ ବୋଲି କୁହାଯାଇଥାଏ।

ଏହିଦିନ ସମସ୍ତ ଘରକୁ ସଫା କରାଯାଇଥାଏ।ଏହି ତିନିଦିନରେ ଘରର ନାରୀ ମାନେ ବିଶ୍ରାମ ନେଇଥାନ୍ତି ଓ ଅନେକ ପ୍ରକାର ଅଳଙ୍କାରରେ ନିଜକୁ ସଜାଇଥାନ୍ତି।ଝିଅମାନେ ଏହି ତିନି ଦିନ ଗାଧୋଇ ନଥାନ୍ତି,ଲୁଣ ଖାଇନଥାନ୍ତି,ମାଟି ଉପରେ ମଧ୍ୟ ଚାଲନ୍ତି ନାହିଁ।ରଜର ମଧୁର ସ୍ମୃତି ମାନଙ୍କ ମଧ୍ୟରୁ ଗୀତ ଗାଇ ଗାଇ ବର ଗଛ ଡାଳରେ ଦୋଳି ଖେଳିବାର ମଜା ହେଉଛି ସବୁଠୁ ଖାସ।ମୌସୁମୀର ଆଗମନକୁ ପାଳନ କରିବା ପାଇଁ ଏହି ତିନି ଦିନକୁ ରଜ ପର୍ବ ରୂପେ ପାଳନ କରାଯାଇଥାଏ।

ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଏହାକୁ ବହୁତ ଧୁମଧାମରେ ପାଳନ କରାଯାଇଥାଏ।ଏହି ତିନିଦିନକୁ ବସୁଧା ମାର ମାସିକ ଧର୍ମ ମଧ୍ୟ କୁହାଯାଇଥାଏ।ଝିଅ ମାନଙ୍କ ପାଇଁ ଏହି ପର୍ବଟି ବହୁତ ଖାସ ସେମାନେ ସକାଳୁ ଉଠି ହଳଦୀ ପାଣିରେ ଗାଧୋଇ ନୂତନ ପୋଷାକ ପିନ୍ଧି ଦୋଳି ଖେଳିବା ପାଇଁ ବାହାରି ଯାଇଥାନ୍ତି।ଏହା ସହ ଖୁବ ମଜାମସ୍ତି ମଧ୍ୟ କରିଥାନ୍ତି।ଝିଅ ମାନଙ୍କ ସହ ପୁଅମାନେ ମଧ୍ୟ ଏହି ପର୍ବରେ ଅନେକ ମଉଜ କରିଥାନ୍ତି ଓ ମୌସୁମୀକୁ ଆନନ୍ଦର ସହିତ ସ୍ବାଗତ କରିଥାନ୍ତି।ପୁଅ ମାନେ ଆଗାମୀ ଚାରି ମାସ ପର୍ଯ୍ୟନ୍ତ କୃଷିରେ କିପରି ଭଲ ଅମଳ କରିବେ ସେଥିଲାଗି ନିଜକୁ ପ୍ରସ୍ତୁତି କରାଇଥାନ୍ତି।

Leave a Reply

Your email address will not be published.