ଏବେ ଏବେ ଆସିଲା ଏହି ବଡ ଖବର – ଏହି ଲୋକଙ୍କୁ ମିଳିଲା କାଳିଆ ଯୋଜନା ର ପଞ୍ଚମ କିସ୍ତି – ଦେଖନ୍ତୁ ଆପଣଙ୍କୁ ମିଳିବ ନା ନାହିଁ

Spread the love

ଏହି ମହାମାରୀ ରାଜ୍ୟର ଅନେକ ଗରିବ ଓ ଭୂମିହିନ ଚାଷୀ ମାନଙ୍କର ଆର୍ଥିକ ସନ୍ତୁଳନ ବିଗାଡ଼ି ଦେଇଛି।ତେବେ ରାଜ୍ୟର ଲୋକମାନଙ୍କର ଆର୍ଥିକ ସନ୍ତୁଳନ ରକ୍ଷା କରିବା ପାଇଁ ରାଜ୍ୟ ସରକାର ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।ଏହି ଯୋଜନା ମଧ୍ୟରେ କାଳିଆ ଯୋଜନାର ଭୂମିହୀନ କୃଷକ ମାନଙ୍କୁ ଅନ୍ତର୍ଗତ କରାଯାଇଛି।ସେମାନଙ୍କୁ ସରକାରଙ୍କ ତରଫରୁ ଏହି ଯୋଜନା ମାଧ୍ୟମରେ ଏକ ହଜାର ଟଙ୍କା ପ୍ରଦାନ କରାଯିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଯାହାଫଳରେ ପ୍ରାୟ ୧୭ ଲକ୍ଷ ୮୩ ହଜାର କୃଷକମାନେ ଉପକୃତ ହୋଇପାରିବେ।ଯେଉଁଦିନ ରାଜ୍ୟ ସରକାର ସମସ୍ତ ଲୋକଙ୍କ ପାଇଁ ମହାମାରୀ ଜନିତ ସହାୟତା ଘୋଷଣା କରିଥିଲେ ସେହିଦିନ କିଛି ଭୂମିହୀନ କୃଷକ ମାନଙ୍କ ଖାତାକୁ ଏକ ହଜାର ଟଙ୍କା ପଠା ଯାଇଥିଲା।କିନ୍ତୁ ସେହିଦିନ ସମସ୍ତ ଲୋକଙ୍କ ଖାତାକୁ ଏକ ହଜାର ଲେଖା ଟଙ୍କା ପାଠ ଯାଇ ନଥିଲା।କିଛି ବ୍ୟକ୍ତିଙ୍କର ଖାତାକୁ ଟଙ୍କା ଆସି ପାରି ନଥିଲା।ଯାହା ବର୍ତ୍ତମାନ ସରକାର ପଠାଇବେ ବୋଲି ଘୋଷଣା କରିଛନ୍ତି।

ତେବେ ସେହି ସମୟରେ ରାଜ୍ୟ ସରକାର ସମସ୍ତଙ୍କ ଖାତାକୁ ଟଙ୍କା ନ ପଠାଇବାର କାରଣ କଣ ହୋଇପାରେ।ତେବେ ଗୋଟିଏ କାରଣ ଏପରି ହୋଇପାରେ କି ଆଗକୁ ପ୍ରଧାନମନ୍ତ୍ରୀ ଯୋଜନାର ଅନ୍ତର୍ଗତ ଟଙ୍କା ମିଳିବାକୁ ଯାଉଛି।ସରକାର ଏହି ଉଭୟ ଟଙ୍କାକୁ ଏକ ସାଙ୍ଗରେ ଦେବା ପାଇଁ ସେହି ସମୟରେ ଏପରି ଅଧାରୁ ଟଙ୍କା ବିତରଣ କରିବା ବନ୍ଦ କରି ଦେଇଛନ୍ତି ବୋଲି କିଛି ଲୋକ କହୁଛନ୍ତି।ତେବେ ଏହାର ପ୍ରକୃତ କାରଣ କଣ କିଛି ଜଣା ପଡ଼ିନାହିଁ।ଏହା ସହିତ ସେହି ସମୟରେ ସେମାନଙ୍କର ଖାତାକୁ ଟଙ୍କା ଆସିଛି ନା ନାହିଁ ତାହା ମଧ୍ୟ ସଠିକ ଭାବରେ କେହି କହି ପାରି ନାହାନ୍ତି।

ଏହା ସହିତ ଆଜି ରାଜ୍ୟ ସରକାର ସେହି ସମସ୍ତ ଭୂମିହୀନ କୃଷକ ଯେଉଁମାନେ କାଳିଆ ଯୋଜନାରେ ଅନ୍ତର୍ଗତ ଅଛନ୍ତି ସେମାନଙ୍କୁ ଆଜି ଏକ ହଜାର ଟଙ୍କା ମହାମାରୀ ଜନିତ ସହାୟତା ରାଶି ପ୍ରଦାନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।ଯାହା ଫଳରେ ସରକାର ୩୮୬ କୋଟି ଟଙ୍କା ସେହି ୧୮ ଲକ୍ଷ ଚାଷୀଙ୍କୁ ଦେବା ପାଇଁ ଘୋଷଣା କରିଛନ୍ତି।ଯାହା ଫଳରେ ପ୍ରତ୍ୟେକ ଚାଷୀ ମୁଣ୍ଡ ପିଛା ଏକ ହଜାର ଟଙ୍କା ପାଇ ପାରିବେ।ତେବେ ସରକାରଙ୍କର ଏହି ଘୋଷଣା ନିହାତି ଭାବରେ ଏକ ପ୍ରଶଂସନୀୟ ଘୋଷଣା।

ତେବେ ଆଗକୁ ପ୍ରଧାନମନ୍ତ୍ରୀ ଯୋଜନା ମାଧ୍ୟମରେ ମଧ୍ୟ ସାଧାରଣ କୃଷକ ମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବାର ଅଛି।ଏହି ଉଭୟ ସହାୟତା ରାଶି ସରକାର ଏକ ସାଙ୍ଗରେ ସାଧାରଣ କୃଷକ ଓ ଗରିବ ଭୂମିହୀନ କୃଷକ ମାନଙ୍କର ବ୍ୟାଙ୍କ ଖାତାକୁ ପଠାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।ଯାହା ଫଳରେ ଶ୍ରମିକ ମାନେ ଏକ ସାଙ୍ଗରେ ଦୁଇଟି ସୁବିଧା ଉପଲବ୍ଧ କରି ପାରିବେ।ଯାହା ଫଳରେ ଶ୍ରମିକ ଓ କୃଷକ ମାନଙ୍କର ଏହି ମହାମାରୀ ସମୟରେ ଉପୁଜିଥିବା ଅନେକ ସମସ୍ୟାର ସମାଧାନ ହୋଇ ପାରିବ। ସେମାନେ ସରକାରଙ୍କର ଏହି ଯୋଜନା ଫଳରେ ଅନେକ ଉପକୃତ ହୋଇ ପାରିବ।

Leave a Reply

Your email address will not be published. Required fields are marked *