ନିଜର ଭାଗ୍ୟକୁ କେମିତି ପରିବର୍ତ୍ତନ କରିବେ ?କଣ ପାଇଁ ଖରାପ ଲୋକଙ୍କୁ ସବୁବେଳେ ଖୁସି ମିଳେ – ଯଦି ଆପଣ ଭଲ ଲୋକ ନିଶ୍ଚୟ ପଢନ୍ତୁ

Spread the love

ଯୁଗେଯୁଗେ ଧରି ଗୋଟିଏ ପ୍ରଶ୍ନ ରହି ଆସିଛି ଭାଗ୍ୟ ବଡ଼ ନା କର୍ମ ବଡ଼? ଯେଉଁମାନେ ଭାଗ୍ୟବାଦି ସେମାନେ କୁହନ୍ତି ଆମ ଭାଗ୍ୟରେ ଯାହା ଅଛି ଆମକୁ କେବଳ ତାହା ହିଁ ପ୍ରାପ୍ତ ହୋଇଥାଏ।ଯେଉଁମନେ କର୍ମବାଦି ସେମାନେ କୁହନ୍ତି ଭାଗ୍ୟ ବୋଲି କିଛି ନଥାଏ ଆମେ ଯାହା କର୍ମ କରିଥାଉ କେବଳ ତାହାର ଫଳ ହିଁ ଆମକୁ ପ୍ରାପ୍ତ ହୋଇଥାଏ।ପ୍ରକୁତରେ ସତ୍ୟ କଣ କାହିଁକି କିଛି ଲୋକ ଖରାପ କର୍ମ କରି ମଧ୍ୟ ଭଲ ଫଳ ପାଉଛନ୍ତି।ଏହା ବିଷୟରେ ଏବେ ଆମେ ଆଲୋଚନା କରିବା।

ଥରେ ସ୍ୱର୍ଗରେ ଭଗବାନ ବିଷ୍ଣୁ ବିଶ୍ରାମ କରୁଥିଲେ।ଏହି ସମୟରେ ଦେବଋଷି ନାରଦ ଭଗବାନଙ୍କ ନିକଟରେ ପହଞ୍ଚିଲେ ଓ ଭଗବାନ ବିଷ୍ଣୁଙ୍କୁ କହିଲେ ପ୍ରଭୁ ଆପଣ କିଛି କରନ୍ତୁ,ପୃଥିବୀରୁ ପୁଣ୍ୟ ଧୀରେ ଧୀରେ କମିବାରେ ଲାଗିଛି।ଏହା ପରେ ଭଗବାନ ବିଷ୍ଣୁ ପଚାରିଲେ କାହିଁକି।ନାରଦ କହିଲେ ମୁଁ ବର୍ତ୍ତମାନ ଏପରି କିଛି ଜିନିଷ ଦେଖିକି ଆସିଲି।ଲୋକମାନେ ଖରାପ କର୍ମ କରି ମଧ୍ୟ ଭଲ ଫଳ ପ୍ରାପ୍ତ କରୁଛନ୍ତି।ଏହା ସହିତ କିଛି ଲୋକ ଭଲ କର୍ମ କରି ମଧ୍ୟ ଖରାପ ଫଳ ପ୍ରାପ୍ତ କରୁଛନ୍ତି।ଭଗବାନ ପଚାରିଲେ ନାରଦ ତୁମେ ଏମିତି କଣ ଦେଖିକି ଆସିଲ କୁହ।

ନାରଦ କହିଲେ ମୁଁ ବର୍ତ୍ତମାନ ଜଙ୍ଗଲ ବାଟରେ ଆସିଲ ବେଳେ ଦେଖିଲି ଗୋଟେ ପଶୁ କାଦୁଅ ମଧ୍ୟରେ ଫସି ଯାଇଛି।ଗୋଟେ ଲୋକ ସେହି ମାର୍ଗ ଦେଇ ଯାଉଥିଲା।ମାତ୍ର ସେହି ଲୋକଟି ସେହି ପଶୁକୁ କଦୁଅରୁ ବାହାର କରିବା ପରିବର୍ତ୍ତେ ତାହା ପିଠି ଉପରେ ଗୋଡ଼ ଦେଇ ଚାଲିଗଲା ଓ କିଛି ବାଟ ଯିବାପରେ ତାକୁ ଏକ ସୁନାର ଥଳି ମିଳିଲା।ଏହା ପରେ ଜଣେ ସାଧୁ ସେହି ମାର୍ଗରେ ଆସୁଥିଲେ ଓ ସେ ସେହି ପଶୁଟିକୁ ଉଦ୍ଧାର କଲେ ମାତ୍ର ସେ ନିଜେ କିଛି ବାଟ ଗଲାପରେ ଖାଲରେ ପଡିଗଲେ।ନାରଦ ପଚାରିଲେ ଏହା କିପରି ସମ୍ଭବ ହୋଇପାରୁଛି।

ଭଗବାନ ଉତ୍ତରରେ କହିଲେ ସେହି ଖରାପ ଲୋକଟି ଭାଗ୍ୟରେ ଏକ ବହୁତ ବଡ଼ ସୁନା ଖଜାନା ଥିଲା ମାତ୍ର ସେ ନିଜ କୁକର୍ମ ଫଳରେ ଅଳ୍ପ କିଛି ସୁନା ପାଇପାରିଲା ଓ ସେହି ସାଧୁଙ୍କ ଭାଗ୍ୟରେ ମୃତ୍ୟୁ ଥିଲା ସେ ନିଜର ଭଲ କର୍ମ ଫଳରେ ଏକ ଛୋଟ ଦୁର୍ଘଟଣାର ଶିକାର ହେଲେ।ଏହା ଶୁଣିବା ପରେ ନାରଦ ସନ୍ତୁଷ୍ଟ ହୋଇଗଲେ।ପ୍ରକୃତରେ ଆମ ଭାଗ୍ୟ ଆମ କର୍ମ ଦ୍ଵାରା ହିଁ ନିର୍ଦ୍ଧାରିତ ହୋଇଥାଏ।ଆଜି ଯେଉଁ ମାନେ ଖରାପ କର୍ମ କରି ମଧ୍ୟ ଭଲ ଫଳ ପାଉଛନ୍ତି ଏହାର ଅର୍ଥ ସେମାନଙ୍କୁ ଏହାଠୁ ବହୁତ ଅଧିକ ମିଳିବାର ଥିଲା।

ସେମାନେ ନିଜ ଖରାପ କର୍ମ ଫଳରେ ସେହି ସବୁକୁ ହରାଇ ମାତ୍ର ଅଳ୍ପ କିଛିରେ ସନ୍ତୁଷ୍ଟ ହେଉଛନ୍ତି।ଆମେ ଆମ ଭାଗ୍ୟ ଉପରେ ବିଶ୍ୱାସ କରିଥାଉ ମାତ୍ର ଆମେ ଭୁଲି ଯାଉ କି ଆମେ ଆମ ଭାଗ୍ୟକୁ ନିଜେ ନିଜ କର୍ମ ଦ୍ଵାରା ହିଁ ନିର୍ଦ୍ଧାରିତ କରିଥାଉ।ତେଣୁ ଉଚିତ କର୍ମ କରିବା ଦ୍ଵାରା ଆମେ ଆମ ଭାଗ୍ୟକୁ ମଧ୍ୟ ବଦଳାଇ ଦେଇ ପାରୁ।ତେଣୁ କିଛି ବି ପରିସ୍ଥିତି ଆସୁ କେବେବି ସୁକର୍ମ କରିବାକୁ ପଛକୁ ଯିବା ନାହିଁ।ସର୍ବଦା ଭଲ କର୍ମ କରିବା ସହିତ ନିଜ ଉପରେ ବିଶ୍ୱାସ ରଖିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *