କାଳିଆ ଯୋଜନାରେ ଟଙ୍କା ମିଳିବ ଆଜି – ଯଦି ନ ଆସିଥାଏ ତେବେ ଏହି କଥା ଜାଣିରଖନ୍ତୁ କିପରି ପାଇବେ

Spread the love

କାଳିଆ ଯୋଜନାର ହିତାଧିକାରୀମାନେ ଅନେକ ଅଭିଯୋଗ କରୁଛନ୍ତି କି ସେମାନଙ୍କର ଟଙ୍କା ଆସିନାହିଁ,ଅନେକ କହିଛନ୍ତି କି ସେମାନଙ୍କର ଗୋଟେ କିସ୍ତି ଟଙ୍କା ଆସିଛି ଆଉ କେତେକ କହୁଛନ୍ତି ସେମାନଙ୍କର ଟଙ୍କା ପ୍ରଥମ କିସ୍ତିରୁ ହିଁ ଆସୁନାହିଁ।ସରକାର କହୁଛନ୍ତି କି କାଳିଆ ଯୋଜନାର କିସ୍ତି ତାଙ୍କ ପଠା ଯାଇ ସାରିଛି।ଆଉ କେତେକ କୃଷକ କହୁଛନ୍ତି କି ସେମାନଙ୍କ ବହିକୁ ଏବେଯାଏଁ ମଧ୍ୟ ଟଙ୍କା ଆସୁନାହିଁ।ତେବେ ପ୍ରକୃତରେ ଟଙ୍କା ଆସୁନାହିଁ କାହିଁକି ?ସରକାର ବିଳମ୍ବ କରିବାର କାରଣ କଣ ?

ଆମେ ସମସ୍ତେ ଜାଣୁ ନିର୍ବାଚନ ସମୟରେ କାଳିଆ ଯୋଜନା ଆରମ୍ଭ କରାଯାଇଥିଲା।ଏହି ସମୟରେ ପ୍ରଥମେ ଗୋଟିଏ କିସ୍ତି ଆସିଯାଇଥିଲା।ଏହାପରେ ସୂଚନା ଆସିଲା କି ନିର୍ବାଚନ ପରେ କାଳିଆ ଯୋଜନାର ପରବର୍ତ୍ତୀ ୨ ଟି କିସ୍ତି ପଠା ଯିବ।ଏହାପରେ ନବୀନ ସରକାର କ୍ଷମତାକୁ ଆସିଲା ପରେ କାଳିଆ ଯୋଜନାର ଅନ୍ୟ ଦୁଇଟି କିସ୍ତିର ଟଙ୍କା ଆସିଲା ନାହିଁ।କିନ୍ତୁ ୨୦୨୧ ମସିହାରେ ଦୁଇଟି କିସ୍ତିର ଟଙ୍କା ଆସି ସାରିଛି।ଏହା ସହିତ ଆହୁରି ଅନେକ କୃଷକ ମାନେ କହୁଛନ୍ତି କି ସେମାନଙ୍କୁ କାଳିଆ ଯୋଜନାର କିସ୍ତି ଟଙ୍କା ଦିଆ ଯାଇନାହିଁ।

ଆମେ ସମସ୍ତେ ଜାଣୁ କାଳିଆ ଯୋଜନାରେ ପାଖାପାଖି ଛପନ ଲକ୍ଷ ହିତାଧିକାରୀ ସାମିଲ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ପାଖାପାଖି ପଚାଶ ହଜାର ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଛନ୍ତି ଯେଉଁ ମାନଙ୍କୁ ପରବର୍ତ୍ତୀ ସମୟରେ ଛଟେଇ କରାଯାଇ ଥିଲା।ଏହି ବର୍ଷ ସେମାନଙ୍କର ନାମକୁ କାଳିଆ ଯୋଜନାରୁ ହଟାଇ ଦିଆ ଯାଇଛି।ହୁଏତ ସେମାନଙ୍କ ନାମ ଭିତରେ ଆପଣଙ୍କ ନାମ ଥାଇପାରେ ସେଥିଲାଗି ଆପଣଙ୍କ ପାଖକୁ ଆପଣଙ୍କ କାଳିଆ ଯୋଜନାର ଟଙ୍କା ଆସୁନାହିଁ।

ଆପଣ ପ୍ରଥମେ କାଳିଆ ଯୋଜନାର ୱେବସାଇଟକୁ ଯାଇକି ସେଠାରେ ନିଜର ଆଧାର ନମ୍ବର ଦେଇକି ପ୍ରଥମେ ଦେଖନ୍ତୁ କି ଆପଣଙ୍କ ନାମ କାଳିଆ ଯୋଜନାରେ ଅଛି ନା ନାହିଁ।ଯଦି ଆପଣ ଭାବୁଛନ୍ତି ଆପଣଙ୍କ ନାମ ବିନା କାରଣରେ କାଟି ଦିଆଯାଇଛି ଓ ଆପଣ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ ତେଣୁ ଆପଣ କାଳିଆ ଯୋଜନାରେ ନିଜର ନାମ ପୁନଃ ପଞ୍ଜିକରଣ କରିବା ପାଇଁ ଆବେଦନ କରିପାରିବେ।ଏହା ସହିତ ଆପଣ ଆପଣଙ୍କ ନାମ ବିନା କାରଣରେ କାଟି ଦିଆ ଯାଇଥିବାରୁ ଆପଣ ଏହା ଉପରେ ମକୋଦ୍ଦମା ମଧ୍ୟ କରିପାରିବେ।

ଏହା ସହିତ ଯେଉଁ ମାନଙ୍କର କାଳିଆ ଯୋଜନାରେ ନାମ କଟି ନାହିଁ ଏହା ପରେ ମଧ୍ୟ ସେମାନଙ୍କ ଖାତାକୁ ଟଙ୍କା ଆସୁନାହିଁ ତେବେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ।ଆପଣ କିଛି ଦିନ ଅପେକ୍ଷା କରନ୍ତୁ ଯଦି ଆପଣଙ୍କ ଖାତାରେ ସମସ୍ତ ତଥ୍ୟ ଠିକ ଥିବ ତେବେ ଆପଣଙ୍କ ଖାତାକୁ ନିଶ୍ଚିତ ଭାବରେ ଟଙ୍କା ଆସିବ।ଟିକେ ଡେରି ହୋଇପାରେ କୌଣସି କାରଣ ବଶତଃ କିନ୍ତୁ ଆପଣଙ୍କ ଖାତାକୁ ନିଶ୍ଚିତ ଭାବରେ ଟଙ୍କା ଆସିବ।ଯଦି କୌଣସି ବ୍ୟକ୍ତି ନିଜର ପୂର୍ବ କାଳିଆ ଯୋଜନା କିସ୍ତି ଟଙ୍କା ବିଷୟରେ ଜାଣିବା ପାଇଁ ଇଛୁକ ତେବେ ସେମାନେ କାଳିଆ ଯୋଜନାର ୱେବସାଇଟକୁ ଯାଇ ସେଠାରେ ନିଜର ସମସ୍ତ ତଥ୍ୟ ଦେଖିପାରିବେ।

Leave a Reply

Your email address will not be published. Required fields are marked *