ଓଡ଼ିଶାର କାକଟପୁରଠାରେ ବିରାଜମାନ କରିଥିବା ମା ମଙ୍ଗଳାଙ୍କ ଆବିର୍ଭାବ – ଜାଣିରଖନ୍ତୁ ପୌରାଣିକ କଥା କିପରି ମା ମଙ୍ଗଳା ଙ୍କ ଆବିର୍ଭାବ ହେଇଥିଲା

Spread the love

ଓଡ଼ିଶାର ପୁରୀ ଜିଲ୍ଲାର କାକଟପୁରଠାରେ ପ୍ରାଚୀ ନଦୀ କୂଳରେ ବିରାଜମାନ କରିଥିବା ମା ମଙ୍ଗଳାଙ୍କ କୃପା ବିଷୟରେ ସମସ୍ତେ ଭଲ ଭାବରେ ଅବଗତ।ତେବେ ବର୍ଷର ପ୍ରାୟତଃ ସମସ୍ତ ସମୟରେ ମାଆଙ୍କ ପାଖରେ ସର୍ବଦା ଭକ୍ତଙ୍କର ଭିଡ଼ ଲାଗି ରହିଥାଏ।ତେବେ ମାଆଙ୍କର ଆବିର୍ଭାବ କିପରି ହୋଇଥିଲା ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ ଲୋକକଥା ଅନୁସାରେ ମା ମଙ୍ଗଳାଙ୍କ ବିଗ୍ରହ ଅନେକ ବର୍ଷ ଧରି ପ୍ରାଚୀ ନଦୀ ଗର୍ଭରେ ବୁଡି ରହିଥିଲା।

ଥରେ ଏକ ନାଉରିଆ ନିଜର ଡଙ୍ଗାକୁ ନଦୀ ମଝିରେ ଚଳାଉଥିବା ସମୟରେ ଅଚାନକ ନଦୀରେ ପାଣି ବଢ଼ି ଯାଇଥିଲା ଫଳରେ ସେହି ନାଉରିଆ କୌଣସି ଥଳ କୂଳ ନ ପାଇ ଭାସି ଯାଉଥିଲା।କିନ୍ତୁ ଅଚାନକ କିଛି ବାଟ ଭାସି ଯିବା ପରେ ସେହି ନାଉରିଆର ଡଙ୍ଗାଟି ଏକ ସ୍ଥାନରେ ସ୍ଥିର ହୋଇ ରହିଗଲା।ଏହାପରେ ସେ ନିଜର ଜୀବନ ବଞ୍ଚାଇ ପାରିଲା।କିନ୍ତୁ ନଦୀ ମଝିରେ ଏପରି ଅଚାନକ ଡଙ୍ଗା ରହିଯିବାର କାରଣ ସେ ବୁଝି ପାରିଲା ନାହିଁ।ସେ କିଭଳି ଭାବରେ ଏତେ ବଡ଼ ବିପଦରୁ ରକ୍ଷା ପାଇଲା ସେ ନିଜେ ମଧ୍ୟ ବୁଝି ପାରିଲା ନାହିଁ।

ଏହାପରେ ସେ ରାତିରେ ଶୋଇଥିବା ସମୟରେ ମା ମଙ୍ଗଳାଙ୍କ ସ୍ବପ୍ନାଦେଶ ପାଇ ମାଆଙ୍କ ପ୍ରତିମାକୁ ନଦୀରୁ ଉଦ୍ଧାର କରିଥିଲା।ଏହାପରେ ସେ ସେହି ମାଆଙ୍କର ପ୍ରତିମାକୁ ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ପ୍ରତିଷ୍ଠା କରି ପୂଜା ଅର୍ଚ୍ଚନା ଆରମ୍ଭ କଲା।ଏହାପରେ ସେହି ପ୍ରାଚୀ ନଦୀ ଗର୍ଭକୁ ଏକ କାକ ଲମ୍ଫ ପ୍ରଦାନ କରିଥିଲା।କିନ୍ତୁ ସେହି କାକଟି ଆଉ ଫେରି ନଥିଲା।କାରଣ ସେ ନଦୀ ମଧ୍ୟରେ ଅଟକି ଯାଇଥିଲା।ଯେଉଁ ସ୍ଥାନରୁ ସେହି ନାଉରିଆଟି ମାଆଙ୍କ ପ୍ରତିମୂର୍ତ୍ତି ପାଇଥିଲା ସେହି ସ୍ଥାନକୁ କାକଟି ଲମ୍ଫ ପ୍ରଦାନ କରିଥିଲା।

ଯାହା ଫଳରେ ସେହି ସ୍ଥାନର ନାମ କାକଟପୁର ରଖା ଯାଇଥିଲା।ଏହି ମନ୍ଦିର ଉତ୍କଳର କଳାକୃତି ଅନୁସାରେ ନିର୍ମାଣ କରାଯାଇଛି।ଏହି ମନ୍ଦିରରେ ଶକ୍ତ ପଥରରେ ନିର୍ମିତ ଏକ ଶକ୍ତ ଶଯ୍ୟା ଅଛି।ଯେଉଁଠାରେ ମା ମଙ୍ଗଳା ପ୍ରତିଦିନ ବିମ୍ବ ପରିକ୍ରମା କରି ବିଶ୍ରାମ ନିଅନ୍ତି।ଏହି ଶଯ୍ୟାଟି ଏପରି ଭାବରେ ଖୋଦିତ ହୋଇଛି ଯେପରି ଏହା ଶହ ଶହ ବର୍ଷ ଧରି ବ୍ୟବହାର ହୋଇଛି।ଏହି ମନ୍ଦିରର ଚାରି ପାଖରେ ଅନେକ ଦେବା ଦେବୀଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ।ଏହି ମନ୍ଦିର ଶକ୍ତି ଉପାସକ ମାନଙ୍କ ପାଇଁ ଏହା ବହୁତ ବଡ଼ ସ୍ଥାନ ଅଟେ।

ପାରମ୍ପାରିକ ପ୍ରଥା ଅନୁସାରେ ଚୈତ୍ର ମାସ ପ୍ରଥମ ମଙ୍ଗଳବାର ମାଆଙ୍କ ଚନ୍ଦନ ବେଶ ହୋଇଥାଏ।ଏହି ଦିନ ସକାଳୁ ମଙ୍ଗଳ ଆଳତି ସ୍ନାନ ମାର୍ଜନା ସରିବା ପରେ ମାଆ ମଙ୍ଗଳାଙ୍କ ମୁଖକୁ ଚନ୍ଦନରେ ସୁସଜ୍ଜିତ କରାଯାଇଥାଏ। ମାଆ ମଙ୍ଗଳାଙ୍କ ଏହି ରୂପକୁ ଦର୍ଶନ କରିବା ପାଇଁ ଅନେକ ଭକ୍ତମାନେ ଅନେକ ଦୂରରୁ ଆସିଥାନ୍ତି।ଯେଉଁ ବ୍ୟକ୍ତି ମାଆ ମଙ୍ଗଳାଙ୍କୁ ଶୁଦ୍ଧ ମନରେ ଡାକି ଥାଏ ଓ ନିଜର ମନସ୍କାମନା ମାଆଙ୍କୁ ଜଣାଇ ଥାଏ ତେବେ ମାଆ ସେହି ବ୍ୟକ୍ତିର ସମସ୍ତ ଇଚ୍ଛା ପୂରଣ କରିଥାନ୍ତି।ଏହା ସହିତ ସେହି ବ୍ୟକ୍ତିର ସମସ୍ତ ସମସ୍ୟା ମାଆ ଦୂର କରି ଦେଇଥାନ୍ତି।

Leave a Reply

Your email address will not be published. Required fields are marked *