ଆସିଲା ବଡ ଧରଣ ର ବର୍ଷା,୬ ଓ ୭ ତାରିଖ ଦିନ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସହ ଏହି ଜିଲ୍ଲା ମାନଙ୍କରେ ବିଜୁଳି ସହ ଘଡଘଡି ସମ୍ଭାବନା ନେଇ Umasankar ଦାସ ଙ୍କ ସୂଚନା

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଶାର ପଣପାଗକୁ ନେଇ କିଛି ବିଶେଷ ତଥ୍ୟ ବିଷୟରେ ଆଲୋଚନା କରିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ବର୍ତ୍ତମାନ ସମୟରେ ଯେଉଁ ନୂତନ ଅପଡେଟ ଆସୁଛି ଆମ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ତରଫରୁ ଏବଂ ଆମ ଆଇ ଏମ ଡି ତରଫରୁକି ଆଜି ମଧ୍ୟ ଆମ ଓଡ଼ିଶାର କିଛି କିଛି ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ଏବଂ ବର୍ଷା ସହିତ ବିଜୁଳି ଏବଂ ଘଡଘଡି ମଧ୍ୟ ହୋଇଛି।

ଯେଉଁଥିପାଇଁ ପାଖାପାଖି ଚାରିରୁ ପାଞ୍ଚଟି ଜିଲ୍ଲା ମାନଙ୍କୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।ବଙ୍ଗୋପସାଗରରେ ଏକ ବଳୟ କାରଣରୁ ଏପରି ୨୪ ଘଣ୍ଟା ପର୍ଯ୍ୟନ୍ତ ଆମ ଓଡିଶାରେ ବର୍ଷା ହେବ।ଏବଂ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।ଯାହାର ପ୍ରଭାବରେ ଆମ ଓଡିଶାରେ ଭଲ ବର୍ଷା ହେବ।ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ତଥ୍ୟ।

ଆଜି ଆମ ଓଡ଼ିଶାର କିଛି କିଛି ଜିଲ୍ଲାରେ ଭଲ ବର୍ଷା ହୋଇଛି।ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଆଜି ପାଖା ପାଖି ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି କିଛି କିଛି ଜିଲ୍ଲା ମାନଙ୍କରେ ପାଗ କୋହଲା ହେବା ସହିତ ହାଲ୍କା ଝିପି ଝିପି ବର୍ଷା ଆପଣ ଦେଖିବାକୁ ପାଉଥିବେ।ଅଧିକାଂଶ ଏରିଆରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ଗୁଳୁଗୁଳି ଏବଂ ଗରମର ପରିମାଣ ବୃଦ୍ଧି ପାଇବ।

କିନ୍ତୁ କିଛି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।କୋରାଫୁଟ, ରାୟଗଡା, ସମ୍ବଲପୁର ଏବଂ ମାଲକାନଗିରି ଆଦି ଜିଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ପାଞ୍ଚ ତାରିଖ ଏବଂ ଛଅ ତାରିଖ ପାଖରୁ ବର୍ଷାର ପରିମାଣ ଏଥିପାଇଁ ବୃଦ୍ଧି ପାଇବ କାରଣ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଯାହାର ପ୍ରଭାବରେ ଆମ ଆଭ୍ୟନ୍ତରୀଣ ଓଡ଼ିଶାରେ ଭଲ ବର୍ଷା ହେବ।

ଯେପରିକି ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଆଦି ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଅନ୍ୟ ଜିଲ୍ଲା ମାନଙ୍କରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ମଝିରେ ମଝିରେ ପ୍ରବଳ ବର୍ଷା ହେବ।କିନ୍ତୁ ବର୍ତ୍ତମାନ ଯେଉଁ ବର୍ଷା ହେଉଛି ତାହା ଆଗକୁ କୃଷି ଉପଯୋଗୀ ହେବ ନାହିଁ

କାରଣ କୃଷିକାର୍ୟ୍ଯ ପ୍ରାୟତଃ ସାରି ଗଲାଣି ତେଣୁ କୃଷକ ଭାଇ ମାନଙ୍କ ପାଇଁ ବର୍ଷା ବିଶେଷ ଫଳପ୍ରଦ ହୋଇ ନପାରେ ଯେଉଁ ଯେଉଁ ସ୍ଥାନ ମାନଙ୍କରେ କୃଷି କାର୍ଯ୍ୟ ବାକି ଅଛି ସେଠାରେ କିଛିଟା ଲାଭ ମିଳିପାରେ ଆମ ଓଡ଼ିଶାର ୨୪ଟି ଜିଲ୍ଲା ମାନଙ୍କରେ ବର୍ତ୍ତମାନ ସୁଦ୍ଧା ଯେଉଁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି ସେ ସବୁ ଜିଲ୍ଲା ମାନଙ୍କରେ କେତେ ବର୍ଷା ହେଉଛି ତାହା ସମୟ କହିବ।

Leave a Reply

Your email address will not be published. Required fields are marked *