କାଳିଆ ଯୋଜନାରେ ସରକାର ଦେଲେ ବଡ ସୁଯୋଗ – ଲିଷ୍ଟ ରେ ନାମ ରହିକି ପଇସା ଆସୁ ନଥିଲେ ଏହି କାମ କରନ୍ତୁ ଶୀଘ୍ର ମିଳିବ ୨ ହଜାର ଟଙ୍କା..

Spread the love

ସାଙ୍ଗମାନେ କଣ ଆପଣ ମାନେ କାଳିଆ ଯୋଜନାରେ ନିଜକୁ ଅନ୍ତର୍ଭୁକ୍ତ କରିଛନ୍ତି କି?ଯଦି କରିଛନ୍ତି ତ ପଇସା ଆସିବାରେ ଅସୁବିଧା ହେଉଛି କି ତାହା ମୁଁ ଆଜି ଆଲୋଚନା କରିବି। ସାଙ୍ଗମାନେ ଯଦି ଆପଣ ମାନେ ଜଣେ ଚାଷୀ ଓ ଆପଣ କାଳିଆ ଯୋଜନା ପାଇବାକୁ ହକଦାର,ଯଦି ଆପଣଙ୍କ ନାମ କାଳିଆ ଯୋଜନାରେ ଥାଇ ମଧ୍ୟ ପଇସା ଆସୁନାହିଁ ବା ଯଦି ଆପଣ ମାନେ କାଳିଆ ଯୋଜନାର ସୁବିଧା ପାଇ ପାରୁନାହାଁନ୍ତି ବା ଯଦି ଆପଣ ମାନଙ୍କ ପ୍ରଥମ ଫେଜ ପଇସା ଆସିଛି ଆପଣ ଆଉ ଆଗକୁ ପଇସା ପାଇପାରୁ ନାହାଁନ୍ତି ତ ଆପଣ ମାନଙ୍କ ପାଇଁ ରାଜ୍ୟ ସରକାର ଆଉ ଅକ୍ ଶେଷ ସୁଯୋଗ ଆଣିଛନ୍ତି।

ଏହି ସୁଯୋଗ କଣ ଓ ଆପଣ ମାନେ କିପରି ଏହାଦ୍ବାରା ଫାଇଦା ପାଇ ପାରିବେ ତାହା ମୁଁ ଆଜି ଆପଣ ମାନଙ୍କୁ କହିବି।ସାଙ୍ଗମାନେ ଆପଣ ମାନେ ଜାଣିଥିବେ ଯେ ଯେଉଁ ଚାଷୀ ମାନଙ୍କର କାଳିଆ ଯୋଜନାରେ ପଇସା ଆସୁନାହିଁ ସେମାନଙ୍କୁ ରାଜ୍ୟ ସରକାର କାଳିଆ ଯୋଜନା ପୋର୍ଟାଲରେ ଏକ ଆପ୍ଲିକେସନ ଫର୍ମ ବାହାର କରାଯାଇଛି।ଯେଉଁ ଆପ୍ଲିକେସନ ଫର୍ମ ଦ୍ବାରା ଆପଣ କମ୍ପ୍ଲେନ କରିପାରିବେ ଅଥବା ଅଭିଯୋଗ କରିପାରିବେ।

ଏହି ଆପ୍ଲିକେସନ ଫର୍ମକୁ କିଛି ଦିନ ପାଇଁ ବନ୍ଦ କରା ଯାଇଥିଲା ଓ ପୁଣି ଖୋଲା ଯାଇଥିଲା।ଖୋଲିବାର କିଛି ଦିନ ପରେ ପୁଣି ବନ୍ଦ କରା ଯାଇଥିଲା।କିନ୍ତୁ ବର୍ତ୍ତମାନ ଓଡ଼ିଶା ସରକାର ପୁଣିଥରେ ଏହି ଆପ୍ଲିକେସନ ଫର୍ମକୁ ଖୋଲିଛନ୍ତି ଯାହାଦ୍ଵାରା ଚାଷୀମାନେ ଉପକୃତ ହୋଇପାରିବେ।

ଯଦି ଆପଣ ମାନେ ଏହି ଆପ୍ଲିକେସନ ଫର୍ମରେ ନିଜ ଅଭିଯୋଗ ଦାଖଲ କରିନାହାନ୍ତି ତ ଏହାକୁ ତୁରନ୍ତ କରିଦିଅନ୍ତୁ କାରଣ ଏହା ଶୀଘ୍ର ବନ୍ଦ ମଧ୍ୟ ହୋଇଯାଇପାରେ।ଏହା ସବୁଦିନ ପାଇଁ ବନ୍ଦ ଅଥବା ଅସ୍ଥାୟୀ କାଳ ପର୍ଯ୍ୟନ୍ତ ବନ୍ଦ ହେବ ତାହା ନେଇ କୌଣସି ସୂଚନା ଆସିନାହିଁ।କିନ୍ତୁ ଏଥିପାଇଁ ଆପଣ ମାନଙ୍କ ପାଖରେ ଏକ ସପ୍ତାହ ସମୟ ରହିଛି।

ଏହି ସମୟ ମଧ୍ୟରେ ଆପଣ ଆପ୍ଲିକେସନ ଫର୍ମରେ ଅଭିଯୋଗ ଦାଖଲ କରନ୍ତୁ।ଏହାକୁ ଭରିବା ସମୟରେ ଆପଣ ସଠିକ ଭାବେ ନିଜ ଡିଟେଲ୍ସ ଦିଅନ୍ତୁ ଓ ଡକ୍ୟୁମେଣ୍ଟ ମାନଙ୍କୁ ସଫା ଭାବରେ ଅପଲୋଡ଼ କରନ୍ତୁ।ଆପଣ ସର୍ବଦା ଅରିଜିନାଲ ଡକ୍ୟୁମେଣ୍ଟ ଅପଲୋଡ଼ କରିବେ କଦାପି ଜେରକ୍ସ ଅପଲୋଡ଼ କରିବେ ନାହିଁ।

ଏହା ବ୍ୟତୀତ ଆପଣ ଭୂମିହୀନ ଚାଷୀ କି କ୍ଷୁଦ୍ର ଚାଷୀ ତାହା ମଧ୍ୟ ବାଛିବେ।ଆପଣଙ୍କ କେତେ ଏକର ଜମି ଅଛି ତା ସହିତ ଆପଣଙ୍କ ଜମି ନମ୍ବର, ଖାତା ନମ୍ବର ଆଦି ଅପଲୋଡ଼ କରିବେ।ଯଦି ଆପଣ ମାନେ ଡକ୍ୟୁମେଣ୍ଟ ସଠିକ ଭାବେ ଦେବେ ନାହିଁ ତ ଆପଣଙ୍କ ଆପ୍ଲିକେସନ ଫର୍ମ ଖାରଜ ହେବାର ସମ୍ଭାବନା ରହିଛି।

ସାଙ୍ଗମାନେ ଆପ୍ଲିକେସନ ଫର୍ମ ଏପରି ବାରମ୍ବାର ବନ୍ଦ ଓ ଖୋଲା ହେବାର କାରଣ ହେଉଛି ସେମାନେ ଯେତିକି ଫର୍ମ ପାଉଛନ୍ତି ତାହା ବିଷୟରେ ଯାଞ୍ଚ ସରିଲା ପରେ ପୁଣି ସାଇଟକୁ ଆଉଥରେ ଖୋଲୁଛନ୍ତି।

Leave a Reply

Your email address will not be published. Required fields are marked *